ନିଶାଦ୍ରବ୍ୟ କାରବାରରେ ଲାଗୁନି ଅଙ୍କୁଶ

ବେଗୁନିଆ,୧ା୨(ଡି.ଏନ୍‌.ଏ.): ବେଗୁନିଆ ସଦର ମହକୁମା ଓ ଏହି ଥାନା ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଏବେ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଛି। ମଦ, ଗଞ୍ଜେଇ, ମାଦକ ଦ୍ରବ୍ୟ ସବୁ ଚୋରାରେ କାରବାର ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ଅଞ୍ଚଳର ଯୁବକମାନେ ବିପଥଗାମୀ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ଗତ ଏପ୍ରିଲ ଠାରୁ ଏବେ ସୁଦ୍ଧା ଯେତେ ପରିମାଣର ମାଦକ ଦ୍ରବ୍ୟ ଘଟଣାରେ ଗିରଫ ଓ ସରଞ୍ଜାମ ଜବତ ହୋଇଛି, ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇପାରୁଛି। ଅପରପକ୍ଷେ ଗ୍ରାମାଞ୍ଚଳ ବୋଲି ଏଠାରେ ଅଧିକ ମାତ୍ରାରେ ନିଶା, ମଦ କାରବାର ହେଉଥିବା ନଜିର ରହିଛି। ଏପରିକି ପଶ୍ଚିମ ଓଡ଼ିଶାରୁ ଯାତ୍ରୀବାହୀ ବସ୍‌, ମୋପେଡ, କାର୍‌ ଯୋଗେ ଧଳାଜହର, ଗଞ୍ଜେଇ, ବ୍ରାଉନସୁଗାର ଆସି ଏଠାରେ କାରବାର ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ ଗୋଷ୍ଠୀ ରହି ନିଶାଦ୍ରବ୍ୟକୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ହେଲେ ଏହି କାରବାରକୁ ରୋକିବା ପାଇଁ ଅଞ୍ଚଳରେ ବର୍ଷକ ମଧ୍ୟରେ ଥରୁଟିଏ ମଧ୍ୟ କ୍ରାଇମବ୍ରାଞ୍ଚ ଓ ଏସ୍‌ଟିଏଫ୍‌ର ପାଦ ପଡ଼ି ନାହିଁ। ତେବେ କାରବାରକୁ ସକ୍ରିୟ ରଖିବା ପାଇଁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ହାତଗୁଞ୍ଜା ଦିଆଯାଉଥିବା କୁହାଯାଉଛି। ଏହି ଥାନାରେ ଗତ ୮ମାସ ମଧ୍ୟରେ ନିଶା କାରବାର ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇ ୨୫ଜଣ ଗିରଫ ହୋଇଥିବାବେଳେ ଅଧିକାଂଶ ଫେରାର ଅଛନ୍ତି। ଏ ସମ୍ପର୍କରେ ବେଗୁନିଆ ଥାନାଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି, ତଥ୍ୟ ଆଧାରରେ ନିଶା ଦ୍ରବ୍ୟ କାରବାର ଉପରେ ଆମେ ଚଢ଼ାଉ ଜାରି ରଖିଛୁ। ଅନେକ ଯୁବକ ବାରମ୍ବାର ଧରାପଡ଼ି ଗିରଫ ହେଉଥିଲେ ମଧ୍ୟ କାରବାର ସହ ଜଡ଼ିତ ରହୁଥିବା ସେ କହିଛନ୍ତି। ସେହିପରି ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କୁ ପଚାରିବାରୁ ଗତ ସପ୍ତାହ ହେଲା ତାଙ୍କର ବ୍ରହ୍ମପୁର ବଦଳି ହୋଇଯାଇଥିବା କହିଥିଲେ।

ବେପାରୀଙ୍କୁ ମିଳୁଛି ଆଗୁଆ ସୂଚନା

ବେଗୁନିଆ ଥାନାଞ୍ଚଳର ବିଭିନ୍ନ ସ୍କୁଲ ବାରଣ୍ଡା, ମଠ, ମନ୍ଦରି ଓ ଗଳିକନ୍ଦିରେ ନିଶା କାରବାର ଚାଲୁଥିବାର ଅଭିଯୋଗ ହେଉଥିବାରୁ ପୋଲିସ ଚଢ଼ାଉ କରି ନଜର ରଖିଥିଲା। ଏହା ବେପାରୀମାନେ ଜାଣିବା ପରେ ଏବେ ନିଛାଟିଆ ସ୍ଥାନକୁ ସୁରକ୍ଷିତ ବେପାର ପାଇଁ ବାଛି ନେଇଛନ୍ତି। ବିଭିନ୍ନ କାଜୁ ବଗିଚା, ଗହୀର ତଳି ଅଞ୍ଚଳରେ ବେପାର ଆରମ୍ଭ କରିଦେଇଛନ୍ତି। ହେଲେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଏହି ଥାନା ଅଧୀନ ହଡ଼ାବନ୍ଧ, ସିଉଳା, ବଡ଼ପଦର, ଏକଡାଳିଆ ଆଦି କାଜୁ ଜଙ୍ଗଲରେ ଚଢ଼ାଉ କରି ମଦ, ପୋଚ, ୟୁରିଆ ବିଭିନ୍ନ ସରଞ୍ଜାମ ସହ ବାଇକ ଜବତ କରିବାରେ ସଫଳ ହୋଇଥିଲେ। ହେଲେ ଘଟଣାସ୍ଥଳରୁ କୌଣସି ଅଭିଯୁକ୍ତଙ୍କୁ ଧରିପାରି ନ ଥିଲେ। ଚଢ଼ାଉର ପୂର୍ବରୁ ସୂଚନା ପାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ତେବେ ଏହି ଚଢ଼ାଉ ସୂଚନା ଦେଉଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଅପରପକ୍ଷେ ବେପାରୀମାନେ ଏବେ ନିଶା କାରବାରରେ ମହିଳାମାନଙ୍କୁ ମଧ୍ୟ ସାମିଲ କରୁଛନ୍ତି। ପୋଲିସ ବାରମ୍ବାର ଚଢ଼ାଉ କରି ପୁରୁଷମାନଙ୍କୁ ଗିରଫ କରୁଥିବାରୁ ବେପାରୀମାନେ ମହିଳାଙ୍କୁ ଢାଲ କରି କାରବାର କରୁଥିବା ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ପୋଲିସ ନଜର ଦେଇ
କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ବିଜେଡିରେ ଉତ୍ସାହ

ଅନୁଗୋଳ ଅଫିସ, ୨୮ା୩: ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ...

ଚମ୍ପୁଆରେ ଫେଲ୍‌ ମାରିଛି ପରିମଳ ଯୋଜନା: ପାଇଖାନା ଟାଙ୍କି ସଫା ଲାଗି ହୋଇନି ବ୍ୟବସ୍ଥା; ଭଡ଼ାରେ ଅଣାଯାଉଛି ଗାଡ଼ି

ଚମ୍ପୁଆ,୨୫ା୬(ଡି.ଏନ୍‌.ଏ.)- ପଞ୍ଚାୟତରୁ ଏନ୍‌ଏସିର ମାନ୍ୟତା ପାଇଥିବା ଚମ୍ପୁଆ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ଏନ୍‌ଏସି ବିଫଳ ହୋଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟଜଳର ଆଂଶିକ...

ଭିଡିଓ କନଫରେନ୍ସିଂରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୩୦।୫: ଆଗକୁ ଆସୁଛି ସ୍ନାନ ଯାତ୍ରା ଓ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ...

ସ୍ନେହର ଲୁହରେ ଭିଜିଲା ହବିଷିଆଳି ଆଶ୍ରୟସ୍ଥଳୀ

ପୁରୀ ଅଫିସ,୧୨ା୧୧: ସରିଯାଇଛି ଧର୍ମ ମାସ କାର୍ତ୍ତିକ। ଏହି ପୁଣ୍ୟ ମାସର ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ପବିତ୍ର ମହୋଦଧିରେ ଡଙ୍ଗା...

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା...

ଟାଟା ଷ୍ଟିଲ୍‌ କବ୍‌ଜାରେ ପ୍ରାକୃତିକ ଝରଣା

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୯ା୬: କଳିଙ୍ଗନଗର ଟାଟା ଷ୍ଟିଲ୍‌ କାରଖାନା ଭିତରେ ଏକ ଚିରସ୍ରୋତା ଝରଣା ବୋହୁଛି। ଏହି ଝରଣା ପାଣି ଓ କାରଖାନାର ବର୍ଜ୍ୟପାଣି...

୧୭ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ଶଲାବୁଢ଼ାର ବଦ୍‌ଲା

ବଲାଙ୍ଗୀର ଅଫିସ, ୮ା୧- ଆସନ୍ତା ୧୭ ତାରିଖ ବଲାଙ୍ଗୀରରେ ମୁକ୍ତିଲାଭ କରିବ ବହୁପ୍ରତୀକ୍ଷିତ କୋଶଲୀ-ସମ୍ବଲପୁରୀ ଚଳଚ୍ଚିତ୍ର ଶଲବୁଢ଼ାର ବଦ୍‌ଲା ା ଏହି ଓଡିଶାର ପ୍ରଥମ ଓ...

କୋଟିଆ ଲୋଭ ଛାଡୁନାହିଁ ଆନ୍ଧ୍ର

ପଟ୍ଟାଙ୍ଗୀ, ୨୦ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଆଖିରେ ଲାଖିଯାଇଛି କୋଟିଆ ଲୋଭ। ସେଇଥିପାଇଁ କଳେବଳେ, କୌଶଳେ ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଭୂଖଣ୍ଡକୁ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ...

Advertisement
Archives

Model This Week