ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା; କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ…

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଅନେକ ଅଭିନେତା ଏନ୍‌ସିଆର୍‌ ପଞ୍ଝାରେ ଫସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ଅଭିନେତା ନିଶା କବଳରେ ଫସିଥିବା ଜଣାପଡ଼ିଥିଲା। ପୂର୍ବରୁ ନିଶାକୁ ନେଇ ଅନେକ ଅଭିନେତା ବଦନାମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଏଥିପାଇଁ ଜେଲ୍‌ ଯାଇଥିବା ବେଳେ କିଛି ଦେବାଳିଆ ହେବାର ନଜିର ରହିଛି।

ଅଭିନେତା ସଞ୍ଜୟ ଦତ୍ତ ୧୦ ବର୍ଷ ଧରି ଡ୍ରଗ୍ସ ସେବନ କରିଥିଲେ। ଏପରି କିଛି ନିଶା ନ ଥିଲା ଯାହା ସେ ଖାଇନାହାନ୍ତି। ପରେ ପରିସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଆମେରିକାର ଜଣାଶୁଣା ରିହାବ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଛି।

ଦିବଂଗତ ଅଭିନେତା ଋଷି କପୁରଙ୍କ ପୁଅ ରଣବୀର କପୁର ଅନ୍ୟତମ ଆଗଧାଡ଼ିର ଅଭିନେତା। ସେ ସ୍କୁଲ ସମୟରୁ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଏହାପରେ ନିଶା ସେବନ ତାଙ୍କ ଅଭ୍ୟାସରେ ପରିଗଣିତ ହୋଇଥିଲା। ଏବେ ସେ ଡ୍ରଗ୍ସ ସେବନ କରୁନାହାନ୍ତି। ହେଲେ ଲଗାତାର ସିଗାରେଟ୍‌ ଟାଣୁଥିବା କୁହାଯାଉଛି।

ନିଶା କବଳରେ ଫସିଥିବା ଆଉ ଜଣେ ଅଭିନେତା ହେଲେ ଫର୍‌ଦିନ ଖାନ୍‌। ସେ ଡ୍ରଗ୍ସ ସେବନ କରୁଥିଲେ। ୨୦୦୧ ମେ ୫ରେ କୋକେନ ସହ ଧରାପଡ଼ିବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ୫ ଦିନ ଜେଲରେ ବିତାଇଥିଲେ ସେ। ପରେ ସେ ଜାମିନରେ ଆସିଥିଲେ। ଏହାପରେ ସେ ରିହାବ୍‌ ସେଣ୍ଟରକୁ ଯାଇ ନିଶା ଛାଡ଼ିବାକୁ ଚେଷ୍ଟା କରିଥିଲେ।

ପ୍ରତିକ ବବ୍ବର ପାଞ୍ଚ ବର୍ଷ ଧରି ଡ୍ରଗ୍ସ ନେଇଥିଲେ। ଏବେ ସେ ଏହାକୁ ଛାଡ଼ି ସାରିଛନ୍ତି। ଅଭିନେତା ବିଜୟ ରାଜ ଡ୍ରଗ୍ସ ସହ ଧରାପଡ଼ି ଗିରଫ ହୋଇଛନ୍ତି। ୨୦୦୫ରେ ଦୁବାଇ ପୋଲିସ ତାଙ୍କୁ ଗିରଫ କରିଥିଲା।

୯୦ ଦଶକର ଲୋକପ୍ରିୟ ମଡେଲ ଗୀତାଞ୍ଜଳି ନାଗପାଲ ଡ୍ରଗ୍ସ ନେଉଥିଲେ। ଏଥିପାଇଁ ସେ ନିଜେ ଅନ୍ୟଘରେ ଚାକରାଣୀ ଭଳି କାମ କରିବାକୁ ମଧ୍ୟ ପଛାଇନାହାନ୍ତି। ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ ନିଜର ଶେଷ ସମୟରେ ସେ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଭିକ ମାଗୁଥିବା ଦେଖାଯାଇଥିଲା।

ସେହିଭଳି ଲୋକପ୍ରିୟ ର଼୍ୟାପର ହନି ସିଂ ଡ୍ରଗ୍ସ କବଳରେ ଫସିଥିଲେ। ଫଳରେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା। ଏକ ବର୍ଷ ଧରି ରିହାବ ସେଣ୍ଟରରେ ରହିବା ପରେ ସେ ଏବେ ନିଜ ପୂର୍ବାବସ୍ଥାକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri