ଚିନ୍ତା ବଢ଼ାଇଛି ନକଲି ସାର, କୀଟନାଶକ

ରବିନାରାୟଣ ପାତ୍ର,  ଜଳେଶ୍ୱର, ୬।୪ – ଚଳିତ ରବିଋତୁରେ ବାଲେଶ୍ୱର ଜିଲା ଜଳେଶ୍ୱର କୃଷି ଜିଲାରେ ବ୍ୟାପକ ରବିଧାନ ଚାଷ ହୋଇଥିବା ବେଳେ ନକଲି ସାର ଓ କୀଟନାଶକ ଯୋଗୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସାର ବ୍ୟବହାର ହେଉଥିଲେ ମଧ୍ୟ ଧାନଚାଷରେ ଅଗ୍ରଗତି ଘଟିପାରୁନାହିଁ ।
ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକକୁ ନେଇ ଜଳେଶ୍ୱର କୃଷି ଜିଲା ଗଠିତ ା ଚଳିତବର୍ଷ ଜିଲା କୃଷି ଆକଳନ ବୈଠକ ଅନୁଯାୟୀ ସମଗ୍ର ଜିଲାରେ ୨୪ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନଚାଷ ହେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ବାସ୍ତବରେ ଏହାଠାରୁ ବହୁ ଅଧିକ ଜମିରେ ରୁଆପୋତା ହୋଇଛି ା ଏଥିରୁ ଜଳେଶ୍ୱର କୃଷି ଜିଲାରେ ୧୯ହଜାର ହେକ୍ଟର ଜମିରେ ଧାନଚାଷ ଆକଳନ ହୋଇଥିବା ବେଳେ ପ୍ରାୟ ୨୨ହଜାର ହେକ୍ଟରୁ ଅଧିକ ଜମିରେ ଧାନ ଚାଷ ହୋଇଥିବା ୩ ବ୍ଲକର କୃଷି ଅଧିକାରୀ କହିଛନ୍ତି ା ଚଳିତବର୍ଷ ନୁହେଁ, ପ୍ରତିବର୍ଷ ରବିଋତୁରେ ଜଳେଶ୍ୱର କୃଷି ଜିଲାରେ ଚାଷ ହେଉଥିବା ଜମିର ପରିମାଣ ସମଗ୍ର ବାଲେଶ୍ୱର ଜିଲାର ତିନି ଚତୁର୍ଥାଂଶ। ସେଥିପାଇଁ ଉପରୋକ୍ତ ୩ଟି ବ୍ଲକରେ ଧାନ ବିହନ, ଗ୍ରୋମର, ଡିଏପି, ପଟାସ୍‌, ୟୁରିଆ ସାର ଓ କୀଟନାଶକର ବ୍ୟାପକ ଆବଶ୍ୟକତା ପଡ଼ିଥାଏ। ଜଳେଶ୍ୱର କୃଷି ଜିଲାକୁ ଲାଗି ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ, ଝାଡ଼ଗ୍ରାମ, ନୟାଗ୍ରାମ, ଗୋପୀବଲ୍ଲଭପୁର, ମୋହନପୁର, ଏଗ୍ରା, ଦୀଘା ଓ ରାମନଗର ବ୍ଲକ ଅଞ୍ଚଳ ହୋଇଥିବାରୁ ପଶ୍ଚିମବଙ୍ଗରୁ ବିହନ, ସାର ଓ କୀଟନାଶକ ଏଜେଣ୍ଟମାନେ ଆଣି ଓଡ଼ିଶାରେ ବିକ୍ରି କରିଥାନ୍ତି। ଏଥିପ୍ରତି କୃଷି ବିଭାଗର ନଜର ନ ଥିବାରୁ ପ୍ରତିବର୍ଷ ଚାଷୀମାନେ ହଇରାଣ, ହରକତ ହୋଇଆସୁଛନ୍ତି ା ଓଡ଼ିଶାର ଧାନ ବିହନର ମୂଲ୍ୟ କିଲୋ ପ୍ରତି ୧୦ଟଙ୍କା ଥିବା ବେଳେ ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ ବିହନ ଆଣି ଏଜେଣ୍ଟମାନେ କିଲୋ ପ୍ରତି ୭୦ରୁ ୧୦୦ଟଙ୍କାରେ ବିକ୍ରି କରିଥାନ୍ତି। କେବେ କେବେ ‘ପ୍ରିମିୟମ ସ୍ବର୍ଣ୍ଣ’ ପରି କେତେକ ଜାତିର ଧାନ ଏ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ହୋଇ ନ ଥିବା ବେଳେ ଅତୀତରେ ଚାଷୀ ଠକାମୀର ଶିକାର ହୋଇଛନ୍ତି ା ସେହିପରି ଚଳିତବର୍ଷ ‘କ୍ରିପ୍‌କୋ’ ନାମରେ ଆସୁଥିବା ସାର ନକଲି ବୋଲି ୩ ବ୍ଲକର ବହୁ ଚାଷୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କେବଳ ୟୁରିଆ ନୁହେଁ, ବିଭିନ୍ନ ନୂଆ ନୂଆ ନାମରେ ସାର ଓ କୀଟନାଶକ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଉଛି। କେତେକ ମଲ୍ଟି ଭିଟାମିନ୍‌, ହରମୋନ୍‌ ନାମରେ ନକଲି ସାର ଏହି ଅଞ୍ଚଳରେ ବିକ୍ରି ହେଉଥିଲେ ମଧ୍ୟ କାର୍ଯ୍ୟତଃ ଚାଷୀମାନେ ହିଁ ଠକାମିର ଶୀକାର ହୋଇଆସୁଛନ୍ତି। ଜଳେଶ୍ୱର ବ୍ଲକର ସୁଦାମ ପାତ୍ର, ଦିନେଶ ଜେନା, କମଳାକାନ୍ତ କର, ହରିଶଙ୍କର ରାଜ, ଶିବନାରାୟଣ ପାତ୍ର, ବାବାଜୀ ପାତ୍ର, ଦିଲ୍ଲୀପ ସାମଲ, ଜଗନ୍ନାଥ ପ୍ରଧାନ, ସୁକୁମାର ଘୋଷ, ହେମନ୍ତ ଗିରି, ସମୀର ପାତ୍ର ପ୍ରମୁଖ ବହୁ ଚାଷୀ ସାର ଓ କୀଟନାଶକର ନକଲି ସମ୍ପର୍କରେ କହିଛନ୍ତି ା ଅତୀତରେ ଏକର ପ୍ରତି ୪୦ କି.ଗ୍ରା ୟୁରିଆ, ୮୦ କି.ଗ୍ରା ଗ୍ରୋମର ଡିଏପି ବ୍ୟବହାର ଯେତିକି ଫସଲ ଅମଳ କରୁଥିଲେ ଏବେ ତାର ୨ଗୁଣା ବ୍ୟବହାର କରିବାକୁ ପଡୁଛି। ଏଥିରୁ କୀଟନାଶକ ଓ ସାର ମାନ ସମ୍ପର୍କରେ ଚାଷୀମାନେ ସନ୍ଦିହାନ ବୋଲି କହିଛନ୍ତି।
ଜଳେଶ୍ୱର କୃଷି ଜିଲା ଅଧିକାରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, କେତେକ ବ୍ୟବସାୟୀ ୨୮-୨୮-୦ ବଦଳରେ ୨୦-୨୦-୦ ମାର୍କା ସାରକୁ ଗ୍ରୋମର ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ା ସେହିପରି କ୍ରିପ୍‌କୋ ସାର ସମ୍ପର୍କରେ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ମଲ୍ଟି ଭିଟାମିନ୍‌, ହରମୋନ ବ୍ୟବହାର ଓଡ଼ିଶାରେ କମ୍‌ ଥିବା ବେଳେ ପଶ୍ଚିମବଙ୍ଗରେ ଅଧିକ ଥିବାରୁ ଚାଷୀମାନେ ପରୀକ୍ଷାମୂଳକ ଭାବେ ବ୍ୟବହାର କରିଆସୁଛନ୍ତି। କିନ୍ତୁ ପଯର୍‌ୟାୟକ୍ରମେ ଚାଷୀମାନେ ଅଭିଯୋଗ କରୁଥିବା ବିହନ, ସାର ଓ କୀଟନାଶକର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଉଛି। ଚଳିତବର୍ଷ ମଧ୍ୟ କେତେକର ମାନ ପରୀକ୍ଷା ଲାଗି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri