ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ

ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍‌ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ ମୂଲ ଲାଗିବାକୁ ଯାଉଛନ୍ତି। ଯାହାଙ୍କୁ ଲୋକମାନେ ଦିନେ କରତାଳି ମଧ୍ୟରେ ଉତ୍ସାହିତ କରୁଥିଲେ, ସେହି ବ୍ୟକ୍ତି ଆଜି ଏତେ ଅସହାୟ ଯେ ପରିବାରର ଖର୍ଚ୍ଚ ଚଳାଇବା ପାଇଁ ପ୍ରତିଦିନ ମଜୁରୀ ଲାଗିବାକୁ ବାହାରକୁ ଯାଉଛନ୍ତି।

ଏହି ଦୌଡ଼ାଳିଙ୍କ ଘର ସ୍ବର୍ଣ୍ଣପଦକ ସହ ଅନେକ ଟ୍ରଫିରେ ପୂରି ରହିଛି। ହେଲେ ଏହି କରୋନା ସଙ୍କଟ ସମୟରେ ତାଙ୍କୁ ଦୈନିକ ମଜୁରୀ ଲାଗିବାକୁ ପଡୁଛି। ଜାମସେଦପୁରର ସୁଦୂର ଆଦିବାସୀ ବହୁଳ ଗାଁ ନାଗଡିହର ଏହି ଦୌଡ଼ାଳି ଜଣଙ୍କ ଘରେ ଟ୍ରଫି ଉପରେ ଟ୍ରଫ। ମାତ୍ର ଆଜି ଘରେ ଖାଇବାକୁ ନାହିଁ। ଯେଉଁଥିପାଇଁ ସେ ମୂଲ ଲାଗିବାକୁ ଯାଉଛନ୍ତି।

୧୦ ହଜାର ମିଟର ଟ୍ରାକ୍‌ ଏବଂ ଫିଲ୍ଡରେ ଦୌଡ଼ିଥିବା ବାଦଶାହା ତଥା ମାରାଥନ୍‌ ରାଜା ଅର୍ଜୁନ ଟୁଡୁଙ୍କ ଘରେ ଟ୍ରଫି ରଖିବାକୁ ସ୍ଥାନ ନାହିଁ। କିନ୍ତୁ ଅଛି ଖାଦ୍ୟାଭାବ। ସେ କହିଛନ୍ତି ଯେ, ଲକଡାଉନ ହେତୁ କୌଣସି ସ୍ଥାନରେ ମାରାଥନ ରେସ୍‌ ହେଉନାହିଁ। ଆମେ ପୁରସ୍କାର କେଉଁଠୁ ଜିତିବୁ ଏବଂ ତା’ପରେ ଆମ ପରିବାର କେମିତି ଚଳିବ? ସେଥିପାଇଁ ମୂଲ ଲାଗିବାକୁ ପଡୁଛି।

୨୦୧୦ ମସିହାରୁ ଆଜିପର୍ଯ୍ୟନ୍ତ ଅର୍ଜୁନ ଯେଉଁଠି ବି ଦୌଡ଼ରେ ଭାଗ ନେଇଛନ୍ତି, ସେଠାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହି ସ୍ବର୍ଣ୍ଣପଦକ ତାଙ୍କ ଘରେ ଛାଇଯାଇଛି। ମାତ୍ର ଖାଇବାକୁ ନାହିଁ ବୋଲି ମୂଲ ଲାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାମିଲଟନ କୋଭିଡ୍‌ ପଜିଟିଭ୍‌

ସାଖୀର (ବାହାରିନ୍‌), ୨ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ୭ଥର ବିଶ୍ୱଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କର ପଜିଟିଭ୍‌ ଆସିଛି। ମର୍ସିଡିଜ୍‌ ଏଏମ୍‌ଜି ପେଟ୍ରୋନାସ୍‌ ଫର୍ମୁଲା ଓ୍ବାନ ଟିମ୍‌ ପକ୍ଷରୁ ଏକ...

ଭାରତଠାରୁ ସହାୟତା ଲୋଡ଼ିଲେ ପିଟରସେନ

ନୂଆଦିଲ୍ଲୀ,୧୫।୨: ସୋସିଆଲ ମିଡିଆ ଜରିଆରେ ଭାରତଠାରୁ ସହାୟତା ଲୋଡ଼ିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସେନ। ସେ ମଙ୍ଗଳବାର ନିଜର ଟୁଇଟର...

୮ ବର୍ଷ ପରେ ଘରୋଇ ହିଂସା ମାମଲାରେ ଲିଆଣ୍ଡର ପେସ୍‌ଙ୍କୁ ଝଟ୍‌କା, ପୂର୍ବ ପାର୍ଟନରଙ୍କ ସପକ୍ଷରେ ରାୟ

ନୂଆଦିଲ୍ଲୀ,୨୫।୨: କିମ୍ବଦନ୍ତୀ ଟେନିସ ଷ୍ଟାର୍‌ ଲିଆଣ୍ଡର୍‌ ପେସଙ୍କୁ ଲାଗିଛି ଝଟ୍‌କା। ୨୦୧୪ରେ ତାଙ୍କ ବିରୋଧରେ ପୂର୍ବତନ ପାର୍ଟନର୍‌ ତଥା ଅଭିନେତ୍ରୀ ରିୟା ପିଲ୍ଲାଇ ଘରୋଇ ହିଂସା...

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି...

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍‌: ୧୪୫ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୪।୬: ଇଂଲଣ୍ଡର ତାରକା ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୬୫୦ ଉଇକେଟ ନେବାରେ ଜେମ୍ସ ଆଣ୍ଡରସନ ଦୁନିଆର ପ୍ରଥମ...

ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ

ପୂର୍ବତନ ଭାରତୀୟ ଶୁଟର୍‌ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ...

ଲକ୍‌ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ

ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ...

ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି।...

Advertisement
Archives

Model This Week