ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାର ହେଲା ଦୁବାଇ…

ଦୁବାଇ, ୧୩।୧୨: ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ ତଥା  ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରସିଦ ଅଲ ମାକତୁମ ଘୋଷଣା କରିଛନ୍ତି ଯେ ଦୁବାଇ ସରକାର ବିଶ୍ୱରେ ପ୍ରଥମ ‘ପେପରଲେସ୍‌’ସରକାର ହୋଇପାରିଛନ୍ତି। ଫଳରେ ଦୁବାଇ ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାରର ମାନ୍ୟତା ହାସଲ କରିଛି।  ଏହାଦ୍ୱାରା ୧.୩ ବିଲିୟନ ଦିରହମ (୩୫କୋଟି ଡଲାର) ଏବଂ କୋଟିଏ ୪୦ ଲକ୍ଷ ଶ୍ରମ ଘଣ୍ଟା ସଞ୍ଚୟ ହୋଇ ପାରିଛି। ଏହାଦ୍ୱାରା ଦୁବାଇ ସରକାରଙ୍କ ସମସ୍ତ ଆଭ୍ୟନ୍ତରୀଣ, ବାହ୍ୟ କାରବାର ଏବଂ ପ୍ରକ୍ରିୟା ବର୍ତ୍ତମାନ ୧୦୦ ପ୍ରତିଶତ ଡିଜିଟାଲ ହୋଇପାରିଛି। ଏକ ବ୍ୟାପକ ଡିଜିଟାଲ ସରକାରୀ ସେବା ପ୍ଲାଟଫର୍ମ ଦ୍ୱାରା ଏହା ପରିଚାଳିତ ହେଉଛି। ଫଳରେ ସରକାରୀ କାର୍ଯ୍ୟରେ କାଗଜର ବ୍ୟବହାରକୁ ବନ୍ଦ କରାଯାଇଛି।

ଶେଖ ହାମଦାନ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ଦୁବାଇର ସମସ୍ତ କାର୍ଯ୍ୟକୁ ଡିଜିଟାଇଜେଶନ କରିବା ପାଇଁ ଏକ ନୂତନ ପର୍ଯ୍ୟାୟର ଆରମ୍ଭ ମାତ୍ର। ସରକାରଙ୍କ ‘ପେପରଲେସ୍‌’ ନୀତି ପାଞ୍ଚଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଥିଲା। ଖବର ଅନୁଯାୟୀ, ପର୍ଯ୍ୟାୟ ଶେଷ ସୁଦ୍ଧା ସମସ୍ତ ୪୫ଟି ସରକାରୀ ଅନୁଷ୍ଠାନରେ କାଗଜ ବିହୀନ ନୀତି କାର୍ଯ୍ୟକାରୀ କରାଯାଇଥିଲା।

ଏହି ନୀତିରୁ ଦୁବାଇ ସରକାର ବହୁତ ଲାଭବାନ ହେବେ। କାଗଜବିହୀନ ଯିବା କେବଳ ଟଙ୍କା ସଞ୍ଚୟ କରିବ ନାହିଁ ବରଂ ମାନବା ଶ୍ରମ ଶକ୍ତି ମଧ୍ୟ ସଞ୍ଚୟ କରିବ। ଏହା ଦ୍ୱାରା ସରକାର ପ୍ରତିବର୍ଷ ପ୍ରାୟ ୨୭୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ। ଏହି ପଦକ୍ଷେପର ମୂଳଦୁଆ ୨୦୧୮ ରେ ରଖାଯାଇଥିଲା। ଯାହା ପରିବେଶ ଦୃଷ୍ଟିକୋଣରୁ ଏକ ପ୍ରଶଂସନୀୟ ପଦକ୍ଷେପ ଭାବରେ ମଧ୍ୟ ବିବେଚନା କରାଯାଉଛି। ଦୁବାଇର କ୍ରାଉନ ପ୍ରିନ୍ସ ଏହାକୁ ଏକ ନୂତନ ଯୁଗର ଆରମ୍ଭ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଦଶନ୍ଧି ମଧ୍ୟରେ ଡିଜିଟାଲ ସେବାକୁ ଆଧୁନିକୀକରଣ ତଥା ସୁଗମ କରିବା ପାଇଁ ସରକାର କାର୍ଯ୍ୟ କରିବେ।

ଆମେରିକା, ବ୍ରିଟେନ, କାନାଡା ସେମାନଙ୍କର ଟେକ୍ନୋଲୋଜି ଏବଂ ସେବାକୁ ଆଧୁନିକୀକରଣ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। କିନ୍ତୁ ସାଇବର ସୁରକ୍ଷା ପ୍ରତି ବିପଦ ଥିବାରୁ ସେମାନଙ୍କ ପାଇଁ ପେପରଲେସ୍‌ ଲକ୍ଷ୍ୟ ହାସଲ କରିବା ସହଜ ହୋଇ ପାରୁ ନାହିଁ। ଅତୀତରେ ଏହା ଦେଖାଯାଇଛି ଯେ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ହ୍ୟାକିଂର ଶିକାର ହୋଇଛି। ତେଣୁ ବହୁ ପାଶ୍ଚାତ୍ୟ ଦେଶରେ ଏହି ଲକ୍ଷ୍ୟ ହାସଲ କରିବାକୁ କଷ୍ଟକର ହୋଇ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri