Posted inଫୁରସତ

କରୋନାକୁ ଦୁର୍ବଳ କରୁଛି ଶରୀରର ଏହି ଭିଟାମିନ୍‌: ଏସବୁ ଦେଶରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍‌

ସମଗ୍ର ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ କିଛି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଦେଶରେ ଏହା ବହୁତ କମ୍‌ ରହିଛି। ଏପରି ହେବା ପଛର କାରଣଟି ହେଲା ଲୋକଙ୍କ ଶରୀରରେ ଥିବା ଭିଟାମିନ୍‌ ଡି। କମ୍‌ ମୃତ୍ୟୁ ସଂଖ୍ୟା ଥିବା ଦେଶଗୁଡ଼ିକରେ ରୋଗୀମାନଙ୍କ ଦେହରେ ଭିଟାମିନ୍‌ ଡି ପରିମାଣ ଅଧିକ ରହିଥିଲା। ଫଳରେ କରୋନା ଭୂତାଣୁ ତାଙ୍କର ବିଶେଷ କିଛି କ୍ଷତି କରିପାରି ନ ଥିଲା। ଅପରପକ୍ଷେ ଯେଉଁ ଦେଶରେ ଭିଟାମିନ୍‌ ଡି କମ୍‌ ଥିଲା ସେଠାରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସେଭଳି ଦେଶରେ ରହିଛି ନରଓ୍ବେ, ଡେନ୍‌ମାର୍କ, ଫିନ୍‌ଲ୍ୟାଣ୍ଡ, ସ୍ବିଡେନ୍‌ ଆଦି। ଏଠାରେ ଭିଟାମିନ୍‌ ଡି ଲୋକଙ୍କ ରକ୍ଷା କବଚ ପାଲଟିଲା। ଫଳରେ ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ। ୟୁରୋପର ବୈଜ୍ଞାନିକ୍‌ମାନଙ୍କ ଏକ ଟିମ୍‌ ଗବେଷଣା କରି ଏହି ନିଷ୍କର୍ସରେ ପହଞ୍ଚିଛି। ଭିଟାମିନ୍‌ ଡି କମ୍‌ ଥିବା ଯୋଗୁ ୟୁରୋପୀୟ ଦେଶଗୁଡ଼ିକ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ସ୍ପେନ୍‌, ଫ୍ରାନ୍ସ, ଇଟାଲୀ, ବ୍ରିଟେନ୍‌ ରହିଛି। ସେହିଭଳି ଆମେରିକା, ଭାରତ ଏବଂ ଚୀନରେ ଲୋକମାନଙ୍କ ଦେହରେ ଭିଟାମିନ୍‌ ଡି ପର୍ଯ୍ୟାପ୍ତ ପରିମାଣରେ ନ ଥାଏ। ଏଣୁ ଏଠାରେ ମଧ୍ୟ ଅଧିକ ଲୋକ ସଂକ୍ରମିତ ହେବା ସହ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟୁଛି।

ନରଓ୍ବେ, ଫିନ୍‌ଲ୍ୟାଣ୍ଡ ଏବଂ ସ୍ବିଡେନ୍‌ର ଭୌଗଳିକ ସ୍ଥିତିକୁ ନେଇ ସେଠାରେ ସୂର୍ଯ୍ୟଙ୍କ ହାନିକାରକ ରଶ୍ମୀ କମ୍‌ ପଡ଼ିଥାଏ। ହେଲେ ଲୋକମାନେ ଦୁଗ୍ଧ ଜାତୀୟ ପଦାର୍ଥ ଅଧିକ ସେବନ କରିଥାନ୍ତି। ଏହାକୁ ଦେଖି ଅତି କମ୍‌ରେ ୨୦ ମିନିଟ ପର୍ଯ୍ୟନ୍ତ ଖରାରେ ବସିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri