ଏଥର ହାଇକୋର୍ଟ ତୋରଣ

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱର କ୍ରମଶଃ ଚଳଚଞ୍ଚଳ ହେବାରେ ଲାଗିଛି। ବିଭିନ୍ନ ପୂଜା କମିଟି ମଧ୍ୟ ନିଜ ନିଜର ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ପ୍ରତିଯୋଗିତାମୂଳକ ଭାବେ ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ ତିଆରି ଚାଲିଛି। ମା’ ଟଙ୍କପାଣି ରୋଡ୍‌ ଦୁର୍ଗାପୂଜା ସମିତି ଏଥର ପୂଜା ପ୍ରସ୍ତୁତିକୁ ନିଆରା ଭାବେ କରୁଛି। ପ୍ରସ୍ତୁତି ବୈଠକ ଶେଷ ହେବା ପରେ ତୋରଣ କାମ ଆରମ୍ଭ ହୋଇଛି।

ଚଳିତ ବର୍ଷ ଦୁର୍ଗାପୂଜା ସମିତି ପକ୍ଷରୁ ୧୩ତମ ପୂଜା ଆୟୋଜିତ ହେବ। ଏଥିପାଇଁ ୧୩ଲକ୍ଷ ଟଙ୍କା ବଜେଟ୍‌ ରହିଛି। ପ୍ରତି ବର୍ଷ ନୂଆ ନୂଆ ଭେଟି ଦେଇ ଆସୁଥିବା ଏହି ସମିତି ପକ୍ଷରୁ ଏଥର ତୋରଣରେ ହାଇକୋର୍ଟର ପ୍ରତିଛବି ସ୍ଥାନ ପାଇବ। ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ଏହି ତୋରଣ ପ୍ରସ୍ତୁତ କରାଯାଉଛି। ତୋରଣର ଚଉଡା ୬୫ ଫୁଟ ରହିଥିବାବେଳେ ଲମ୍ବ ୭୦ ଫୁଟ ରହିବ। ସେହିପରି ମଣ୍ଡପର ଉଚ୍ଚତା ୧୯ ଫୁଟ ହୋଇଥିବାରୁ ମା’ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ରହିବ। ଉଭୟ ମୂର୍ତ୍ତି ଓ ତୋରଣର ଦାୟିତ୍ୱ କୋଲକାତା କାରୀଗରଙ୍କୁ ଦିଆଯାଇଛି। ମା’ଙ୍କୁ ରୂପା ଅଳଙ୍କାର, ଜରି ଏବଂ ଅନ୍ୟାନ୍ୟ ସାମଗ୍ରୀରେ ସଜ୍ଜିତ କରାଯିବ। ଏଥିସହିତ ଆଖପାଖ ଅଞ୍ଚଳକୁ ଲିଚୁ ଏବଂ ଆଲୋକମାଳାରେ ସଜାଯିବ। ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ୩ଦିନ ମେଲୋଡି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ତେବେ ପୂଜା ସମିତି ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଏଥର ବନ୍ଦ ରହିବ। ସୁରକ୍ଷା ଦୃଷ୍ଟିରୁ ୧୧ଟି ସିସିଟିଭି କ୍ୟାମେରା ଲାଗିବା ସହ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ ହେବେ। ଏହାବାଦ୍‌ ଭଲ୍ୟୁଣ୍ଟରମାନେ ନିୟୋଜିତ ରହିବେ। ସେହିପରି ପରମ୍ପରା ଅନୁଯାୟୀ ଅଷ୍ଟମୀ ଦିନ ଅଞ୍ଚଳବାସୀଙ୍କ ଘରେ ଖେଚୁଡି ଭୋଗ ବଣ୍ଟାଯିବ। ଭସାଣୀ ଦିନ ଶଙ୍ଖ, ଘଣ୍ଟଘଣ୍ଟା, ଦୁଲୁଦୁଲି ଆଦି ପାରମ୍ପରିକ ବାଦ୍ୟ ସହିତ ଡିଜେ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri