ଅମାନିଆଙ୍କ ଉପରେ ନଜର ରଖିବ ଡ୍ରୋନ୍‌

ପୁରୀ ଅଫିସ,୨୦।୭: ରଥଯାତ୍ରାରେ ଥିବା ସୁରକ୍ଷା ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ମଧ୍ୟ ବଳବତ୍ତର ରହିବ। ଜୋନ୍‌ସ୍ତରରେ ହୋଇଥିବା ପୋଲିସ ମୁତୟନକୁ ଅପରିବର୍ତ୍ତିତ ରଖାଯିବ। ଏହାବ୍ୟତୀତ ଅନଧିକାର ପ୍ରବେଶକୁ ରୋକିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ହେବ। ଏହି ସୁରକ୍ଷା ବ୍ୟବସ୍ଥା ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତି ସମୟରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ପୁରୀ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ୨୦ରୁ ୨୩ ତାରିଖ ମଧ୍ୟରେ ବଡ଼ଦାଣ୍ଡରେ କର୍ଫ୍ୟୁ କଟକଣାକୁ ପାଳନ କରାଇବା ପାଇଁ ୧୦ ଟିମ୍‌ କାର୍ଯ୍ୟ କରିବ। ପ୍ରତି ଟିମ୍‌ରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ୍‌ଜୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ରହିବେ। ଡ୍ରୋନ୍‌, ଭିଡିିଓଗ୍ରାଫର୍‌ ସହାୟତାରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ଜିଲା ପ୍ରଶାସନ, ପୋଲିସ ଓ ମ୍ୟୁନିସିପାଲିଟିର ମିଳିତ ଉଦ୍ୟମରେ କର୍ଫ୍ୟୁ ଅଡିିଟ୍‌ କରାଯିବ। ଅନଧିକାର ପ୍ରବେଶକାରୀଙ୍କ ଉପରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ। ସେହିଭଳି ପୋଲିସ ନଜରରେ ସାମାଜିକ ଗଣମାଧ୍ୟମକୁ ମଧ୍ୟ ରଖାଯିବ। କେହି ଆଇନ ଭାଙ୍ଗି ବାହୁଡ଼ା ଯାତ୍ରାରେ ସାମିଲ ହେଲେ ଏ ସମ୍ପର୍କିତ ଖବର ଫେସବୁକ ଓ ଇନଷ୍ଟାଗ୍ରାମ୍‌ ମାଧ୍ୟମରୁ ସଂଗ୍ରହ କରିବା ପାଇଁ ପୋଲିସ ଉଦ୍ୟମ କରିବ। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ ହୋଇଥିଲେ ଏହା ମଧ୍ୟ ତଦନ୍ତ ପ୍ରକ୍ରିୟାର ଅଂଶ ହେବ। ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡକାଇ ପଚରାଉଚରା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି। କଟକଣା ଭାଙ୍ଗି ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ପୋଲିସ ଏଯାବତ୍‌ ନୋଟିସ୍‌ କରିଥିବା ବେଳେ ସିସିଟିଭି ମାଧ୍ୟମରେ ଆହୁରି ଲୋକଙ୍କୁ ଖୋଜିବା ଜାରି ରଖିଛି। ତେବେ ନୋଟିସ୍‌ ପଠାଯାଇଥିବା ବ୍ୟକ୍ତିଙ୍କୁ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଅଦ୍ୟାବଧି ହୋଟେଲ୍‌, ଲଜ୍‌ ଓ ବ୍ୟକ୍ତିଙ୍କୁ ମିଶାଇ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇପିସି ୨୬୯, ୨୭୦, ୧୮୮ ଓ ୩୪ ଧାରା ରୁଜୁ ହୋଇଛି। ଅନ୍ୟପକ୍ଷରେ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏସ୍‌ପି କନୱର ବିଶାଲ ସିଂ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ କିଭଳି ଭାବେ ଜୋନସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେନେଇ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବଡ଼ଦାଣ୍ଡରେ ଥିବା ଘରର ଲୋକଙ୍କୁ ବାଲକୋନି ଓ ଛାତ ଉପରକୁ ନ ଯିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଘରର ଛାତ ଉପରେ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଆଦିବାସୀ ଦିବସ ସମାରୋହ

କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ଆଦିବାସୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମୁଗଲାଲ ମାଝିଙ୍କ...

୨୯ରେ ଆର୍‌ଡିସି ଅଫିସ ଘେରାଉ

ଢେଙ୍କାନାଳ ଅଫିସ,୧୬।୯: ଅଲ ଓଡ଼ଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଢେଙ୍କାନାଳ ଜିଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ୍‌...

୬ ମାସରେ ଗଲାଣି ୧୮୬ ଜୀବନ

ଛତ୍ରପୁର,୨୬୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛିା ଏପରିକି ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଏହି ଜିଲାରେ ହୋଇଛି। ମିଳିଥିବା ସୂଚନା...

ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ...

ଜାମୁଗଣ୍ଡ ନାଳରେ ଦୌଡ଼ି ବାନ୍ଧି ଘରକୁ ଗଲେ ଛାତ୍ରୀଛାତ୍ର

ପାତ୍ରପୁର,୧୦।୭(ଡି.ଏନ.ଏ): ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ବର୍ଷା ପାଣି ଯୋଗୁଁ ଜାମୁଗଣ୍ଡ ନାଳ ଭର୍ତ୍ତି ହୋଇଯିବାରୁ ଦଉଡ଼ି ବାନ୍ଧି ଛାତ୍ରୀଛାତ୍ର ଘରକୁ ଆସିଛନ୍ତି। ବୁରାତାଲ ପଞ୍ଚାୟତ କମଳାଖତ...

ସରିବ ନାଲ୍‌କୋ ସ୍ବୀକୃତିପ୍ରାପ୍ତ ସଙ୍ଗଠନର କାର୍ଯ୍ୟକାଳ: ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି

ବଅଁରପାଳ, ୧୩।୧୨(ଡି.ଏନ୍‌.ଏ)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ନାଲ୍‌କୋ ଦ୍ୱାରା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜୁଦୁର ସଂଘ(ଏଏମ୍‌ଏସ୍‌)ର କାର୍ଯ୍ୟକଳାପ ଆସନ୍ତା ଜାନୁୟାରୀ ୯ ତାରିଖରେ ଶେଷ ହେବ।...

ଭଦ୍ରକକୁ ଆସିବେ ୩୨ ହଜାର ପ୍ରବାସୀ

ଭଦ୍ରକ ଅଫିସ, ୩୦ା୪: ଭଦ୍ରକ ଜିଲାକୁ ଫେରିବେ ୩୨ ହଜାର ପ୍ରବାସୀ। ଘରକୁ ଫେରିବା ପାଇଁ ଏମାନେ ନିଜ ନାମ ଅନ୍‌ଳାଇନ୍‌ରେ ପଞ୍ଜୀକରଣ କରିସାରିଛନ୍ତି। ପ୍ରବାସୀମାନଙ୍କର...

ବାକିରେ ଡାଲି ମାଗିବାକୁ ନେଇ ହତ୍ୟା ଘଟଣା: ୨ ଦୋଷୀଙ୍କୁ ଆଜୀବନ ଜେଲ

ଆନନ୍ଦପୁର,୧୪।୪ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍‌...

Advertisement
Archives

Model This Week