ଜଳବୁଡ଼ି ମୃତ୍ୟୁ ଚିନ୍ତାର କାରଣ

ଶେଖ୍‌ ଫରିଦଉଦ୍ଦିନ

ଏକ ସରକାରୀ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ଷକୁ ହାରାହାରି ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି। ଗତ ତିନିବର୍ଷ ମଧ୍ୟରେ ୧୨୯୨ ଜଣ ପ୍ରାଣ ହରାଇଥିବାବେଳେ ଅଧିକ ସଂଖ୍ୟକ ଯୁବକଙ୍କ ମୃତ୍ୟୁ ଘଟିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକାର ୮ଟି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିମଧ୍ୟରେ ପାଣିରେ ବୁଡ଼ି ମରିବା, ବଜ୍ରପାତ, ଘୂର୍ଣ୍ଣିଝଡ଼, ପ୍ରବଳ ବୃଷ୍ଟିପାତ, ଅଂଶୁଘାତ, ନୌକା ଦୁର୍ଘଟଣା, ଘୂର୍ଣ୍ଣିବାତ୍ୟା ଓ ସାପକାମୁଡ଼ା। ଏହିସବୁ ଦୁର୍ବିପାକରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ସରକାର ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ୧୨୯୨ ଜଣ ବ୍ୟକ୍ତି ପାଣିରେ ବୁଡ଼ି ମରିଥିବା ଜଣାଯାଇଛି। ଏହି ମୃତ୍ୟୁ ବନ୍ୟାଜନିତ ନୁହେଁ। କାରଣ ବନ୍ୟା ସମୟରେ ବୁଡ଼ି ମୃତ୍ୟୁକୁ ବନ୍ୟାଜନିତ ମୃତ୍ୟୁ ଭାବେ ଗଣାଯାଇଥାଏ। ପ୍ରତିବର୍ଷ ପାଣିରେ ବୁଡ଼ି ମରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫-୧୬ ବର୍ଷରେ ୨୪୬ ଜଣ ବୁଡ଼ି ମରିଥିବା ବେଳେ ୨୦୧୬-୧୭ରେ ଏହି ସଂଖ୍ୟା ୪୨୮ ଓ ୨୦୨୦-୨୧ରେ ୬୭୪ ରେକର୍ଡ କରାଯାଇଛି। ହାରାହାରି ଭାବେ ପ୍ରତିବର୍ଷ ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି। ରାଜ୍ୟର ୨୯ଟି ଜିଲାର ୨୩୮ ବ୍ଲକରେ ୧୨୯୨ ଜଣ ପାଣିରେ ବୁଡ଼ି ମରିଥିବାବେଳେ ବୌଦ୍ଧ ଜିଲାରେ ଜଣେ ହେଲେ କେହି ଏଥିରେ ମରିନାହାନ୍ତି। ସେହିଭଳି ବିଗତ ୩ ବର୍ଷ ମଧ୍ୟରେ ୭୬ଟି ବ୍ଲକରେ ମଧ୍ୟ ଏହିଭଳି ମୃତ୍ୟୁ ରେକର୍ଡ ହୋଇନାହିଁ।
ସର୍ବାଧିକ ଜଳବୁଡ଼ି ମୃତ୍ୟୁ ଜୁଲାଇରୁ ନଭେମ୍ବର ମଧ୍ୟରେ ଘଟୁଛି। ଏଭଳି ଦୁର୍ଘଟଣାରେ ମରୁଥିବା ୧୨୯୨ଜଣଙ୍କ ମଧ୍ୟରୁ ୭୮୩ ଅର୍ଥାତ୍‌ ୬୧% ମୃତ୍ୟୁ ଏହି ୫ ମାସ ମଧ୍ୟରେ ଘଟିଛି। ବର୍ଷାଋତୁରେ ସର୍ବାଧିକ ମୃତ୍ୟୁ ଘଟୁଥିବା ଜଣାଯାଇଛି। ଏହାଛଡ଼ା ପୁରୀ, କୋଣାର୍କ ଓ ଗୋପାଳପୁର ବେଳାଭୂମିରେ ସମୁଦ୍ରରେ ବୁଡ଼ି ବି ଅନେକେ ମରୁଛନ୍ତି। ୨୦୦୪ରେ ଦକ୍ଷିଣ-ପୂର୍ବ ସମୁଦ୍ରରେ ଆସିଥିବା ସୁନାମି ପରଠାରୁ କୋଣାର୍କ ଓ ପୁରୀ ବେଳାଭୂମିରେ ଉଚ୍ଚ ଜୁଆର ଲକ୍ଷ୍ୟ କରାଯାଉଥିବା ବେଳେ ଗୋପାଳପୁରରେ ମଧ୍ୟ ଏଭଳି ଦେଖିବାକୁ ମିଳୁଛି। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସାମୁଦ୍ରିକ ବିଦ୍ୟୁତ୍‌ ଅନୁଭୂତ ହେଉଥିବା ବେଳେ ସେହି ସମୟରେ ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ହୋମ୍‌ଗାର୍ଡ ଓ ନୋଳିଆଙ୍କୁ ମୁତୟନ କରାଯାଇଥିବା ବେଳେ ଯୁବକମାନେ ଏଠାରେ ନିୟମିତ ବୁଡ଼ି ମରିବା ଚିନ୍ତାର କାରଣ ପାଲଟିଛି। ଚିଲିକା ଡଙ୍ଗାବୁଡ଼ି ସମୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ରାଜ୍ୟ ବୋଟ୍‌ ନିୟମ-୨୦୦୪ ଓ ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନାକୁ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେତୁ ଯୋଗାଯୋଗ ନ ଥିବାରୁ ଅସୁରକ୍ଷିତ ଭାବେ ଭରାନଈରେ ଲୋକମାନେ ଯାତାୟାତ କରୁଛନ୍ତି। ବେଳେବେଳେ ଦୁଃଖଦ ଘଟଣା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ରାଜ୍ୟ ସରକାରଙ୍କ ବୋଟ୍‌ ନିୟମ-୨୦୦୪କୁ କଡ଼ାକଡ଼ିର ବ୍ୟବସ୍ଥା ସହ ନୌଯାତ୍ରା ବେଳେ ଲାଇଫ୍‌ ଜ୍ୟାକେଟକୁ ବାଧ୍ୟତାମୂଳକ କରିବା ସହ ସବୁ ବୋଟ୍‌ର ପଞ୍ଜୀକରଣର ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି। ମାଡ୍ରାସ ଆଇଆଇଟି ଯନ୍ତ୍ରୀଙ୍କ ପରାମର୍ଶ ମୁତାବକ, ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ହୋଇ ଯାତ୍ରା ସମୟରେ ପ୍ରତ୍ୟେକ ବୋଟ୍‌ରେ ତାଲିମ୍‌ପ୍ରାପ୍ତ ଉଦ୍ଧାରକାରୀ ଦଳ ନିୟୋଜିତ ହେବା ସହ ବୋଟ୍‌ର ଯାନ୍ତ୍ରିକ ପରିଚାଳନା ଲାଗି ଯାନ୍ତ୍ରିକ ବିଶେଷଜ୍ଞଙ୍କ ନିଯୁକ୍ତି ଜରୁରୀ। ଯେଉଁ ଡଙ୍ଗାର ବୈଧତା ନ ଥିବ ସେଗୁଡ଼ିକୁ ସମୁଦ୍ର ଭିତରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ଏହାବାଦ୍‌ ମାଛଧରା ବୋଟ୍‌ ବା ଡଙ୍ଗାରେ ସାଧାରଣ ଯାତ୍ରୀଙ୍କୁ କୌଣସି ପ୍ରକାର ଉଠାଯିବ ନାହିଁ। ବୋଟ୍‌ର ପଞ୍ଜୀକରଣ ନ ଥିଲେ ଜିଲା ପ୍ରଶାସନ ତୁରନ୍ତ ଲାଇସେନ୍ସ ରଦ୍ଦ ଓ ଜରିମାନା ପାଇଁ ବ୍ୟବସ୍ଥା ରହିଛି। ସେହିପରି ସରକାର ୭କୋଟି ଟଙ୍କାର ଲାଇଫ୍‌ ଜ୍ୟାକେଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ସଂଗ୍ରହ କରି ରଖିଛନ୍ତି ହେଲେ ନିୟମାବଳୀ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇ କାଗଜକଲମରେ ସାଇତା ହୋଇ ରହିଥିବାରୁ ନିୟମିତ ଭାବେ ଓଡ଼ିଶାରେ ଏପରି ଦୁଃଖଦ ଘଟଣା ଘଟୁଛି।
ମଧୁପୁର, କୁଅଁାପାଳ, କଟକ
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri