ସଫଳତା ଅନ୍ତରାଳେ…

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମହିଳା ଦିବସ’। ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା, ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରାଇବା ଏବଂ ସେମାନଙ୍କୁ ସମାଜରେ ସମସ୍ତଙ୍କ ସହ ପାଦ ମିଳାଇ ଚାଲିବାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହୋଇଆସୁଛି। ଚଳିତବର୍ଷ ଅବସରରେ ମିଳିତ ଜାତିସଂଘ ପକ୍ଷରୁ ଘୋଷିତ ଥିମ୍‌ ହେଲା, ‘ଡିଜିଟାଲ: ଇନୋଭେଶନ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୟୁଆଲିଟି’। ଲିଙ୍ଗଗତ କ୍ଷେତ୍ରରେ ମହିଳାମାନଙ୍କୁ ଅବହେଳିତ କରାଯିବା ଆଦୌ ଠିକ୍‌ ନୁହେଁ। ଏହା ଉପରେ ଗୁରୁତ୍ୱ ଦିଆଗଲେ ଅନେକ ମହିଳା ଅନେକ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇବା ସହ ସଫଳତା ହାସଲ କରିପାରିବେ। ଏ ନେଇ ଜନସଚେତନତା ଯେତେ ଅଧିକ ସୃଷ୍ଟି ହେବ, ତାହା ମହିଳାମାନଙ୍କ ପାଇଁ ସେତେ ମଙ୍ଗଳମୟ ହେବ।

ଦିନ ଥିଲା, ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀଟିଏ କେବଳ ଘର ଭିତରେ ସୀମାବଦ୍ଧ ହୋଇ ରହୁଥିଲା। କିନ୍ତୁ ଏବେ ସମୟ ବଦଳିଛି। ନାରୀ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣ କରିସାରିଛି। ସେ ନିଜକୁ ଉଚ୍ଚ ଶିକ୍ଷିତା ଭାବରେ ପରିଚିତ କରିବା ସହ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଚଳିତ ମାସ ୮ ତାରିଖରେ ପାଳନ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏବଂ ତାହା ପଛରେ ଥିବା କାରଣ ବିଷୟରେ ଉପସ୍ଥାପନା…
କର୍ମ ଉପରେ ବିଶ୍ୱାସ ରଖେ :

ମୈତ୍ରୀ ଟୁଡୁ,ଆଇନଜୀବୀ
ଆଇନ କ୍ଷେତ୍ରକୁ ମୁଁ ପସନ୍ଦ କରିଛି। କାରଣ ଆଜିକାଲି ଏ କ୍ଷେତ୍ରରେ ବହୁ ଗରିବ ମହିଳା ନ୍ୟାୟ ପାଇ ପାରୁନାହାନ୍ତି। ଅବହେଳିତା, ନିଷ୍ପେଷିତା ମହିଳାମାନଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ମୁଁ ଏହି କ୍ଷେତ୍ର ଚୟନ କରିଛି। ଏହାବ୍ୟତୀତ ବହୁତ ଲୋକ ଆଇନ ବିଷୟରେ ଅନଭିଜ୍ଞ ଅଛନ୍ତି। ପୁଣି ଛୋଟ ଛୋଟ ଅପରାଧ ପାଇଁ ଜେଲଦଣ୍ଡ ବର୍ଷ ବର୍ଷ ଧରି ଭୋଗୁଛନ୍ତି। ନିଜ ସଫଳତା କଥା ତ ମୁଁ କହିବିନି। ତଥାପି ସମସ୍ତଙ୍କୁ ନ୍ୟାୟ ଦେବାକୁ ଯଥାସମ୍ଭବ ଚେଷ୍ଟା କରିବି। କର୍ମ କଲେ ସଫଳତା ଆପେ ଆପେ ଆସିଯିବ-ଏଭଳି ବିଶ୍ୱାସ ମନରେ ସୃଷ୍ଟି ହେଲେ ଜଣେ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇପାରିବ। ସଫଳତା ପାଇଁ ଆହୁରି ବହୁତ ଆଗକୁ ଯିବାର ଅଛି। ଭଗବାନ୍‌ ସଫଳତା ନିଶ୍ଚୟ ଦେବେ ବୋଲି ଦୃଢ଼ ବିଶ୍ୱାସ ରହିଛି। କାରଣ ମୁଁ ସବୁବେଳେ ନିଜ କର୍ମ ଉପରେ ବିଶ୍ୱାସ ରଖେ। ପ୍ରତିଭା ଥିଲେ ନିଶ୍ଚିତ ଭାବରେ ବାହାରକୁ ଫୁଟି ବାହାରିବ। ଯାହାର ଯେଉଁ ଜିନିଷ ଉପରେ ଆଗ୍ରହ ଅଛି, ତା’ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବା ଦରକାର। ପ୍ରତ୍ୟେକ ମହିଳା ସ୍ବାର୍ଥକୈନ୍ଦ୍ରିକ ନ ହୋଇ ସମସ୍ତଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ଜରୁରୀ। ସମୟ ଲାଗିବ, କିନ୍ତୁ ସଫଳତା ନିଶ୍ଚୟ ଆସିବ।
ଜନସେବା ଆଶା ପୂରଣ ହୋଇଛି: ରଶ୍ମିତା ନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ଜନସେବା କରିବା ପାଇଁ ଇଚ୍ଛା ଥିଲା। ତେଣୁ ଏଭଳି କ୍ଷେତ୍ରକୁ ବାଛିନେଲି। ଅକ୍ଳାନ୍ତ ପରିଶ୍ରମ ଏବଂ ଲୋକମାନଙ୍କର ଭଲପାଇବା ହିଁ ମୋତେ ଆଜି ଏଥିରେ ସଫଳତା ଆଣି ଦେଇଛି। ଜଣେ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଉଚ୍ଚଶିକ୍ଷା, ଦୃଢ଼ ବିଶ୍ୱାସ ଏବଂ ସ୍ବାଧୀନ ଜୀବନଯାପନର ଆବଶ୍ୟକତା ରହିଛି। ସବୁ କ୍ଷେତ୍ରରେ ମହିଳାମାନେ ସଫଳତା ହାସଲ କଲେ ଦେଶ, ରାଜ୍ୟ ଏବଂ ପରିବାରର ଉନ୍ନତି ହେବ। ମହିଳାମାନଙ୍କ ସଫଳତାର ଚାବିକାଠି ସେମାନଙ୍କ ପରିବାର ହାତରେ ଥାଏ। ବିଶ୍ୱାସ, ପ୍ରୋତ୍ସାହନ ଏବଂ ସ୍ବାଧୀନତା ପ୍ରଦାନ ଦ୍ୱାରା ହିଁ ମହିଳାମାନେ ଯେକୌଣସି କାମରେ ସଫଳତା ହାସଲ କରିପାରିବେ। ନାରୀର ନିଜ ମନର ବିଶ୍ୱାସ ହିଁ ତା’ର ସବୁ କାର୍ଯ୍ୟରେ ସଫଳତା ଆଣିପାରିବ।
ଆତ୍ମପ୍ରଚେଷ୍ଟା ମୂଳକଥା:
ପ୍ରତିଭା ସାହୁ, ସାହିତି୍ୟକା
ସତରେ ମୁଁ ନିଜେ ବି ଜାଣିନି ସାହିତ୍ୟ ପ୍ରତି ମୋର ଏତେ
ରୁଚି, ଦୁର୍ବଳତା ଓ ମମତା କାହିଁକି। କହିବାକୁ ଗଲେ ସାହିତ୍ୟ ହେଉଛି ଏକ ସ୍ବତଃସ୍ପୂର୍ତ୍ତ ଆବେଗର ଧାରା। ପିଲାଦିନୁ ଏପର୍ଯ୍ୟନ୍ତ ଶୁଣିଆସିଛି ବାପାଙ୍କ ମୁହଁରୁ ଅନେକ କାବ୍ୟ କବିତା, ଦେଖିଆସିଛି ବୋଉ ବାପାଙ୍କର ପୁସ୍ତକ ପ୍ରତି ଥିବା ଶ୍ରଦ୍ଧା। ଏବେବି ୭୯ ବର୍ଷ ବୟସରେ ବାପା ଦିନକୁ ୬-୮ ଘଣ୍ଟା ପଢ଼ନ୍ତି। ଯଦି ଆଜି ମୁଁ ଦୁଇ ଧାଡ଼ି ଲେଖିପାରୁଛି କି କହିପାରୁଛି ତାହା କେବଳ ମୋ ମା’ବାପାଙ୍କ ପାଇଁ ସମ୍ଭବ ହୋଇପାରିଛି।
ପ୍ରାୟ ପ୍ରତ୍ୟେକ ମହିଳାଙ୍କ ପାଖରେ ନିଶ୍ଚୟ କିଛି ନା କିଛି ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ରହିଛି। ଯଦି ଏଭଳି ପ୍ରତିଭା ଲୋକଲୋଚନକୁ ଆସିପାରିଲା, ତେବେ ତାହା କେବଳ ନିଜର ଆତ୍ମପ୍ରଚେଷ୍ଟା ଓ ଆତ୍ମବିଶ୍ୱାସ ପାଇଁ ସମ୍ଭବ ହୋଇପାରିଛି ବୋଲି କହିବି। ମହିଳାମାନେ ହିଁ ବର୍ତ୍ତମାନ ସମାଜର ମେରୁଦଣ୍ଡ। ଅନେକ ସଫଳ ମହିଳାଙ୍କ ଉଦାହରଣ ଆମ ଆଖି ସାମ୍ନାରେ। ଯଦି ପାରିବାରିକ ଓ ସାମାଜିକ ଶାନ୍ତି ଅକ୍ଷୁଣ୍ଣ ରଖି ମହିଳାଟିଏ ଆଗକୁ ବଢ଼ିଲା, ତେବେ ତାହା ପରିବାର ତଥା ସମାଜ ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ।
ଆତ୍ମନିର୍ଭରଶୀଳ ହୋଇପାରିଛି: ଚୌଧୁରୀ ଜ୍ୟୋତ୍ସ୍ନା ଦାସ, ଫ୍ୟାଶନ ଡିଜାଇନର
ପାଠପଢ଼ା ଶେଷ ହେବା ପରେ ମୁଁ ଚାକିରି ପାଇଁ ଚେଷ୍ଟା ନ କରି ନିଜେ ଗୋଟିଏ ସଂସ୍ଥାଟିଏ ଖୋଲିଥିଲି। ଏଥିଲାଗି ପ୍ରଥମେ ମୋତେ ବହୁତ ଷ୍ଟ୍ରଗଲ୍‌ କରିବାକୁ ପଡ଼ିଥିଲା। ଆଜି ମୁଁ ମୋ କର୍ମପଥ ବାଛି ନେଇଛି ଏବଂ ସେଥିରେ ସଫଳ ମଧ୍ୟ ହୋଇଛି, ଆଉ ଏହା ସମ୍ଭବ ହୋଇଛି କେବଳ ମୋ ମା’ଙ୍କ ପାଇଁ। ପିଲାବେଳୁ ମା’ ହାତରେ କ୍ରୁଶ ସାହାଯ୍ୟରେ ବିଭିନ୍ନ ପ୍ରକାର ଡ୍ରେସ, ଉଲେନ୍‌ ସ୍ବେଟର ବୁଣିବା, ବିଭିନ୍ନ ହାତ ଏମ୍ଭ୍ରୋଡରୀ କାମ କରିବା, ବାଲିରେ ପେଣ୍ଟିଂ କରିବା, ପା’ପୋଛ ବୁଣିବା ଆଦି କାମ କରୁଥିଲେ। ପ୍ରଥମେ ମୋ ମା’ଙ୍କର ପୁରୁଣା ଶାଢ଼ି କାଟି ମୋର ଏକ୍ସପେରିମେଣ୍ଟ ଆରମ୍ଭ କରିଥିଲି। ଯୁକ୍ତ ୨ ପଢ଼ିବା ବେଳଠୁ ମୁଁ ନିଜେ ମୋର ଡ୍ରେସ ତିଆରି କରିବା ଆରମ୍ଭ କରିଥିଲି। ଏହା ହିଁ ମୋତେ ଫ୍ୟାଶନ ଡିଜାଇନିଂ ପଢ଼ିବା ପାଇଁ ବହୁତ ସାହାଯ୍ୟ କରିଥିଲା। ଆଜିକାଲି ଜଣେ ନାରୀ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବାକୁ ହେଲେ ଘରେ ବସି ନ ରହି କାହା ଉପରେ ନିର୍ଭର ନ କରି ନିଜ ଦ୍ୱାରା ଚେଷ୍ଟା ଜାରି ରଖିବା ଦରକାର। ଆମେ ନିଜ ଭିତରେ ଯେଉଁ କଳାଟି ଅଛି, ତାକୁ ବାଛି ତା’ ଉପରେ ହିଁ କାମ କରିବାକୁ ପଡ଼ିବ। ମହିଳାମାନଙ୍କ ସଫଳତାକୁ ନେଇ ଏଇଆ କହିବି ଯେ, ଏବେ ବହୁତ ସଂଖ୍ୟାରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ିଛି। ହେଲେ ପରିବାରର କୌଣସି ଚାପରେ ନ ଆସି ନିଜେ ଯେଉଁ ଜିନିଷ ଭଲରେ କରିପାରିବେ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ। ନିଜର ଟ୍ୟାଲେଣ୍ଟ ଉପରେ ବିଶ୍ୱାସ ରଖନ୍ତୁ। ଆଉ ସେହି ଅନୁସାରେ ପରିଶ୍ରମ କରି ଆଗକୁ ମଧ୍ୟ ବଢ଼ିବା ଦରକାର। ନିହାତି ରୂପରେ ଯିଏ ପରିଶ୍ରମ କରୁଛି, ତା’ ପାଇଁ ସକ୍‌ସେସ୍‌ ନିଶ୍ଚିତ ଥୁଆ ହୋଇଛି।
ସମସ୍ତଙ୍କ ଆଶୀର୍ବାଦ ମୋ ପାଇଁ ପ୍ରେରଣାଦାୟକ ହୋଇଛି : ଭୂମିକା ଦାଶ, ଅଭିନେତ୍ରୀ
ମୁଁ ଏଇ ଲାଇନ୍‌କୁ ଆସିବି ବୋଲି କିଛି ଯୋଜନା ନ ଥିଲା। ସେଇଟା ଏମିତି ବାସ୍‌ ହୋଇଗଲା। କାରଣ ଏଥିପାଇଁ ମୁଁ ଆଗରୁ କିଛି ସ୍ପେଶାଲ ପ୍ଲାନ କରିନଥିଲି। ମୁଁ ଅଡିସନ୍‌ ଦେଇଥିଲି, ସେଥିରେ ସିଲେକ୍ଟ ହେଲି। ତା’ପରେ ମୋର ଆକ୍ଟିଂ ଜର୍ନି ଷ୍ଟାର୍ଟ ହେଲା। ଭଗବାନ୍‌ ବୋଧେ ଚାହୁଁଥିଲେ ମୁଁ ଏ ଲାଇନ୍‌କୁ ଆସେ। ସଫଳତା ମୋତେ ମିଳିଛି କି ନାହିଁ ମୁଁ ତ ତାହା କହିପାରିବିନି। ସତ କହିବାକୁ ଗଲେ ଯାହା ବି ଆଚିଭ୍‌ କରିପାରିଛି-ଏହା ପଛରେ ମୋ ପ୍ୟାରେଣ୍ଟ୍ସଙ୍କ ସେତିକି ସପୋର୍ଟ, ଟିଚର୍ସଙ୍କର ସେତିକି ଶିକ୍ଷା ଓ ଗୁରୁଙ୍କ ଆଶୀର୍ବାଦ ପାଇଁ ସବୁ ସମ୍ଭବ ହୋଇପାରିଛି। ଟାଇମ୍‌ ମ୍ୟାନେଜ୍‌ମେଣ୍ଟ, ଡେଡିକେସନ୍‌କୁ ଦେଖିକି ହିଁ ସବୁ କିଛି ଆଚିଭ୍‌ କରିହେବ। ଦର୍ଶକମାନଙ୍କ ଭଲପାଇବା ମୋ ପ୍ରତି ନିଶ୍ଚୟ ରହିଛି। ଓଡ଼ିଶୀ ଡ୍ୟାନ୍ସ ମୋତେ ଏହି ଆକ୍ଟିଂ ଲାଇନ୍‌ରେ ବହୁତ କିଛି ସାହାଯ୍ୟ କରିଛି। ମହିଳାମାନେ ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଆଗରୁ ସେମିତି କିଛି ପ୍ଲାଟ୍‌ଫର୍ମ ନ ଥିଲା। ଏବେ କିନ୍ତୁ ସମୟ ବଦଳିଛି। ଯଦି ତାଙ୍କର ଟ୍ୟାଲେଣ୍ଟ ଥିବ, ସେମାନେ ନିଶ୍ଚିତ ରୂପେ ସଫଳତା ପାଇବେ। ମୁଁ ଭାବୁଛି, ମହିଳାମାନେ ଆଜିକା ଟାଇମ୍‌ରେ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ଦେଖାଉଛନ୍ତି। ମହିଳାମାନଙ୍କୁ ଯଦି ସ୍ବାଧୀନତା ଦିଆଯିବ, ଭଲପାଇବା ସହିତ ଫ୍ୟାମିଲିର ସପୋର୍ଟ ମିଳିବ, ତେବେ ସେମାନେ ନିଶ୍ଚିତ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିବେ।
-ମହାଶ୍ୱେତା


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?