Posted inଜାତୀୟ

ଡାର୍କ ନେଟ୍‌ରେ ଡ୍ରଗ୍ସ କାରବାର

ନୂଆଦିଲ୍ଲୀ,୭ା୬: ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଡ୍ରଗ୍ସ ଚାଲାଣ କରୁଥିବା ଏକ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରାଯାଇଛି। ଚଢ଼ାଉ ବେଳେ ୧୫,୦୦୦ ବୋଲ୍ଟସ ଲାଇସେର୍ଜିକ ଏସିଡ୍‌ ଡାଇଥିଲାମାଇଡ୍‌ (ଏଲ୍‌ଏସ୍‌ଡି) ଜବତ କରାଯାଇ ୬ ଛାତ୍ରଙ୍କୁ ଗିରଫ କରାଯାଇଛି। ଏହାକୁ ଡାର୍କ ନେଟ୍‌ ଜରିଆରେ ଚାଲିଥିବା ସବୁଠୁ ବଡ଼ ଡ୍ରଗ୍ସ କାରବାର ବୋଲି କୁହାଯାଉଛି।
ଏଲ୍‌ଏସ୍‌ଡି ହେଉଛି ଏକ ସିନ୍ଥେଟିକ୍‌ କେମିକାଲଭିତ୍ତିକ ଡ୍ରଗ୍‌, ଯାହାକୁ ହେଲୁସିନୋଜିଏନ୍‌ ଭାବେ ବର୍ଗୀକୃତ କରାଯାଇଛି। ଡାର୍କ ନେଟ୍‌ରେ ପରିଚାଳିତ ଏହି ନେଟ୍‌ଓ୍ବର୍କ ପେମେଣ୍ଟ ପାଇଁ କ୍ରିପ୍ଟୋକରେନ୍ସି ବ୍ୟବହାର କରୁଥିଲା। ଏହାର ଜାଲ ପୋଲାଣ୍ଡ, ନେଦରଲାଣ୍ଡ୍ସ, ଆମେରିକା ଓ ଭାରତର ବିଭିନ୍ନ ରାଜ୍ୟରେ ସକ୍ରିୟ ରହିଛି। ଏନ୍‌ସିବି ଉପମହାନିର୍ଦ୍ଦେଶକ (ନର୍ଦର୍ନ ରେଞ୍ଜ) ଜ୍ଞାନେଶ୍ୱର ସିଂ କହିଛନ୍ତି, ୨୦୨୧ରେ କର୍ନାଟକରେ ୫,୦୦୦ ବୋଲ୍ଟସ୍‌ ଏଲ୍‌ଏସ୍‌ଡି ଜବତ ହୋଇଥିଲା। ୨୦୨୨ରେ ମଧ୍ୟ କୋଲକାତା ଏନ୍‌ସିବି ଏତେ ପରିମାଣର ଏଲ୍‌ଏସ୍‌ଡି ଜବତ କରିଥିଲା। କିନ୍ତୁ ବର୍ତ୍ତମାନ ଜବତ ହୋଇଥିବା ୧୫,୦୦୦ ଏଲ୍‌ଏସ୍‌ଡି, ଅଦ୍ୟାବଧି ସର୍ବାଧିକ। ଏହି ବିପଜ୍ଜନକ ଡ୍ରଗ୍‌ର ବ୍ୟବହାର ଯୁବପିଢ଼ି ଅଧିକ ମାତ୍ରାରେ କରୁଥିବା ଦେଖିବାକୁ ମିଳୁଛି। ଲୁକ୍କାୟିତ ଇଣ୍ଟରନେଟ୍‌ ପ୍ଲାଟଫର୍ମ ଜରିଆରେ ଏହାର ଚାଲାଣ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri