ଏଥର ହାଇକୋର୍ଟ ତୋରଣ

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱର କ୍ରମଶଃ ଚଳଚଞ୍ଚଳ ହେବାରେ ଲାଗିଛି। ବିଭିନ୍ନ ପୂଜା କମିଟି ମଧ୍ୟ ନିଜ ନିଜର ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ପ୍ରତିଯୋଗିତାମୂଳକ ଭାବେ ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ ତିଆରି ଚାଲିଛି। ମା’ ଟଙ୍କପାଣି ରୋଡ୍‌ ଦୁର୍ଗାପୂଜା ସମିତି ଏଥର ପୂଜା ପ୍ରସ୍ତୁତିକୁ ନିଆରା ଭାବେ କରୁଛି। ପ୍ରସ୍ତୁତି ବୈଠକ ଶେଷ ହେବା ପରେ ତୋରଣ କାମ ଆରମ୍ଭ ହୋଇଛି।

ଚଳିତ ବର୍ଷ ଦୁର୍ଗାପୂଜା ସମିତି ପକ୍ଷରୁ ୧୩ତମ ପୂଜା ଆୟୋଜିତ ହେବ। ଏଥିପାଇଁ ୧୩ଲକ୍ଷ ଟଙ୍କା ବଜେଟ୍‌ ରହିଛି। ପ୍ରତି ବର୍ଷ ନୂଆ ନୂଆ ଭେଟି ଦେଇ ଆସୁଥିବା ଏହି ସମିତି ପକ୍ଷରୁ ଏଥର ତୋରଣରେ ହାଇକୋର୍ଟର ପ୍ରତିଛବି ସ୍ଥାନ ପାଇବ। ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ଏହି ତୋରଣ ପ୍ରସ୍ତୁତ କରାଯାଉଛି। ତୋରଣର ଚଉଡା ୬୫ ଫୁଟ ରହିଥିବାବେଳେ ଲମ୍ବ ୭୦ ଫୁଟ ରହିବ। ସେହିପରି ମଣ୍ଡପର ଉଚ୍ଚତା ୧୯ ଫୁଟ ହୋଇଥିବାରୁ ମା’ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ରହିବ। ଉଭୟ ମୂର୍ତ୍ତି ଓ ତୋରଣର ଦାୟିତ୍ୱ କୋଲକାତା କାରୀଗରଙ୍କୁ ଦିଆଯାଇଛି। ମା’ଙ୍କୁ ରୂପା ଅଳଙ୍କାର, ଜରି ଏବଂ ଅନ୍ୟାନ୍ୟ ସାମଗ୍ରୀରେ ସଜ୍ଜିତ କରାଯିବ। ଏଥିସହିତ ଆଖପାଖ ଅଞ୍ଚଳକୁ ଲିଚୁ ଏବଂ ଆଲୋକମାଳାରେ ସଜାଯିବ। ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ୩ଦିନ ମେଲୋଡି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ତେବେ ପୂଜା ସମିତି ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଏଥର ବନ୍ଦ ରହିବ। ସୁରକ୍ଷା ଦୃଷ୍ଟିରୁ ୧୧ଟି ସିସିଟିଭି କ୍ୟାମେରା ଲାଗିବା ସହ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ ହେବେ। ଏହାବାଦ୍‌ ଭଲ୍ୟୁଣ୍ଟରମାନେ ନିୟୋଜିତ ରହିବେ। ସେହିପରି ପରମ୍ପରା ଅନୁଯାୟୀ ଅଷ୍ଟମୀ ଦିନ ଅଞ୍ଚଳବାସୀଙ୍କ ଘରେ ଖେଚୁଡି ଭୋଗ ବଣ୍ଟାଯିବ। ଭସାଣୀ ଦିନ ଶଙ୍ଖ, ଘଣ୍ଟଘଣ୍ଟା, ଦୁଲୁଦୁଲି ଆଦି ପାରମ୍ପରିକ ବାଦ୍ୟ ସହିତ ଡିଜେ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri