ଅବାଧରେ ଚାଲିଛି ନିଶା କାରବାର: ପୋଲିସ ବାବୁଙ୍କ ଫାର୍ମ ହାଉସ୍‌ରେ…

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଗାଁଠୁ ସହର ସବୁଠି ଅବାଧରେ ଚାଲିଛି ନିଶା କାରବାର। ଚିରାଚରିତ ଢଙ୍ଗରେ ପୋଲିସ ଓ ଅବକାରୀ ବିଭାଗ ଧରପଗଡ଼ କରୁଛନ୍ତି। ଚୋରାମଦ, କଫ ସିରପ୍‌, ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଜବତ ହେଉଛି। କିନ୍ତୁ ନିଶାଦ୍ରବ୍ୟ କାରବାରର କିଙ୍ଗପିନ୍‌ଙ୍କ ପାଖକୁ ନା ପୋଲିସ ପହଞ୍ଚୁଛି, ନା ଅବକାରୀ ତାଙ୍କୁ ଗିରଫ କରିପାରୁଛି। ଅନ୍ୟପଟେ ଏଭଳି କାରବାର ପଛରେ କଫ ସିରପ୍‌ ମାଫିଆଙ୍କ ସହିତ ପୋଲିସ, ଅବକାରୀ ଲିଙ୍କ୍‌କୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ବୁଧବାର ବରଗଡ଼-କଟାପାଲି ରାସ୍ତାପାର୍ଶ୍ୱ ବାଞ୍ଜିବାହାଲି କେନାଲ ବ୍ରିଜ ଅନତି ଦୂରରେ ରହିଥିବା ଏକ ଘରୁ ସ୍ଥାନୀୟ ଟାଉନ ଥାନା ପୋଲିସ ୫୦୫୦ ବୋତଲ କଫ ସିରପ୍‌ ଜବତ ଘଟଣା ପରେ କଫ ସିରପ୍‌ ମାଫିଆ-ପୋଲିସ ଅଧିକାରୀଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ପରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଘଟଣା ପଦାକୁ ଆସିଛି।
ବରଗଡ଼ ଟାଉନ ଥାନା ପୋଲିସ ଯେଉଁ ଘରୁ ଏଭଳି ବିପୁଳ ପରିମାଣରେ କଫ ସିରପ୍‌ ଜବତ କରିଥିଲା, ତାହା ଜିଲା ବାହାରେ ପୋଲିସ ବିଭାଗର ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଏବଂ ପୋଲିସ ଅଧିକାରୀଙ୍କ ଫାର୍ମ ହାଉସ୍‌ ବୋଲି ସୂଚନା ମିଳିଛି।
ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରିଥିବା ବେଳେ ୨ନାବାଳକଙ୍କୁ ଅଟକ ରଖିଥିଲା, ମାତ୍ର ଏତେ ପରିମାଣର କଫ ସିରପ୍‌ ଯେଉଁ ଫାର୍ମ ହାଉସ୍‌ ଘରେ ଗଚ୍ଛିତ ଥିଲା, ସେହି ଫାର୍ମ ହାଉସ୍‌ ମାଲିକଙ୍କ ନାମ ଜବତ କଫ ସିରପ୍‌ ମାମଲାରେ ମଧ୍ୟ ନାହିଁ। ଏହି କ୍ଷେତ୍ରରେ ସମ୍ପୃକ୍ତ ଫାର୍ମ ହାଉସ୍‌ ମାଲିକଙ୍କୁ ଅନୁକମ୍ପା ଓ ସୁରକ୍ଷା ବରଗଡ଼ ପୋଲିସର ଦକ୍ଷତାକୁ ପଦାରେ ପକାଇ ଦେଇଛି। ସମ୍ପୃକ୍ତ ଫାର୍ମ ହାଉସ୍‌ ମାଲିକ ଜଣେ ଏସ୍‌ଡିପିଓ ହୋଇଥିବାରୁ ତାଙ୍କ ପ୍ରତି ବରଗଡ଼ ପୋଲିସ ସେଭଳି ଅନୁକମ୍ପା ପ୍ରଦର୍ଶନ କରିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ଏଠାରେ ଉଲ୍ଲେଖନୀୟ, ଜିଲାରେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ତେବେ ପୋଲିସ ବିଭାଗର ଜଣେ ଏସ୍‌ଡିପିଓ ପାହ୍ୟାର ଅଧିକାରୀଙ୍କ ଫାର୍ମ ହାଉସ୍‌ରେ କଫ ସିରପ୍‌ କାରବାର ଚାଲିଥିବା ଘଟଣା ପଦାକୁ ଆସିବା ପରେ ଏହା ଜିଲାବାସୀଙ୍କ ମନକୁ ଆନ୍ଦୋଳିତ କରି ପକାଇଛି। ସମ୍ପୃକ୍ତ ଅଧିକାରୀ ଜିଲା ବାହାରେ କାର୍ଯ୍ୟ କରୁଥିଲେ ହେଁ ତାଙ୍କ ଫାର୍ମ ହାଉସରେ ଚାଲିଥିବା ଏଭଳି କଫ ସିରିପ୍‌ କାରବାର ପ୍ରତି କିଭଳି ଅଜ୍ଞ ଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବାଞ୍ଜିବାହାଲି ଗ୍ରାମର ବ୍ରହ୍ମା ମହାକୁର କହିଛନ୍ତି, କଫ ସିରପ୍‌ ଯେଉଁଠି ଜବତ ହୋଇଛି, ତାହା ଜଣେ ପୋଲିସ ଅଧିକାରୀଙ୍କ ଘର। ପୋଲିସ ଅଧିକାରୀଙ୍କ ଘରଠାରୁ ଯଦି ଏହିଭାବେ କଫ୍‌ ସିରପ୍‌ ଜବତ ହେଉଛି, ଅନ୍ୟଲୋକଙ୍କ ଘରେ କାହିଁକି ନ ହେବ। ସମ୍ପୃକ୍ତ ପୋଲିସ ଅଧିକାରୀ ତଦନ୍ତ ପରିସରଭୁକ୍ତକୁ ଆସିବା ଉଚିତ। ଏ ନେଇ ଆମେ ବାଞ୍ଜିବାହାଲି ଗ୍ରାମବାସୀ ଆଇଜି, ଡିଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବୁ। ସେହିପରି ଅନ୍ୟଜଣେ ଗ୍ରାମବାସୀ ଗଣେଶ ମହାକୁର କହିଛନ୍ତି, ଆମ ଏ ଅଞ୍ଚଳରେ କେବେ ସେଭଳି କାରବାର ହେଉଥିବା ନେଇ ଆମେ ଜାଣି ନ ଥିଲୁ। ଆଜି ସେଭଳି ଘଟଣା ଆମକୁ ଆଚମ୍ବିତ କରି ପକାଇଛି। ୨ଦିନ ତଳେ ଯେଉଁ ଘରେ କଫ ସିରପ୍‌ ଜବତ ହୋଇଛି, ତାହା ଜଣେ ପୋଲିସ ଅଧିକାରୀଙ୍କ ଘର। ବରଗଡ଼ ପୋଲିସ ପ୍ରଶାସନ ଏହି ଘଟଣାରେ ଯେଉଁମାନଙ୍କୁ ଗିରଫ କରିଛି, ସେମାନେ ଗଛର ଡାଳ, ପତ୍ର ସଦୃଶ। ପୋଲିସ ଚେରକୁ ଉପାଡ଼ୁ ଏବଂ ଯେଉଁ ଘରେ ଏଭଳି କାରବାର ଚାଲିଥିଲା, ସେହି ଘର ମାଲିକଙ୍କୁ ମଧ୍ୟ ଗିରଫ କରୁ। ନଚେତ ଆମେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହେବୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?