ପୟାଶ୍ରାଦ୍ଧ ଓ ସୂର୍ଯ୍ୟୋପରାଗ

ପଣ୍ଡିତ ପ୍ରସନ୍ନ କୁମାର ମହାପାତ୍ର

ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କ ସ୍ମୃତିଚାରଣ ପରିପ୍ରେକ୍ଷୀରେ ଶ୍ରାଦ୍ଧ ମାଧ୍ୟମରେ ଆଶୀର୍ବାଦପ୍ରାପ୍ତିର ଉଦ୍ଦେଶ୍ୟ ପ୍ରଚ୍ଛନ୍ନଭାବରେ ନିହିତ। କ୍ରୋଧବର୍ଜନପୂର୍ବକ ଶାନ୍ତ ମାନସିକତାକୁ ଗ୍ରହଣକରି ଶ୍ରଦ୍ଧାର ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦ୍ରବ୍ୟସମୂହକୁ ଶ୍ରାଦ୍ଧ କୁହାଯାଇଥାଏ। ‘ଶ୍ରଦ୍ଧୟା ଦୀୟତେ ଇତି ଶ୍ରାଦ୍ଧଃ।’ କେବଳ ପିତା କିମ୍ବା ମାତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ମାତ୍ର ପିଣ୍ଡଦାନକୁ ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଓ ପିତୃ, ପିତାମହ ଏବଂ ପ୍ରମିତାମହାଦି ତିନିପୁରୁଷଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଶ୍ରାଦ୍ଧ ପାର୍ବଣ ନାମରେ କଥିତ। ଏତଦ୍‌ବ୍ୟତୀତ ବିଭିନ୍ନ ପ୍ରକାରର ଶ୍ରାଦ୍ଧ ମଧ୍ୟରେ କନ୍ୟାମାସରେ ପିତୃ, ପିତାମହ ଏବଂ ପ୍ରମିତାମହଙ୍କ ସହିତ ମାତାମହ, ପ୍ରମାତାମହ ଏବଂ ବୃଦ୍ଧପ୍ରମାତାମହାଦି ଷଟ୍‌ପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁ ଶ୍ରାଦ୍ଧ କରାଯାଏ ତାହାକୁ ମହାଳୟାଶ୍ରାଦ୍ଧ ବା କାମ୍ୟଶ୍ରାଦ୍ଧ କୁହାଯାଇଥାଏ। କନ୍ୟାମାସ ପ୍ରାରମ୍ଭରୁ ପ୍ରତ୍ୟେକ ବ୍ୟକ୍ତିଙ୍କର ପିତୃପୁରୁଷଗଣ ନିଜ ନିଜର ସନ୍ତାନମାନଙ୍କ ନିକଟକୁ ଆସି ଶ୍ରଦ୍ଧାରସହ ଉତ୍ସର୍ଗୀକୃତ ଅନ୍ନବ୍ୟଞ୍ଜନାଦିର ସୁସ୍ବାଦୁଯୁକ୍ତ ରସାଦିକୁ ଗ୍ରହଣ କରି ଆତ୍ମୀୟସ୍ବଜନଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ମାତ୍ର ତିନିଘଣ୍ଟା, ମନୁଷ୍ୟକାଳ ନିର୍ଣ୍ଣୟରେ ୪୫ ଦିନ ନିଜଗୃହ ଓ ବନ୍ଧୁମାନଙ୍କ ମେଳରେ ଅତିବାହିତ କରି କାର୍ତ୍ତିକ ମାସର ପ୍ରଦୀପ ଅମାବାସ୍ୟାର ପ୍ରଦୋଷ ସମୟ ଅର୍ଥାତ୍‌ ସାୟଂକାଳରେ ନିଜ ସନ୍ତାନମାନଙ୍କୁ ଆଶୀର୍ବାଦ ପ୍ରଦାନକରି ପୁନଶ୍ଚ ପିତୃଲୋକକୁ ଗମନ କରିଥା’ନ୍ତି। ‘ନରକାୟ ପ୍ରଦାତବ୍ୟୋ ଦୀପଃ ସମ୍ପୂଜ୍ୟ ଦେବତାଂ, ତତୋଃ ପ୍ରଦୋଷ ସମୟେ ଦୀପାନ ଦଦ୍ୟାନ୍ମନୋରମାନ୍‌।’ ଏହି ଅବସରରେ ଇକ୍ଷୁ, ଚିପିଟକ, ପିଷ୍ଟକ, ନାରିକେଳଖଣ୍ଡ ପ୍ରଭୃତି ଶୁଷ୍କଦ୍ରବ୍ୟରେ ଶ୍ରାଦ୍ଧକର୍ମ ସମ୍ପାଦନ କରି ବିଦାୟ ସମ୍ବର୍ଦ୍ଧନା ପରିପ୍ରେକ୍ଷୀରେ ବିଭିନ୍ନ ବାଦ୍ୟ, ମୁଖବାଦ୍ୟ(ହୁଳହୁଳି), ଆତସବାଜି, ଆଲୋକବର୍ତ୍ତିକାର ଉଜ୍ଜ୍ୱଳାଲୋକ ମାଧ୍ୟମରେ ପିତୃପୁଷଙ୍କୁ ମାର୍ଗଦର୍ଶନ କରାଇଥା’ନ୍ତି। ଏହି ପ୍ରସଙ୍ଗରେ କୁହାଯାଇଛି- ପିତୃଲୋକ ପରିତ୍ୟଜ୍ୟଂ ଆଗତାଯେ ମହାଳୟେ, ଉଜ୍ଜ୍ୱଳଂ ଜ୍ୟୋତିଷାଂମାର୍ଗଂ ପ୍ରପଶନ୍ତୋ ବ୍ରଜନ୍ତୁତେ“। ପ୍ରଦୋଷ ସମୟରେ ମହାଲକ୍ଷ୍ମୀଙ୍କ ପୂଜାପୂର୍ବକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶୁଷ୍କ ଦ୍ରବ୍ୟ ଓ ଫଳମୂଳ ଆଦି ଉତ୍ସର୍ଗୀକୃତ କରି ପିତୃପୁରୁଷଙ୍କ ବିଦାୟବେଳାରେ ମାର୍ଗଦର୍ଶନ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଏ। ଚଳିତ ୨୦୨୨ ଅକ୍ଟୋବର ୨୪ତାରିଖ ଚତୁର୍ଦ୍ଦଶୀ ସୋମବାର ସନ୍ଧ୍ୟା ଘ୦୫ା୩୭ମି. ପର୍ଯ୍ୟନ୍ତ ରହୁଛି, ତତ୍‌ପରେ ଅମାବାସ୍ୟା ୨୫ ତାରିଖ ମଙ୍ଗଳବାର ଅପରାହ୍ନ ଘ.୦୪ା୨୭ମି. ପରେ ଶୁକ୍ଳ ପ୍ରତିପଦା ହେବ। ପ୍ରଦୀପ ଅମାବାସ୍ୟାର ପ୍ରଦୋଷ ସମୟରେ ଶ୍ରାଦ୍ଧାଦି କର୍ମ ସମ୍ପାଦନାନ୍ତେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୨୪ତାରିଖ ସୋମବାର ପୟାଶ୍ରାଦ୍ଧ ଓ ସାୟଂକାଳରେ ଦୀପଦାନ କରିବାକଥା ବିଭିନ୍ନ ପଞ୍ଜିକାରେ ମଧ୍ୟ ଉଲ୍ଲେଖ ରହିଛି। ପୁନଶ୍ଚ ୨୫ ତାରିଖ ମଙ୍ଗଳବାର ଗ୍ରହଣ ଗ୍ରାସଥାଇ ସୂର୍ଯ୍ୟାସ୍ତ ହେବେ। ପାଳନକ୍ରମରେ ସୋମବାର ରାତ୍ରିଶେଷ ସମୟରୁ ୨୬ ତାରିଖ ବୁଧବାର ସୂର୍ଯ୍ୟଦର୍ଶନ ପର୍ଯ୍ୟନ୍ତ ଦେବନୀତି, ପାକତ୍ୟାଗ, ଅନ୍ନଭୋଜନର ନିଷେଧ ରହିଛି। ପଞ୍ଜିକାଦୃଷ୍ଟେ ପୁରୀକୁ ସୂର୍ଯ୍ୟାସ୍ତ ଘ.୦୫ା୧୩ମି. ହେତୁ ଗ୍ରହଣ ସର୍ବମୋକ୍ଷ ପରେ ଅର୍ଥାତ୍‌ ଘ.୦୬ା୨୧ମି.ପରେ ଗ୍ରହଣ ସ୍ନାନଦାନାଦି ପୂର୍ବକ ଅମାବାସ୍ୟାଯୁକ୍ତ ପ୍ରତିପଦାରେ ପୟାଶ୍ରାଦ୍ଧାଦି ଦୀପଦାନ କର୍ମ କରିବା ସକାଶେ ମଧ୍ୟ ପଞ୍ଜିକାରେ ଉଲ୍ଲେଖ ରହିଛି। ଏହି ପ୍ରସଙ୍ଗକୁ ନେଇ ପଣ୍ଡିତ ସର୍ବସ୍ବ ଓ ଗଦାଧର ପଦ୍ଧତି କହନ୍ତି – ଅମାବାସ୍ୟା ଦୁଇ ପ୍ରକାର। ୧-ଯେଉଁ ଅମାବାସ୍ୟାରେ ଚନ୍ଦ୍ର ସାମାନ୍ୟ ଦେଖାଯାନ୍ତି ତାକୁ ସିନିବାଲୀ ଅମାବାସ୍ୟା ଏବଂ ୨- ଯେଉଁ ଅମାବାସ୍ୟାରେ ଚନ୍ଦ୍ର ଆଦୌ ଦେଖାଯା’ନ୍ତି ନାହିଁ ସେହି ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟାକୁ କୁହୁ ଅମାବାସ୍ୟା କୁହାଯାଏ। ‘ସିନିବାଲୀ କୁହୁଭେଧା ଅମାବାସ୍ୟା ଦ୍ୱିଧା ଭବେତ୍‌, ସା ଦୃଷ୍ଟେନ୍ଦୁ ସିନିବାଲୀ, ସା ନଷ୍ଟେନ୍ଦୁ କଳା କୁହୁ । ୨୫ ତାରିଖ ଅମାବାସ୍ୟା ଯୁକ୍ତ ପ୍ରତିପଦା ହେତୁ ଏହି ଅମାବାସ୍ୟା ସିନିବାଲୀ। ଅତଏବ ପ୍ରତିପଦାଯୁକ୍ତ ଅମାବାସ୍ୟାର ସନ୍ଧ୍ୟା ସମୟରେ ଦୀପଦାନପୂର୍ବକ ପୂଜା କରିବା ବିଧେୟ। ନରକ ଭୟ ନିବୃତ୍ତି ନିମିତ୍ତ ଦେବତାମାନଙ୍କୁ ପୂଜାକରି ଦୀପଦାନ କରିବା ଦ୍ୱାରା ମହାପୁଣ୍ୟ ଲାଭ ହୋଇଥାଏ। ଏଥିରେ ଦୀପବୃକ୍ଷ, ଦୀପଚକ୍ର ଓ ଦୀପଦାନ କରାଯାଇଥାଏ। ପଣ୍ଡିତ ସର୍ବସ୍ବ ପ୍ରମାଣାନୁସାରେ -ଚତୁର୍ଦ୍ଦଶୀ ଦ୍ୱୈଧ, ଅମାବାସ୍ୟା ଦ୍ୱୈଧ ଓ ପ୍ରତିପଦା ଦ୍ୱୈଧ ହେଲେ ତିନିଦିନ ଦୀପଦାନ କରିବ। -ଚତୁର୍ଦ୍ଦଶୀମାରଭ୍ୟ ପ୍ରତିପତ୍‌ପୂର୍ବାର୍ଦ୍ଧ ପର୍ଯ୍ୟନ୍ତଂ ଗ୍ରହୀତବ୍ୟଂ । ନ ତୁ ପରଦିନାନ୍ତଂ। ପ୍ରତିପଦା ଦ୍ୱୈଧ ହେଲେ ଚତୁର୍ଦ୍ଦଶୀଠାରୁ ପ୍ରତିପଦା ପୂର୍ବାର୍ଦ୍ଧ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ହେବ। ଅତଏବ ହୁଏତ ଏହି ପ୍ରମାଣାନୁସାରେ କେତେକ ପଞ୍ଜିକା ଗ୍ରହଣ ମୋକ୍ଷାନ୍ତେ ୨୫ତାରିଖ ପ୍ରଦୋଷ ସମୟରେ ପୟାଶ୍ରାଦ୍ଧ ଓ ଦୀପଦାନ କରିବାକୁ ଉଲ୍ଲେଖ କରିଥାଇପାରନ୍ତି।
ଓଡ଼ିଶାର ଜନସାଧାରଣ ଓଡ଼ିଆ ପଞ୍ଜିକା ଉପରେ ନିର୍ଭରଶୀଳ ହେତୁ କେତେକ ପଞ୍ଜିକା ୨୪ ତାରିଖ ସୋମବାର ପୟାଶ୍ରାଦ୍ଧ କରିବାକୁ ଲେଖିଥିବା ସମୟରେ ଅନ୍ୟ ପଞ୍ଜିକା ୨୫ ତାରିଖକୁ ନିର୍ଦ୍ଦେଶ କରିଛନ୍ତି। ଫଳତଃ ଯେଉଁ ସ୍ଥାନରେ ଯେଉଁ ପଞ୍ଜିକାର ବହୁଳ ବ୍ୟବହାର ରହିଛି ସେହି ସ୍ଥାନରେ ସେ ପଞ୍ଜିକା ନିର୍ଦ୍ଦେଶିତ ଦିନ ପୟାଶ୍ରାଦ୍ଧ କରିବା ନିମିତ୍ତ ଆଲୋଚନା ଚାଲିଥିବା ଶ୍ରୁତିଗୋଚର ହେଉଛି। ଏହି ପରିପ୍ରେକ୍ଷୀରେ ଦ୍ୱନ୍ଦ୍ୱର ସମାଧାନପୂର୍ବକ ଶାସ୍ତ୍ରସମର୍ଥିତ ପ୍ରମାଣ ସହ ଏକ ନିର୍ଦ୍ଦିଷ୍ଟଦିନକୁ ଗ୍ରହଣ କରାଯାଇଥିଲେ ଭଲ ହୋଇଥା’ନ୍ତା। ଏହା ଓଡ଼ିଶାର ଜନସାଧାରଣଙ୍କ ମତ।
ମୋ- ୯୭୭୭୮୦୧୮୫୫


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri