ଖରା ଦିନିଆ ମେକ୍‌ଅପ୍‌

ଆରମ୍ଭ ହୋଇଯାଇଛି ଖରାଦିନ। ଆଉ ଏମିତିରେ ନିଜ ମେକ୍‌ଅପ୍‌ ଯେପରି ଝାଳରେ ନ ବୋହିଯାଏ ତା’କୁ ନେଇ ବଢିଯାଇଛି ମହିଳାଙ୍କ ଚିନ୍ତା। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ଏ ଦିନେ କେଉଁ ମେକ୍‌ଅପ୍‌ ଆପଣଙ୍କ
ଲାଗି ପରଫେକ୍ଟ ଜାଣି ରଖନ୍ତୁ ଟିପ୍ସ…

ଖରାଦିନେ ମେକ୍‌ଅପ୍‌ ନେବା ପୂର୍ବରୁ ପ୍ରଥମେ ମାଇଲ୍ଡ କ୍ଲିଞ୍ଜରରେ ମୁହଁ ସଫା କରିବା ସହ ଟୋନିଂ କରିବା ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଅଏଲି ସ୍କିନ୍‌ ମହିଳା ଏଦିନେ ମେକ୍‌ଅପ୍‌ ଶୀଘ୍ର ନ ଛାଡିବା ଲାଗି ଆବ୍‌ଜର୍ବିଙ୍ଗ୍‌ ଟୋନର୍‌ ବ୍ୟବହାର କରିବା ଭଲ। ଆପଣ ଚାହିଁଲେ ଅମୃତଭଣ୍ଡା, କାକୁଡି, ଟମାଟୋ ରସକୁ ବି ବ୍ୟବହାର କରି ପ୍ରାକୃତିକ ଉପାୟରେ ଟୋନିଂ କରିପାରିବେ।
ଏହାପରେ ଅଏଲି ସ୍କିନ୍‌କୁ ଛାଡି ଡ୍ରାଏ ସ୍କିନ୍‌ରେ ଏସ୍‌ପିଏଫ୍‌ ୧୫ ଯୁକ୍ତ ମଶ୍ଚରାଇଜର୍‌ ବ୍ୟବହାର କରନ୍ତୁ। ଅଏଲି ତ୍ୱଚାରେ ଲଗାନ୍ତୁ ନାହିଁ। ଆପଣ ଚାହିଁଲେ କେବଳ ଆଖି ତଳେ ମଶ୍ଚରାଇଜର୍‌ ବ୍ୟବହାର କରିପାରିବେ।
ଏଦିନେ ମୋଟା ଲେୟାର୍‌ରେ ଫାଉଣ୍ଡେଶନ୍‌ ଲଗାଇଲେ ଝାଳରେ ବୋହିଯିବା ସହ ପ୍ୟାଚେସ୍‌ ଭଳି ଦେଖାଯାଏ। ତେଣୁ ପତଳା ଲେୟାରର ହାଇଲି ପିଗ୍‌ମେଣ୍ଟେଡ୍‌, ଓ୍ବାଟରପ୍ରୁଫ୍‌ ଜେଲ୍‌ ବେସ୍‌ ଫାଉଣ୍ଡେଶନ ଲଗାନ୍ତୁ।
ଆଖି ଏବଂ ଓଠ ବିନା ସବୁ ମେକ୍‌ଅପ୍‌ ଅଧୁରା। ହେଲେ ଖରାଦିନେ ଆଇ ଲାଇନର, ମସ୍କରା, କାଜଲ ଆଦି ଝାଳରେ ବୋହିଯିବା କାରଣରୁ ମୁହଁର ସୌନ୍ଦର୍ଯ୍ୟ ଖରାପ ହୋଇଯାଏ। ତେଣୁ ଲାଇଟ୍‌ ଓ୍ବାଟରପ୍ରୁଫ୍‌ ବା ସ୍ମଜ୍‌ପ୍ରୁଫ୍‌ କାଜଲ୍‌, ଲାଇନର୍‌ ଏବଂ ମସ୍କରା ବ୍ୟବହାର କରନ୍ତୁ। ଏଦିନେ ନିଜ ଆଇ ମେକ୍‌ଅପ୍‌କୁ ଲାଇଟ୍‌ ରଖିବାକୁ ଚେଷ୍ଟା କରନ୍ତୁ। ଲାବେଣ୍ଡର, କୋରାଲ ପିଙ୍କ୍‌ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍‌ଅପ୍‌ ଖରାପ ଲାଗି ନ ଥାଏ। ସେହିପରି ଲିପ୍‌ଷ୍ଟିକ୍‌ ମଧ୍ୟ ଓ୍ବାଟରପ୍ରୁଫ୍‌ ହିଁ ବାଛନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri