ଶୁଖିଲାଣି ଜଳାଶୟ, ଆଗକୁ ଜଳ ସଙ୍କଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ, ୨୮ା୨:ଚଳିତବର୍ଷ ଖରାଦିନେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହା ଏବେଠାରୁ ବାରି ହେଲାଣି। ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ଚାରାରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ ଆସୁଛି । କିନ୍ତୁ ସରକାରୀସ୍ତରରେ ସେଭଳି ଆନ୍ତରିକତା ପ୍ରକାଶ ପାଏନାହିଁ। ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ଏକାଧିକ ଜଳାଶୟ ଥାଇ ମଧ୍ୟ ସେଥିରୁ ଅଧିକାଂଶ ପୋତି ହୋଇଗଲାଣି । ଏବେ ଯେଉଁଥିରେ ପାଣି ଅଛି, ତାହା ଆଉ କିଛି ଦିନ ପରେ ଶୁଖିଯିବ। ତା ପରେ ଗାଈ, ବଳଦ, ମଇଁଷି ଆଦି ପ୍ରାଣୀଙ୍କ ପାଇଁ ସମସ୍ୟା ବଢିଯିବ । ପ୍ରତିବର୍ଷ ପରି ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ନେଇ ପ୍ରସ୍ତୁତି ବୈଠକ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ତେଣୁ ଜିଲା ପ୍ରଶାସନ ଏହା ଉପରେ ବିସ୍ତୃତ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଜଗତ୍‌ସିଂହପୁର ସହର ୱାର୍ଡ ସଂଖ୍ୟା ୫ନଂ. ଅନ୍ତର୍ଗତ ମାଧପୁର ଲାଲାସାହିସ୍ଥିତ ରାଧାମାଧବଜୀଉଙ୍କ ଜଳାଶୟ ପୁନରୁଦ୍ଧାର କେବଳ ଗାର୍ଡ ୱାଲ୍‌ରେ ସୀମିତ ରହିଛି। ଦେଉଳୀ ଗ୍ରାମେଶ୍ୱର ବାରିକ ସାହି ଜଳାଶୟଟି ପୋତି ହୋଇଯିବା ସହ ପରିତ୍ୟକ୍ତ ଅବସ୍ଥାରେ ରହିଛିି । ୱାର୍ଡ ସଂଖ୍ୟା ୩ ଅନ୍ତର୍ଗତ ଗୋପାଳସାଗର ଗାଁ ଭିତରେ ଥିବା ଜଳାଶୟ ପୁନରୁଦ୍ଧାର ହେଉନାହିଁ । ୱାର୍ଡ ନଂ.୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ମଧ୍ୟ ପୋତି ହୋଇଗଲାଣି। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁଦ୍ଧିକ୍ରିୟା ଆଦି ସେଠାରେ ହୁଏ । ଏଥିରୁ ପାଣି ଶୁଖିଯିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିପରି ଜଗତ୍‌ସିଂହପୁର ସହରରେ ଏକାଧିକ ଛୋଟ, ବଡ ଜଳାଶୟ ଥିଲେ ସୁଦ୍ଧା ତାର ଆଶାଜନକ ପୁନରୁଦ୍ଧାର ହୋଇପାରୁନାହିଁ। ଅନ୍ୟପଟେ ସହରାଞ୍ଚଳ ଛାପରେ କେତେକ ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ଚାଲିଛି। ଏହାଦ୍ୱାରା ଜଳାଶୟଗୁଡିକର ସ୍ଥିତି ହଜିଯାଉଛି । କିନ୍ତୁ ଏବେ ଯେତୋଟି ଅଛି ତାର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳ ସଙ୍କଟ ସମସ୍ୟା ଜଟିଳ ହେବା ଆଶଙ୍କା ରହିଛି ।
ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପଞ୍ଚାୟତଗୁଡିକରେ ମୋ ପୋଖରୀ ଯୋଜନାରେ ଟଙ୍କା ଆସୁଛି। କିନ୍ତୁ ସହରରେ ଜଳଶୟ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ସେଭଳି ପଦକ୍ଷେପ ନେଉ ନାହାନ୍ତି । ସୌଭାଗ୍ୟ ଚଳିତ ବଜେଟ୍‌ରେ ଏଥିପ୍ରତି ଅନୁଦାନ ବ୍ୟବସ୍ଥା ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଏବଂ ଅମୃତ ମିଶନ ନିର୍ଦ୍ଦେଶକଙ୍କ ପକ୍ଷରୁ ଗତବର୍ଷ ଡିସେମ୍ବରରେ ସମସ୍ତ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‌/ମ୍ୟୁନିସିପାଲିଟି କର୍ପୋରେଶନ କମିଶନର/ପୌର ପରିଷଦ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ସହରାଞ୍ଚଳରେ ଥିବା ଜଳାଶୟଗୁଡ଼ିକର ପରିବେଶ ଓ ପୁନରୁଦ୍ଧାର ପାଇଁ ବିଭାଗ ପଦକ୍ଷେପ ନେବାକୁ ଯାଉଛି । ବିଶେଷକରି ଭୂତଳ ଜଳସ୍ତର ରିଚାର୍ଜ ସହ ପରିବେଶଗତ ସୁରକ୍ଷା ଓ ମନୋରଞ୍ଜନ ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରାଯିବ। ପରିଷଦ ଆଦିକୁ କାର୍ଯ୍ୟରେ ସହଯୋଗ ପାଇଁ ଜଳାଶୟ ପୁନରୁଦ୍ଧାର ୟୁନିଟ୍‌ (ଡବ୍ଲ୍ୟୁଆର୍‌ୟୁ) ଗଠନ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ଉପଲବ୍ଧ ସମସ୍ତ ଜଳାଶୟର ମ୍ୟାପ କରି ତାର ପୁନରୁଦ୍ଧାର ପାଇଁ ଚିନ୍ତା କରାଯିବ । ତେବେ କ୍ଲଷ୍ଟର ଅନୁଯାୟୀ ତାଲିମ କାର୍ଯ୍ୟକ୍ରମ ୨ ମାସ ଭିତରେ ହେବ । ପୌର ପରିଷଦଗୁଡିକ ନିଜ କାର୍ଯ୍ୟାଳୟରେ ଜଳାଶୟ କ୍ୟାମ୍ପେନ ନାମରେ କମିଟି ବାଛିବ । ଏହାର କାମ ହେଲା ତଥ୍ୟ ଏବଂ ପ୍ରାଥମିକ ଆବଶ୍ୟକତା ଯଥା ଇନଲେଟ୍‌ ଏବଂ ଆଉଟଲେଟ୍‌ ଚିହ୍ନଟ ସହ ଡ୍ରୋନ ସର୍ଭେ ଆଦିରେ ସହଯୋଗ କରିବା । ଏହାର ନୋଡାଲ ଅଫିସରଙ୍କ ଯୋଗାଯୋଗ ନମ୍ବର ସ୍ବତନ୍ତ୍ର ସଚିବ ଏବଂ ଅମୃତ ମିଶନ ଡାଇରେକ୍ଟରଙ୍କୁ ପ୍ରେରଣ କରାଯିବ। ତେବେ ଏହା ଭିତରେ ଅନେକ କିଛି ଅଗ୍ରଗତି ହୋଇଥିବା ଜଣାଯାଇଛି। ମଙ୍ଗଳବାରଠାରୁ ଭୁବନେଶ୍ୱରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଜଗତ୍‌ସିଂହପୁର ପୌର ପରିଷଦ ସମେତ ଅନ୍ୟ ୧୧୪ଟି ୟୁଏଲ୍‌ବିର କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୫ ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ

କନ୍ଦରପୁର-ମାଛଗାଁ ରାସ୍ତା ପାର୍ଶ୍ୱ ଗୋପାଳସାଗରଠାରେ ପାଖାପାଖି ୪୦ ଡେସିମିଲ ଜମିରେ ଥିବା ବଡ ଜଳାଶୟଟି ଭଲ ସ୍ଥିତିରେ ରହିଛି । ଏହି ଜଳାଶୟଟି ଗୋପାଳଜୀଉଙ୍କ ନାମରେ ଥିଲେ ସୁଦ୍ଧା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଉନ୍ନତୀକରଣ ପାଇଁ ଅତୀତରେ ୧୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଜଳାଶୟ ଚାରିପଟେ ଗାର୍ଡ ୱାଲ, ଲାଇଟ୍‌ ପୋଷ୍ଟ ଓ ଚାରାରୋପଣ ଆଦି କରାଯିବା ପାଇଁ ଟେଣ୍ଡର ହୋଇଥିଲା । ଏହାପରେ ଏହି ପୋଖରୀର ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଏହା ବିଭାଗୀୟ ଅନୁମୋଦନ ପାଇଲେ ସହରବାସୀଙ୍କ ପାଇଁ ମନୋରଞ୍ଜନର ଏକ ପ୍ରମୁଖ ସ୍ଥାନ ପାଲଟିବ । ଏହା ପାର୍ଶ୍ୱରେ ପାଇଖାନା, ପାଦଚଲା ରାସ୍ତା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ ହେବ। ଏହାବାଦ୍‌ ଆଉ ୫ଟି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ରହିଛି। ସେଗୁଡିକ ମଧ୍ୟରୁ ସିପି ମକୁନ୍ଦପୁରସ୍ଥିତ ବିଧେଇପୋଖରୀ ଅନ୍ୟତମ। ଏହି ପୋଖରୀ ଜବରଦଖଲ ଥିଲେ ସୁଦ୍ଧା କେତେକାଂଶ ମୁକ୍ତ କରାଗଲାଣି। ପୋଖରୀର କିଛି ଅଂଶ ୬ ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡ ଓ୍ବାଲ୍‌ କରାଯାଇଛି । ସେହିପରି ଖେରସସ୍ଥିତ କନିୟର ପୋଖରୀ ମୃତପ୍ରାୟ ରହିଛି । ତେବେ ଏହି ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ନିକଟରୁ ୨ କୋଟି ଟଙ୍କାର ପ୍ରସ୍ତାବ ଯାଇଥିଲେ ସୁଦ୍ଧା ଅନୁମୋଦନ ହୋଇପାରିନାହିଁ । ଅନୁଦାନ ଆସିଲେ ପୋଖରୀ ଖୋଳାଯିବା ସହ ସେଥିରେ ବୋଟିଂ ସୁବିଧା ଓ ପାର୍କ ଆଦି କରାଯିବ । ଓହଳ ନୂଆବାଗ ଭୋଇସାହି ପାର୍ଶ୍ୱରେ ଥିବା ରାଧାମାଧବଜୀଉ ଓ ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ନିକଟ ଜଳାଶୟ (ଘୋଷ ପୋଖରୀ)ଟିର ପୁନରୁଦ୍ଧାର ପାଇଁ ଚିନ୍ତା କରାଯାଉଛି । ଏହି ସୂଚନା ଦେଇଛନ୍ତି ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ । ସେ ଏକଥା ମଧ୍ୟ କହିଛନ୍ତି ମଙ୍ଗଳବାରଠାରୁ ହେବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବଗୁଡିକ ଉପରେ ମୋହର ବାଜିବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri