ନିଶାଦ୍ରବ୍ୟ କାରବାରରେ ଲାଗୁନି ଅଙ୍କୁଶ

ବେଗୁନିଆ,୧ା୨(ଡି.ଏନ୍‌.ଏ.): ବେଗୁନିଆ ସଦର ମହକୁମା ଓ ଏହି ଥାନା ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଏବେ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଛି। ମଦ, ଗଞ୍ଜେଇ, ମାଦକ ଦ୍ରବ୍ୟ ସବୁ ଚୋରାରେ କାରବାର ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ଅଞ୍ଚଳର ଯୁବକମାନେ ବିପଥଗାମୀ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ଗତ ଏପ୍ରିଲ ଠାରୁ ଏବେ ସୁଦ୍ଧା ଯେତେ ପରିମାଣର ମାଦକ ଦ୍ରବ୍ୟ ଘଟଣାରେ ଗିରଫ ଓ ସରଞ୍ଜାମ ଜବତ ହୋଇଛି, ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇପାରୁଛି। ଅପରପକ୍ଷେ ଗ୍ରାମାଞ୍ଚଳ ବୋଲି ଏଠାରେ ଅଧିକ ମାତ୍ରାରେ ନିଶା, ମଦ କାରବାର ହେଉଥିବା ନଜିର ରହିଛି। ଏପରିକି ପଶ୍ଚିମ ଓଡ଼ିଶାରୁ ଯାତ୍ରୀବାହୀ ବସ୍‌, ମୋପେଡ, କାର୍‌ ଯୋଗେ ଧଳାଜହର, ଗଞ୍ଜେଇ, ବ୍ରାଉନସୁଗାର ଆସି ଏଠାରେ କାରବାର ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ ଗୋଷ୍ଠୀ ରହି ନିଶାଦ୍ରବ୍ୟକୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ହେଲେ ଏହି କାରବାରକୁ ରୋକିବା ପାଇଁ ଅଞ୍ଚଳରେ ବର୍ଷକ ମଧ୍ୟରେ ଥରୁଟିଏ ମଧ୍ୟ କ୍ରାଇମବ୍ରାଞ୍ଚ ଓ ଏସ୍‌ଟିଏଫ୍‌ର ପାଦ ପଡ଼ି ନାହିଁ। ତେବେ କାରବାରକୁ ସକ୍ରିୟ ରଖିବା ପାଇଁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ହାତଗୁଞ୍ଜା ଦିଆଯାଉଥିବା କୁହାଯାଉଛି। ଏହି ଥାନାରେ ଗତ ୮ମାସ ମଧ୍ୟରେ ନିଶା କାରବାର ମାମଲାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇ ୨୫ଜଣ ଗିରଫ ହୋଇଥିବାବେଳେ ଅଧିକାଂଶ ଫେରାର ଅଛନ୍ତି। ଏ ସମ୍ପର୍କରେ ବେଗୁନିଆ ଥାନାଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି, ତଥ୍ୟ ଆଧାରରେ ନିଶା ଦ୍ରବ୍ୟ କାରବାର ଉପରେ ଆମେ ଚଢ଼ାଉ ଜାରି ରଖିଛୁ। ଅନେକ ଯୁବକ ବାରମ୍ବାର ଧରାପଡ଼ି ଗିରଫ ହେଉଥିଲେ ମଧ୍ୟ କାରବାର ସହ ଜଡ଼ିତ ରହୁଥିବା ସେ କହିଛନ୍ତି। ସେହିପରି ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କୁ ପଚାରିବାରୁ ଗତ ସପ୍ତାହ ହେଲା ତାଙ୍କର ବ୍ରହ୍ମପୁର ବଦଳି ହୋଇଯାଇଥିବା କହିଥିଲେ।

ବେପାରୀଙ୍କୁ ମିଳୁଛି ଆଗୁଆ ସୂଚନା

ବେଗୁନିଆ ଥାନାଞ୍ଚଳର ବିଭିନ୍ନ ସ୍କୁଲ ବାରଣ୍ଡା, ମଠ, ମନ୍ଦରି ଓ ଗଳିକନ୍ଦିରେ ନିଶା କାରବାର ଚାଲୁଥିବାର ଅଭିଯୋଗ ହେଉଥିବାରୁ ପୋଲିସ ଚଢ଼ାଉ କରି ନଜର ରଖିଥିଲା। ଏହା ବେପାରୀମାନେ ଜାଣିବା ପରେ ଏବେ ନିଛାଟିଆ ସ୍ଥାନକୁ ସୁରକ୍ଷିତ ବେପାର ପାଇଁ ବାଛି ନେଇଛନ୍ତି। ବିଭିନ୍ନ କାଜୁ ବଗିଚା, ଗହୀର ତଳି ଅଞ୍ଚଳରେ ବେପାର ଆରମ୍ଭ କରିଦେଇଛନ୍ତି। ହେଲେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଏହି ଥାନା ଅଧୀନ ହଡ଼ାବନ୍ଧ, ସିଉଳା, ବଡ଼ପଦର, ଏକଡାଳିଆ ଆଦି କାଜୁ ଜଙ୍ଗଲରେ ଚଢ଼ାଉ କରି ମଦ, ପୋଚ, ୟୁରିଆ ବିଭିନ୍ନ ସରଞ୍ଜାମ ସହ ବାଇକ ଜବତ କରିବାରେ ସଫଳ ହୋଇଥିଲେ। ହେଲେ ଘଟଣାସ୍ଥଳରୁ କୌଣସି ଅଭିଯୁକ୍ତଙ୍କୁ ଧରିପାରି ନ ଥିଲେ। ଚଢ଼ାଉର ପୂର୍ବରୁ ସୂଚନା ପାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ତେବେ ଏହି ଚଢ଼ାଉ ସୂଚନା ଦେଉଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଅପରପକ୍ଷେ ବେପାରୀମାନେ ଏବେ ନିଶା କାରବାରରେ ମହିଳାମାନଙ୍କୁ ମଧ୍ୟ ସାମିଲ କରୁଛନ୍ତି। ପୋଲିସ ବାରମ୍ବାର ଚଢ଼ାଉ କରି ପୁରୁଷମାନଙ୍କୁ ଗିରଫ କରୁଥିବାରୁ ବେପାରୀମାନେ ମହିଳାଙ୍କୁ ଢାଲ କରି କାରବାର କରୁଥିବା ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ପୋଲିସ ନଜର ଦେଇ
କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?