Posted inଖେଳ

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ପୁଣିଥରେ ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ସହ ଓପନିଂ ଦାୟିତ୍ୱ ସମ୍ଭାଳିଥିଲେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। କିନ୍ତୁ ଏଥର ତାଙ୍କ ସହ ଏମିତି କିଛି ଘଟିଛି, ଯାହା ୨୦୨୬ରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା।

ଦୁଲୀପ ଟ୍ରଫି ଫାଇନାଲର ଦ୍ୱିତୀୟ ଇନିଂସରେ ମାତ୍ର ୮ ରନ କରି ଆଉଟ ହେବା ସହ ବୈଭବଙ୍କ ୨୫୧ ଦିନର ଲଗାତାର ଡବଲ ଡିଜିଟ ସ୍କୋରର ଧାରା ଭାଙ୍ଗିଛି। ଚଳିତ ବର୍ଷ କୌଣସି ନକଆଉଟ ମ୍ୟାଚରେ ସିଙ୍ଗଲ ଡିଜିଟ ସ୍କୋରରେ ଆଉଟ ହେବା ତାଙ୍କ ପାଇଁ ପ୍ରଥମ ଘଟଣା।

ଦ୍ୱିତୀୟ ଇନିଂସରେ ବୈଭବ ୧୬ଟି ବଲ୍‌ର ସାମ୍ନା କରି ମାତ୍ର ୮ ରନ କରିଥିଲେ। ଏହା ସହ ୨୦୨୬ରେ ନକଆଉଟ ମ୍ୟାଚରେ ତାଙ୍କର ଡବଲ ଡିଜିଟ ସ୍କୋର କରିବାର ଧାରା ଶେଷ ହୋଇଛି।

ଜାନୁଆରୀ ୧ରୁ ସେପ୍ଟେମ୍ବର ୯ ମଧ୍ୟରେ ବୈଭବ ମୋଟ ୯ଟି ଇନିଂସ ଖେଳିଥିଲେ। ଏଥିରୁ ପ୍ରଥମ ୮ଟି ଇନିଂସରେ ସେ ଡବଲ ଡିଜିଟ ସ୍କୋର କରିଥିଲେ। କିନ୍ତୁ ନବମ ଇନିଂସରେ ୮ ରନରେ ଆଉଟ ହୋଇ ଏହି ଧାରାକୁ ଭାଙ୍ଗିଛନ୍ତି।

ଦୁଲୀପ ଟ୍ରଫିର ଫାଇନାଲର ପ୍ରଥମ ଇନିଂସରେ ବୈଭବ ୩୭ ବଲର ୪୪ ରନ କରିଥିଲେ। ଏହା ପୂର୍ବରୁ ସେମିଫାଇନାଲରେ ଦୁଇଟି ଇନିଂସରେ ତାଙ୍କ ବ୍ୟାଟ୍‌ରୁ ୯୨ ଓ ୪୦ ରନ ଆସିଥିଲା।

ପ୍ରଥମ ଥର ଦୁଲୀପ ଟ୍ରଫି ଖେଳି ବୈଭବ ୩ଟି ମ୍ୟାଚରେ ୫ଟି ଇନିଂସରେ ମୋଟ ୧୯୨ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ଆଭେରେଜ ୩୮.୪୦ ରହିଛି। ଫାଇନାଲର ଦ୍ୱିତୀୟ ଇନିଂସରେ ବଡ଼ ସ୍କୋର କରିପାରିନଥିଲେ ମଧ୍ୟ ଚଳିତ ଦୁଲୀପ ଟ୍ରଫିରେ ତାଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri