ଜଳବୁଡ଼ି ମୃତ୍ୟୁ ଚିନ୍ତାର କାରଣ

ଶେଖ୍‌ ଫରିଦଉଦ୍ଦିନ

ଏକ ସରକାରୀ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ଷକୁ ହାରାହାରି ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି। ଗତ ତିନିବର୍ଷ ମଧ୍ୟରେ ୧୨୯୨ ଜଣ ପ୍ରାଣ ହରାଇଥିବାବେଳେ ଅଧିକ ସଂଖ୍ୟକ ଯୁବକଙ୍କ ମୃତ୍ୟୁ ଘଟିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକାର ୮ଟି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିମଧ୍ୟରେ ପାଣିରେ ବୁଡ଼ି ମରିବା, ବଜ୍ରପାତ, ଘୂର୍ଣ୍ଣିଝଡ଼, ପ୍ରବଳ ବୃଷ୍ଟିପାତ, ଅଂଶୁଘାତ, ନୌକା ଦୁର୍ଘଟଣା, ଘୂର୍ଣ୍ଣିବାତ୍ୟା ଓ ସାପକାମୁଡ଼ା। ଏହିସବୁ ଦୁର୍ବିପାକରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ସରକାର ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ୧୨୯୨ ଜଣ ବ୍ୟକ୍ତି ପାଣିରେ ବୁଡ଼ି ମରିଥିବା ଜଣାଯାଇଛି। ଏହି ମୃତ୍ୟୁ ବନ୍ୟାଜନିତ ନୁହେଁ। କାରଣ ବନ୍ୟା ସମୟରେ ବୁଡ଼ି ମୃତ୍ୟୁକୁ ବନ୍ୟାଜନିତ ମୃତ୍ୟୁ ଭାବେ ଗଣାଯାଇଥାଏ। ପ୍ରତିବର୍ଷ ପାଣିରେ ବୁଡ଼ି ମରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫-୧୬ ବର୍ଷରେ ୨୪୬ ଜଣ ବୁଡ଼ି ମରିଥିବା ବେଳେ ୨୦୧୬-୧୭ରେ ଏହି ସଂଖ୍ୟା ୪୨୮ ଓ ୨୦୨୦-୨୧ରେ ୬୭୪ ରେକର୍ଡ କରାଯାଇଛି। ହାରାହାରି ଭାବେ ପ୍ରତିବର୍ଷ ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି। ରାଜ୍ୟର ୨୯ଟି ଜିଲାର ୨୩୮ ବ୍ଲକରେ ୧୨୯୨ ଜଣ ପାଣିରେ ବୁଡ଼ି ମରିଥିବାବେଳେ ବୌଦ୍ଧ ଜିଲାରେ ଜଣେ ହେଲେ କେହି ଏଥିରେ ମରିନାହାନ୍ତି। ସେହିଭଳି ବିଗତ ୩ ବର୍ଷ ମଧ୍ୟରେ ୭୬ଟି ବ୍ଲକରେ ମଧ୍ୟ ଏହିଭଳି ମୃତ୍ୟୁ ରେକର୍ଡ ହୋଇନାହିଁ।
ସର୍ବାଧିକ ଜଳବୁଡ଼ି ମୃତ୍ୟୁ ଜୁଲାଇରୁ ନଭେମ୍ବର ମଧ୍ୟରେ ଘଟୁଛି। ଏଭଳି ଦୁର୍ଘଟଣାରେ ମରୁଥିବା ୧୨୯୨ଜଣଙ୍କ ମଧ୍ୟରୁ ୭୮୩ ଅର୍ଥାତ୍‌ ୬୧% ମୃତ୍ୟୁ ଏହି ୫ ମାସ ମଧ୍ୟରେ ଘଟିଛି। ବର୍ଷାଋତୁରେ ସର୍ବାଧିକ ମୃତ୍ୟୁ ଘଟୁଥିବା ଜଣାଯାଇଛି। ଏହାଛଡ଼ା ପୁରୀ, କୋଣାର୍କ ଓ ଗୋପାଳପୁର ବେଳାଭୂମିରେ ସମୁଦ୍ରରେ ବୁଡ଼ି ବି ଅନେକେ ମରୁଛନ୍ତି। ୨୦୦୪ରେ ଦକ୍ଷିଣ-ପୂର୍ବ ସମୁଦ୍ରରେ ଆସିଥିବା ସୁନାମି ପରଠାରୁ କୋଣାର୍କ ଓ ପୁରୀ ବେଳାଭୂମିରେ ଉଚ୍ଚ ଜୁଆର ଲକ୍ଷ୍ୟ କରାଯାଉଥିବା ବେଳେ ଗୋପାଳପୁରରେ ମଧ୍ୟ ଏଭଳି ଦେଖିବାକୁ ମିଳୁଛି। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସାମୁଦ୍ରିକ ବିଦ୍ୟୁତ୍‌ ଅନୁଭୂତ ହେଉଥିବା ବେଳେ ସେହି ସମୟରେ ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ହୋମ୍‌ଗାର୍ଡ ଓ ନୋଳିଆଙ୍କୁ ମୁତୟନ କରାଯାଇଥିବା ବେଳେ ଯୁବକମାନେ ଏଠାରେ ନିୟମିତ ବୁଡ଼ି ମରିବା ଚିନ୍ତାର କାରଣ ପାଲଟିଛି। ଚିଲିକା ଡଙ୍ଗାବୁଡ଼ି ସମୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ରାଜ୍ୟ ବୋଟ୍‌ ନିୟମ-୨୦୦୪ ଓ ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନାକୁ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେତୁ ଯୋଗାଯୋଗ ନ ଥିବାରୁ ଅସୁରକ୍ଷିତ ଭାବେ ଭରାନଈରେ ଲୋକମାନେ ଯାତାୟାତ କରୁଛନ୍ତି। ବେଳେବେଳେ ଦୁଃଖଦ ଘଟଣା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ରାଜ୍ୟ ସରକାରଙ୍କ ବୋଟ୍‌ ନିୟମ-୨୦୦୪କୁ କଡ଼ାକଡ଼ିର ବ୍ୟବସ୍ଥା ସହ ନୌଯାତ୍ରା ବେଳେ ଲାଇଫ୍‌ ଜ୍ୟାକେଟକୁ ବାଧ୍ୟତାମୂଳକ କରିବା ସହ ସବୁ ବୋଟ୍‌ର ପଞ୍ଜୀକରଣର ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି। ମାଡ୍ରାସ ଆଇଆଇଟି ଯନ୍ତ୍ରୀଙ୍କ ପରାମର୍ଶ ମୁତାବକ, ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ହୋଇ ଯାତ୍ରା ସମୟରେ ପ୍ରତ୍ୟେକ ବୋଟ୍‌ରେ ତାଲିମ୍‌ପ୍ରାପ୍ତ ଉଦ୍ଧାରକାରୀ ଦଳ ନିୟୋଜିତ ହେବା ସହ ବୋଟ୍‌ର ଯାନ୍ତ୍ରିକ ପରିଚାଳନା ଲାଗି ଯାନ୍ତ୍ରିକ ବିଶେଷଜ୍ଞଙ୍କ ନିଯୁକ୍ତି ଜରୁରୀ। ଯେଉଁ ଡଙ୍ଗାର ବୈଧତା ନ ଥିବ ସେଗୁଡ଼ିକୁ ସମୁଦ୍ର ଭିତରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ଏହାବାଦ୍‌ ମାଛଧରା ବୋଟ୍‌ ବା ଡଙ୍ଗାରେ ସାଧାରଣ ଯାତ୍ରୀଙ୍କୁ କୌଣସି ପ୍ରକାର ଉଠାଯିବ ନାହିଁ। ବୋଟ୍‌ର ପଞ୍ଜୀକରଣ ନ ଥିଲେ ଜିଲା ପ୍ରଶାସନ ତୁରନ୍ତ ଲାଇସେନ୍ସ ରଦ୍ଦ ଓ ଜରିମାନା ପାଇଁ ବ୍ୟବସ୍ଥା ରହିଛି। ସେହିପରି ସରକାର ୭କୋଟି ଟଙ୍କାର ଲାଇଫ୍‌ ଜ୍ୟାକେଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ସଂଗ୍ରହ କରି ରଖିଛନ୍ତି ହେଲେ ନିୟମାବଳୀ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇ କାଗଜକଲମରେ ସାଇତା ହୋଇ ରହିଥିବାରୁ ନିୟମିତ ଭାବେ ଓଡ଼ିଶାରେ ଏପରି ଦୁଃଖଦ ଘଟଣା ଘଟୁଛି।
ମଧୁପୁର, କୁଅଁାପାଳ, କଟକ
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri