ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାର ହେଲା ଦୁବାଇ…

ଦୁବାଇ, ୧୩।୧୨: ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ ତଥା  ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରସିଦ ଅଲ ମାକତୁମ ଘୋଷଣା କରିଛନ୍ତି ଯେ ଦୁବାଇ ସରକାର ବିଶ୍ୱରେ ପ୍ରଥମ ‘ପେପରଲେସ୍‌’ସରକାର ହୋଇପାରିଛନ୍ତି। ଫଳରେ ଦୁବାଇ ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାରର ମାନ୍ୟତା ହାସଲ କରିଛି।  ଏହାଦ୍ୱାରା ୧.୩ ବିଲିୟନ ଦିରହମ (୩୫କୋଟି ଡଲାର) ଏବଂ କୋଟିଏ ୪୦ ଲକ୍ଷ ଶ୍ରମ ଘଣ୍ଟା ସଞ୍ଚୟ ହୋଇ ପାରିଛି। ଏହାଦ୍ୱାରା ଦୁବାଇ ସରକାରଙ୍କ ସମସ୍ତ ଆଭ୍ୟନ୍ତରୀଣ, ବାହ୍ୟ କାରବାର ଏବଂ ପ୍ରକ୍ରିୟା ବର୍ତ୍ତମାନ ୧୦୦ ପ୍ରତିଶତ ଡିଜିଟାଲ ହୋଇପାରିଛି। ଏକ ବ୍ୟାପକ ଡିଜିଟାଲ ସରକାରୀ ସେବା ପ୍ଲାଟଫର୍ମ ଦ୍ୱାରା ଏହା ପରିଚାଳିତ ହେଉଛି। ଫଳରେ ସରକାରୀ କାର୍ଯ୍ୟରେ କାଗଜର ବ୍ୟବହାରକୁ ବନ୍ଦ କରାଯାଇଛି।

ଶେଖ ହାମଦାନ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ଦୁବାଇର ସମସ୍ତ କାର୍ଯ୍ୟକୁ ଡିଜିଟାଇଜେଶନ କରିବା ପାଇଁ ଏକ ନୂତନ ପର୍ଯ୍ୟାୟର ଆରମ୍ଭ ମାତ୍ର। ସରକାରଙ୍କ ‘ପେପରଲେସ୍‌’ ନୀତି ପାଞ୍ଚଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଥିଲା। ଖବର ଅନୁଯାୟୀ, ପର୍ଯ୍ୟାୟ ଶେଷ ସୁଦ୍ଧା ସମସ୍ତ ୪୫ଟି ସରକାରୀ ଅନୁଷ୍ଠାନରେ କାଗଜ ବିହୀନ ନୀତି କାର୍ଯ୍ୟକାରୀ କରାଯାଇଥିଲା।

ଏହି ନୀତିରୁ ଦୁବାଇ ସରକାର ବହୁତ ଲାଭବାନ ହେବେ। କାଗଜବିହୀନ ଯିବା କେବଳ ଟଙ୍କା ସଞ୍ଚୟ କରିବ ନାହିଁ ବରଂ ମାନବା ଶ୍ରମ ଶକ୍ତି ମଧ୍ୟ ସଞ୍ଚୟ କରିବ। ଏହା ଦ୍ୱାରା ସରକାର ପ୍ରତିବର୍ଷ ପ୍ରାୟ ୨୭୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ। ଏହି ପଦକ୍ଷେପର ମୂଳଦୁଆ ୨୦୧୮ ରେ ରଖାଯାଇଥିଲା। ଯାହା ପରିବେଶ ଦୃଷ୍ଟିକୋଣରୁ ଏକ ପ୍ରଶଂସନୀୟ ପଦକ୍ଷେପ ଭାବରେ ମଧ୍ୟ ବିବେଚନା କରାଯାଉଛି। ଦୁବାଇର କ୍ରାଉନ ପ୍ରିନ୍ସ ଏହାକୁ ଏକ ନୂତନ ଯୁଗର ଆରମ୍ଭ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଦଶନ୍ଧି ମଧ୍ୟରେ ଡିଜିଟାଲ ସେବାକୁ ଆଧୁନିକୀକରଣ ତଥା ସୁଗମ କରିବା ପାଇଁ ସରକାର କାର୍ଯ୍ୟ କରିବେ।

ଆମେରିକା, ବ୍ରିଟେନ, କାନାଡା ସେମାନଙ୍କର ଟେକ୍ନୋଲୋଜି ଏବଂ ସେବାକୁ ଆଧୁନିକୀକରଣ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। କିନ୍ତୁ ସାଇବର ସୁରକ୍ଷା ପ୍ରତି ବିପଦ ଥିବାରୁ ସେମାନଙ୍କ ପାଇଁ ପେପରଲେସ୍‌ ଲକ୍ଷ୍ୟ ହାସଲ କରିବା ସହଜ ହୋଇ ପାରୁ ନାହିଁ। ଅତୀତରେ ଏହା ଦେଖାଯାଇଛି ଯେ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ହ୍ୟାକିଂର ଶିକାର ହୋଇଛି। ତେଣୁ ବହୁ ପାଶ୍ଚାତ୍ୟ ଦେଶରେ ଏହି ଲକ୍ଷ୍ୟ ହାସଲ କରିବାକୁ କଷ୍ଟକର ହୋଇ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri