ଭିଜିଲାନ୍ସ ଜାଲରେ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୦।୮: ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ନେତୃତ୍ୱରେ ୧୧ ଜଣିଆ ଦଳ ସଦର ଥାନା ଓ ଅମଲାପଡାସ୍ଥିତ ସରକାରୀ ବାସ ଭବନରେ ଚଢ଼ାଉ କରିଛନ୍ତି। କୋଇଲା ବୋଝେଇ ଟ୍ରକ୍‌ ପାର କରିବାକୁ ଟ୍ରକ୍‌ ମାଲିକମାନଙ୍କୁ ଧମକାଇବା ସହ, ଜଣେ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପୂର୍ବରୁ ମଧ୍ୟ କୋଇଲା ବୋଝେଇ ଗାଡ଼ି ମଧ୍ୟରୁ ଗୋଟିଏ ଟ୍ରକ୍‌ ପାଇଁ ୧୫ ହଜାର ଟଙ୍କା ନେଇଥିବା ଜଣାପଡିଛି।