ଦୁଲ୍‌ଦୁଲିର ରହିଛି ମହନୀୟତା

ଝାରସୁଗୁଡ଼ା ଅଫିସ,୧୫।୧: ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ତରଫରୁ ସରହବାହାଲ ହାଇସ୍କୁଲ୍‌ ପଡିଆରେ ୨୧ତମ ଜିଲା ମହୋତ୍ସବ ଦୁଲ୍‌ଦୁଲି ଶନିବାର ଆରମ୍ଭ ହୋଇଛି। ଏହା ବୁଧବାର ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ କମିଟି କର୍ମକର୍ତ୍ତା ଝାଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ଯାଇ କନକଦୁର୍ଗା ମନ୍ଦିରରେ ପହଞ୍ଚତ୍ଥିଲେ। ସେଠାରେ ପୂଜାର୍ଚ୍ଚନା ପରେ କଳସ ଶୋଭାଯାତ୍ରା ଦୁଲ୍‌ଦୁଲି ମଣ୍ଡପରେ ପହଞ୍ଚତ୍ଥିଲା।
ସନ୍ଧ୍ୟାରେ ଦୁଲ୍‌ଦୁଲି ମଣ୍ଡପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋଚିତ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଏମ୍‌ପି ସୁରେଶ ପୂଜାରୀ ପ୍ରମୁଖ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟନ କରିଥିଲେ। ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଷ୍ଟଲ୍‌ ପରିଦର୍ଶନ କରିଥିଲେ। ମଞ୍ଚରେ ଜିଲା ସଂସ୍କୃତି ବିଭାଗ ସଭାପତି ତଥା ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସାନ୍ଧ୍ୟ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ମୁଖ୍ୟଅତିଥି ଓ ଏମ୍‌ପି ପୂଜାରୀ, ଜିଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଝାରସୁଗୁଡା ବ୍ଲକ୍‌ ଅଧ୍ୟକ୍ଷା ଚିତ୍ରାଣୀ ପଟେଲ, ପୌରାଧ୍ୟକ୍ଷା ରାନୀ ହାତୀ, ଅତିରିକ୍ତ ଜିଲାପାଳ ପ୍ରବୀର କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। କମିଟି କର୍ମକର୍ତ୍ତା ତାପସ ରାୟ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲାପାଳ ନାୟକ ସ୍ବାଗତ ଅଭିଭାଷଣ ଦେଇଥିଲେ। ମଞ୍ଚରେ କବି ଅଧ୍ୟାପିକା ମନ୍ଦାକିନୀ ଶତପଥୀଙ୍କୁ ମୁଖ୍ୟଅତିଥି ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜିଲାର କଳା ସଂସ୍କୃତି ଓ ଐତିହ୍ୟକୁ ନେଇ ପ୍ରକାଶିତ ସ୍ମରଣିକା ଦୁଲ୍‌ଦୁଲିକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଜିଲାର କଳା ସଂସ୍କୃତି ଓ ଐତିହ୍ୟକୁ ନେଇ ଇତିହାସ ରହିଛି। ମହୋତ୍ସବ ମାଧ୍ୟମରେ ଏହାକୁ ବଜାୟ ରଖିବା ଜିଲାବାସୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଅତିଥିମାନେ କହିଥିଲେ। ଜିଲାପାଳ ସାମଲ କହିଥିଲେ ଜିଲା ମହୋତ୍ସବର ସ୍ବତନ୍ତ୍ର ମହନୀୟତା ରହିଛି। ଜିଲାବାସୀ ହୃଦୟରୁ ଭଲ ପାଉଥିବାରୁ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ରୟାଲ ଏକାଡେମୀର ଭାଙ୍ଗଡା ନୃତ୍ୟ, ରାଜସ୍ଥାନର ଲୋକନୃତ୍ୟ, ଖୋର୍ଦ୍ଧାର ଗୋଟିପୁଅ, ଭୁବନେଶ୍ୱରର ଦଶମହାବିଦ୍ୟା, ବଲାଙ୍ଗୀରର ଘୁଡୁକା ଆଦି ନୃତ୍ୟ ଆଦି ପରିବେଷିତ ହୋଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri