ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଜଙ୍ଗଲ ଓ ପରିବେଶର ଅବକ୍ଷୟ ହେବାକୁ ଲାଗିଥିବାରୁ ଜଳବାୟୁରେ ପରିବର୍ତ୍ତନ ଘଟୁଛି। ତେଣୁ ଏବେ ଜଙ୍ଗଲର ଉପାଦେୟତା ସମସ୍ତେ ବୁଝି ପାରୁଛନ୍ତି। ବିଶେଷକରି ଜାଳେଣି ପାଇଁ କାଠର ଆବଶ୍ୟକତା ରହିଛି। ଏହାର ବିକଳ୍ପ ଭାବେ ଯଦିଓ ଗ୍ୟାସ୍‌, ବିଦ୍ୟୁତ୍‌ ହିଟର ରହିଛି, ତାହା ବ୍ୟୟବହୁଳ ଓ ଚାହିଦା ମୁତାବକ ମିଳୁ ନ ଥିବାରୁ ଲୋକମାନେ ଜଙ୍ଗଲ ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ଜଙ୍ଗଲର ସୁରକ୍ଷା, ଜଙ୍ଗଲକୁ ଭୟାବହ ଅଗ୍ନିକାଣ୍ଡରୁ ରକ୍ଷାକରିବା ପାଇଁ କେନ୍ଦୁଝର ଜିଲାର ବହୁ ଅଞ୍ଚଳରେ ମହିଳାମାନେ ଶୁଖିଲା ପତ୍ରକୁ ସଂଗ୍ରହ କରି ଜାଳେଣି ରୂପେ ବ୍ୟବହାର କରୁଛନ୍ତି। ଯଦିଓ ଏହା ଜାଳେଣି ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରିପାରୁନାହିଁ ତଥାପି ଏହା ଦ୍ୱାରା ଜଙ୍ଗଲର ସୁରକ୍ଷା କରାଯାଇପାରୁଛି। ପତ୍ର ସଂଗ୍ରହକାରୀ ଶୁଖିଲା ପତ୍ରକୁ ଗୋଟାଇ ଆଣୁଥିବାରୁ ଜଙ୍ଗଲରେ ନିଅଁା ବ୍ୟାପିିବା ଆଶଙ୍କା କମୁଛି।

ପ୍ରକାଶ ଯେ, ସାଧାରଣତଃ ବସନ୍ତ ଋତୁରେ ଗଛରୁ ପତ୍ରଝଡ଼ା ଦିଏ। କେନ୍ଦୁଝର ଜିଲା ଜଙ୍ଗଲଗୁଡ଼ିକରେ ଶାଳଗଛ ଅଧିକ ଥିବାରୁ ଲୋକମାନେ ସେଥିରୁ ଝଡ଼ୁଥିବା ଶୁଖିଲା ପତ୍ର ସଂଗ୍ରହ କରିଥାନ୍ତି। ଜିଲାର ସଦର, ପାଟଣା, ଘଟଗାଁ, ସାହାରପଡ଼ା, ଝୁମ୍ପୁରା, ଚମ୍ପୁଆ, ବାଂଶପାଳ, ତେଲକୋଇ ଆଦି ବ୍ଲକ୍‌ ଅଞ୍ଚଳରେ ଅନେକ ପରିବାର ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି ଭାବେ ବ୍ୟବହାର କରିଥାନ୍ତି। ଲୋକମାନେ ସଂରକ୍ଷିତ ଓ ଗ୍ରାମ ନିକଟରେ ଥିବା ଶାଳ, ଆକାଶିଆ, ୟୁକାଲପଟାସ, ଝାଉଁ ଆଦି ଜଙ୍ଗଲରୁ ଜାଳେଣି ପାଇଁ ତଳେ ପଡ଼ିଥିବା ଶୁଖିଲା ପତ୍ରକୁ ଝାଡୁରେ ସାଉଁଟି ଜାଲିରେ ଭର୍ତ୍ତିକରି ଘରକୁ ବୋହିନିଅନ୍ତି। ଅନେକ ଅଞ୍ଚଳରେ ଗ୍ରାମ କମିଟି ଗଠନ କରି ଏହି ଶୁଖିଲା ପତ୍ରକୁ ବିକ୍ରିକରି ରୋଜଗାର କରିଥାନ୍ତି। ଏହି ଅର୍ଥରେ ଜଙ୍ଗଲ ଦେଖାରଖା କରିଥାନ୍ତି। ଗଛକଟା ଉପରେ କଟକଣା ଲାଗୁହେବା ସହ ବନ ସୁରକ୍ଷା ସମିତିଗୁଡ଼ିକର ଜଙ୍ଗଲର ସୁରକ୍ଷା ପାଇଁ କଡ଼ା ଆଭିମୁଖ୍ୟ ରହିଛି। ଏଣୁ ଏଭଳି ସ୍ଥିତିରେ ଶୁଖିଲା ପତ୍ରକୁ ଜାଳେଣି ଭାବେ ବ୍ୟବହାର କରାଯାଉଛି। ଏପରିକି ଶୁଖିଲା ପତ୍ରକୁ ଜଙ୍ଗଲରୁ ସଂଗ୍ରହକରି ବର୍ଷକ ପାଇଁ ସାଇତି ରଖିଥାନ୍ତି। ଏହା ଫଳରେ ଜଙ୍ଗଲରେ ନିଆଁ ଲାଗିବା କମିବା ସହ କମ୍‌ ଖର୍ଚ୍ଚରେ ଜାଳେଣି ମିଳିପାରୁଛି ବୋଲି କେରୀ ଗ୍ରାମର ବେଣୁଧର ମହାନ୍ତ କହିଛନ୍ତି। ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି, ଏହାଦ୍ୱାରା ଜାଳେଣି ସମସ୍ୟା ଦୂରହେବା ସହ ଜଙ୍ଗଲ ଓ ପରିବେଶର ସୁରକ୍ଷା କରାଯାଇ ପାରୁଥିବାରୁ ଏଥିପାଇଁ ଅଧିକ ଜନସଚେତନତାର ଆବଶ୍ୟକତା ରହିଛି। ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି, ଏହି ପତ୍ର ବିକି ଅନେକେ ଚଳୁଛନ୍ତି। ଏହାକୁ ଠିକ୍‌ ଭାବରେ ସାଇତି ନ ରଖିଲେ ନିଆଁ ଲାଗିବାର ସମ୍ଭାବନା ରହୁଛି ା ଫଳରେ ବ୍ୟାପକ କ୍ଷତି ଘଟାଇବ। ଏଣୁ ଏ ଦିଗରେ ସଚେତନତା ସୃଷ୍ଟିହେବା ଆବଶ୍ୟକ। ଏଥିସହ ଏମାନେ ଜଙ୍ଗଲ ସୁରକ୍ଷାରେ ସହାୟକ ହେଉଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri