ଅବାଧରେ ଚାଲିଛି ନିଶା କାରବାର: ପୋଲିସ ବାବୁଙ୍କ ଫାର୍ମ ହାଉସ୍‌ରେ…

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଗାଁଠୁ ସହର ସବୁଠି ଅବାଧରେ ଚାଲିଛି ନିଶା କାରବାର। ଚିରାଚରିତ ଢଙ୍ଗରେ ପୋଲିସ ଓ ଅବକାରୀ ବିଭାଗ ଧରପଗଡ଼ କରୁଛନ୍ତି। ଚୋରାମଦ, କଫ ସିରପ୍‌, ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଜବତ ହେଉଛି। କିନ୍ତୁ ନିଶାଦ୍ରବ୍ୟ କାରବାରର କିଙ୍ଗପିନ୍‌ଙ୍କ ପାଖକୁ ନା ପୋଲିସ ପହଞ୍ଚୁଛି, ନା ଅବକାରୀ ତାଙ୍କୁ ଗିରଫ କରିପାରୁଛି। ଅନ୍ୟପଟେ ଏଭଳି କାରବାର ପଛରେ କଫ ସିରପ୍‌ ମାଫିଆଙ୍କ ସହିତ ପୋଲିସ, ଅବକାରୀ ଲିଙ୍କ୍‌କୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ବୁଧବାର ବରଗଡ଼-କଟାପାଲି ରାସ୍ତାପାର୍ଶ୍ୱ ବାଞ୍ଜିବାହାଲି କେନାଲ ବ୍ରିଜ ଅନତି ଦୂରରେ ରହିଥିବା ଏକ ଘରୁ ସ୍ଥାନୀୟ ଟାଉନ ଥାନା ପୋଲିସ ୫୦୫୦ ବୋତଲ କଫ ସିରପ୍‌ ଜବତ ଘଟଣା ପରେ କଫ ସିରପ୍‌ ମାଫିଆ-ପୋଲିସ ଅଧିକାରୀଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ପରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଘଟଣା ପଦାକୁ ଆସିଛି।
ବରଗଡ଼ ଟାଉନ ଥାନା ପୋଲିସ ଯେଉଁ ଘରୁ ଏଭଳି ବିପୁଳ ପରିମାଣରେ କଫ ସିରପ୍‌ ଜବତ କରିଥିଲା, ତାହା ଜିଲା ବାହାରେ ପୋଲିସ ବିଭାଗର ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଏବଂ ପୋଲିସ ଅଧିକାରୀଙ୍କ ଫାର୍ମ ହାଉସ୍‌ ବୋଲି ସୂଚନା ମିଳିଛି।
ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରିଥିବା ବେଳେ ୨ନାବାଳକଙ୍କୁ ଅଟକ ରଖିଥିଲା, ମାତ୍ର ଏତେ ପରିମାଣର କଫ ସିରପ୍‌ ଯେଉଁ ଫାର୍ମ ହାଉସ୍‌ ଘରେ ଗଚ୍ଛିତ ଥିଲା, ସେହି ଫାର୍ମ ହାଉସ୍‌ ମାଲିକଙ୍କ ନାମ ଜବତ କଫ ସିରପ୍‌ ମାମଲାରେ ମଧ୍ୟ ନାହିଁ। ଏହି କ୍ଷେତ୍ରରେ ସମ୍ପୃକ୍ତ ଫାର୍ମ ହାଉସ୍‌ ମାଲିକଙ୍କୁ ଅନୁକମ୍ପା ଓ ସୁରକ୍ଷା ବରଗଡ଼ ପୋଲିସର ଦକ୍ଷତାକୁ ପଦାରେ ପକାଇ ଦେଇଛି। ସମ୍ପୃକ୍ତ ଫାର୍ମ ହାଉସ୍‌ ମାଲିକ ଜଣେ ଏସ୍‌ଡିପିଓ ହୋଇଥିବାରୁ ତାଙ୍କ ପ୍ରତି ବରଗଡ଼ ପୋଲିସ ସେଭଳି ଅନୁକମ୍ପା ପ୍ରଦର୍ଶନ କରିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ଏଠାରେ ଉଲ୍ଲେଖନୀୟ, ଜିଲାରେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ତେବେ ପୋଲିସ ବିଭାଗର ଜଣେ ଏସ୍‌ଡିପିଓ ପାହ୍ୟାର ଅଧିକାରୀଙ୍କ ଫାର୍ମ ହାଉସ୍‌ରେ କଫ ସିରପ୍‌ କାରବାର ଚାଲିଥିବା ଘଟଣା ପଦାକୁ ଆସିବା ପରେ ଏହା ଜିଲାବାସୀଙ୍କ ମନକୁ ଆନ୍ଦୋଳିତ କରି ପକାଇଛି। ସମ୍ପୃକ୍ତ ଅଧିକାରୀ ଜିଲା ବାହାରେ କାର୍ଯ୍ୟ କରୁଥିଲେ ହେଁ ତାଙ୍କ ଫାର୍ମ ହାଉସରେ ଚାଲିଥିବା ଏଭଳି କଫ ସିରିପ୍‌ କାରବାର ପ୍ରତି କିଭଳି ଅଜ୍ଞ ଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବାଞ୍ଜିବାହାଲି ଗ୍ରାମର ବ୍ରହ୍ମା ମହାକୁର କହିଛନ୍ତି, କଫ ସିରପ୍‌ ଯେଉଁଠି ଜବତ ହୋଇଛି, ତାହା ଜଣେ ପୋଲିସ ଅଧିକାରୀଙ୍କ ଘର। ପୋଲିସ ଅଧିକାରୀଙ୍କ ଘରଠାରୁ ଯଦି ଏହିଭାବେ କଫ୍‌ ସିରପ୍‌ ଜବତ ହେଉଛି, ଅନ୍ୟଲୋକଙ୍କ ଘରେ କାହିଁକି ନ ହେବ। ସମ୍ପୃକ୍ତ ପୋଲିସ ଅଧିକାରୀ ତଦନ୍ତ ପରିସରଭୁକ୍ତକୁ ଆସିବା ଉଚିତ। ଏ ନେଇ ଆମେ ବାଞ୍ଜିବାହାଲି ଗ୍ରାମବାସୀ ଆଇଜି, ଡିଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବୁ। ସେହିପରି ଅନ୍ୟଜଣେ ଗ୍ରାମବାସୀ ଗଣେଶ ମହାକୁର କହିଛନ୍ତି, ଆମ ଏ ଅଞ୍ଚଳରେ କେବେ ସେଭଳି କାରବାର ହେଉଥିବା ନେଇ ଆମେ ଜାଣି ନ ଥିଲୁ। ଆଜି ସେଭଳି ଘଟଣା ଆମକୁ ଆଚମ୍ବିତ କରି ପକାଇଛି। ୨ଦିନ ତଳେ ଯେଉଁ ଘରେ କଫ ସିରପ୍‌ ଜବତ ହୋଇଛି, ତାହା ଜଣେ ପୋଲିସ ଅଧିକାରୀଙ୍କ ଘର। ବରଗଡ଼ ପୋଲିସ ପ୍ରଶାସନ ଏହି ଘଟଣାରେ ଯେଉଁମାନଙ୍କୁ ଗିରଫ କରିଛି, ସେମାନେ ଗଛର ଡାଳ, ପତ୍ର ସଦୃଶ। ପୋଲିସ ଚେରକୁ ଉପାଡ଼ୁ ଏବଂ ଯେଉଁ ଘରେ ଏଭଳି କାରବାର ଚାଲିଥିଲା, ସେହି ଘର ମାଲିକଙ୍କୁ ମଧ୍ୟ ଗିରଫ କରୁ। ନଚେତ ଆମେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହେବୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଖାଆନ୍ତୁ ଅମୃତଭଣ୍ଡା: ଫାଇଦା ଜାଣିଲେ ଉଡ଼ିଯିବ ହୋଶ୍‌

ଅମୃତଭଣ୍ଡାରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଭିଟାମିନ୍‌-ସି ଭରି ରହିଛି।…

ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ

କଟକ,୨୬।୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା…

ଏଣିକି ଶସ୍ତା ହୋଇଯିବ କାର୍‌: EU-ଭାରତ ମଧ୍ୟରେ ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୬।୧: EU ଏବଂ ଭାରତ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୂତ୍ର ଅନୁଯାୟୀ, ଭାରତ ୟୁରୋପୀୟ ସଂଘରୁ…

ଗାନ୍ଧି ମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ

ଭୁବନେଶ୍ବର,୨୬।୧: ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ…

କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର…

ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା…

କ୍ରିକେଟ୍‌ରେ ହଇଚଇ କଲେ ଅଭିଷେକ ଶର୍ମା: କଲେ ବିଶ୍ୱରେକର୍ଡ

ଗୌହାଟୀ,୨୬।୧: ଟିମ ଇଣ୍ଡିଆର ଷ୍ଟାର ଓପନର ଅଭିଷେକ ଶର୍ମା ଆଜିକାଲି ଚମତ୍କାର ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ସାଧାରଣତନ୍ତ୍ର ଦିବସରେ ବଡ଼ କଥା କହିଦେଲେ ମୋଦି: ଜୀବନରେ…

ନୂଆଦିଲ୍ଲୀ,୨୬ା୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ ଦିଲ୍ଲୀର କର୍ତ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri