ରିଷିଡାରେ ଉଦଯାପିତ ହେଲା ଦୁର୍ଗାପୂଜା, ରାବଣ ପୋଡ଼ିରେ ସହସ୍ରାଧିକ ଲୋକ….

ରିଷିଡା,୨୩।୧୦(ସୁଶାନ୍ତ ମଲ୍ଲିକ ): କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ୬୭ତମ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି ରାବଣ ପୋଡ଼ି ଦେଖିବା ପାଇଁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଅଗ୍ନି ସଂଯୋଗ କରିଥିଲେ । ଆୟୋଜିତ ମଞ୍ଚ କାର୍ଯ୍ୟକ୍ରମରେ ଦୁର୍ଗାପୂଜା କମିଟି ସଭାପତି ସଞ୍ଜୟ କୁମାର ଜୈନ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଦୁର୍ଗାପ୍ରସାଦ ଯୋଗଦେଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସହଯୋଗ ଜାରୀ ରହିବ ବୋଲି ପ୍ରକାଶ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ସରପଞ୍ଚ ସେବତୀ ରଣା, ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ଗ୍ରାମ ଉନ୍ନୟନ କମିଟି ସଂପାଦକ ପ୍ରେମାନନ୍ଦ ପାତ୍ର, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ଜିଲା ମହିଳା ବିଜେଡି ଉପସଭାପତି ମନ୍ଦିରା ନାଏକ, କମିଟି ସଂପାଦକ ଚିନ୍ମୟ ରଣା, ଉପସଭାପତି ହିମାଂଶୁ ରଣା, ସହସଂପାଦକ ମାର୍କଣ୍ଡ ରଣା ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ମୂର୍ତ୍ତୀ କାରିଗର ସଞ୍ଜୟ ରଣା, ସାଜସଜ୍ୟା ପାଇଁ ଅଭିମନ୍ୟୁ ସାହୁ ଓ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ଉଦିତ କୁମାର ରଣାଙ୍କୁ ସମ୍ମାନୀତ କରାଯାଇଥିଲା । ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା ସଭା ସଂଯୋଜନା କରିଥିଲେ ।

 

Dharitri – Odisha’s No.1 Odia Daily

Share