ଭାକ୍ସିନ ନେଇଥିବା ଗ୍ରାହକଙ୍କ ପାଇଁ ଦୁବାଇ ରେଷ୍ଟୁରାଣ୍ଟର ସ୍ବତନ୍ତ୍ର ଅଫର

ଦୁବାଇ,୨୫।୧: ଭାରତ ଭଳି ବିଭିନ୍ନ ଦେଶରେ ଏବେ ଟିକାକରଣ ପ୍ରକ୍ରିୟା ଚାଲିଛି। ଭାକ୍ସିନକୁ ଭୟ ନ କରି ଆଗେଇ ଆସିବାକୁ ଲୋକଙ୍କୁ ବହୁ ସଂସ୍ଥା, ସେଲିବ୍ରେଟି ଆଦି ପ୍ରୋତ୍ସାହିତ କରୁଛନ୍ତି। ଦୁବାଇର ଏକ ରେଷ୍ଟୁରାଣ୍ଟ ଭାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ରାତ୍ରି ଭୋଜନ ଉପରେ ଦେଉଛି ରିହାତି।

୧୦ ନିୟୁତ ଲୋକସଂଖ୍ୟା ବିଶିଷ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଏବେ ସୁଦ୍ଧା ୨.୫ ନିୟୁତ ଲୋକଙ୍କୁ ଭାକ୍ସିନ ଦିଆଯାଇଛି। ଇସ୍ରାଏଲ ପରେ ଭାକ୍ସିନ ନେବାରେ ୟୁଏଇର ହାର ଦ୍ୱିତୀୟ ସର୍ବାଧିକ।

ଗେଟ୍ସ ହସପିଟାଲିଟି ଦ୍ୱାରା ପରିଚାଳିତ ୩ ରେଷ୍ଟୁରାଣ୍ଟରେ ଭାକ୍ସିନର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ରାତ୍ରି ଭୋଜନରେ ୧୦ ପ୍ରତିଶତ ଓ ଦ୍ୱିତୀୟ ଡୋଜ ଗ୍ରହଣ କରିଥିବା ଲୋକଙ୍କୁ ୨୦ % ରିହାତି ଦିଆଯାଉଛି। ଏହି ରିହାତି ପାଇବା ଲାଗି ଗ୍ରାହକଙ୍କୁ ମେଡିକାଲ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ। ଉଲ୍ଲେଖଥାଉ କି, ୟୁଏଇରେ ଗତବର୍ଷ ଡିସେମ୍ବରଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଦେଶରେ ଚାଇନାରେ ପ୍ରସ୍ତୁତ ସିନୋଫାର୍ମ ଓ ଆମେରିକାର ଫାଇଜର ଟିକାକୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…

ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି।...

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ,...

ମହାକାଶ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି, ଆମେରିକା ଦେଲା ଚେତାବନୀ…

ଓ୍ବାଶିଂଟନ,୧୪।୭: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ମହାକାଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୃଥିବୀ ପୃଷ୍ଠରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରୁଥିବା...

‘ମୋତେ ଭାରତ ପଠାଇଦିଅ’

ଇସ୍‌ଲାମାବାଦ୍‌, ୧ା୬: ‘ଭଲ ଭାବେ ବଞ୍ଚିବା ପ୍ରତିଶ୍ରୁତି ପାଇ ଦେଶ ବିଭାଜନବେଳେ ଭାରତରୁ ପାକିସ୍ତାନ ଆସିଥିଲି। କିନ୍ତୁ ନିଜ ଘର ମାଫିଆଙ୍କ କବଳରୁ ମୁକୁଳାଇବା ପାଇଁ...

ସିଡ୍‌ନୀରେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା

ସିଡନୀ,୧ ।୩: ଅଷ୍ଟ୍ରେଲିଆର ସିଡନୀରେ ସେଠାକାର ପୋଲିସ ଜଣେ ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ସିଡନୀର ଏକ ରେଲୱେ...

ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ,...

ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ୍‌,୨୪।୧୧: ପାକିସ୍ତାନ ଦେବାଳିଆ ହୋଇଯାଇଥିବା କଥା ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡିଛି।...

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍‌ଏନ୍‌

ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍‌ ସ୍ବାସ୍ଥ୍ୟ...

Advertisement
Archives

Model This Week