ଅମାନିଆଙ୍କ ଉପରେ ନଜର ରଖିବ ଡ୍ରୋନ୍‌

ପୁରୀ ଅଫିସ,୨୦।୭: ରଥଯାତ୍ରାରେ ଥିବା ସୁରକ୍ଷା ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ମଧ୍ୟ ବଳବତ୍ତର ରହିବ। ଜୋନ୍‌ସ୍ତରରେ ହୋଇଥିବା ପୋଲିସ ମୁତୟନକୁ ଅପରିବର୍ତ୍ତିତ ରଖାଯିବ। ଏହାବ୍ୟତୀତ ଅନଧିକାର ପ୍ରବେଶକୁ ରୋକିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ହେବ। ଏହି ସୁରକ୍ଷା ବ୍ୟବସ୍ଥା ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତି ସମୟରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ପୁରୀ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ୨୦ରୁ ୨୩ ତାରିଖ ମଧ୍ୟରେ ବଡ଼ଦାଣ୍ଡରେ କର୍ଫ୍ୟୁ କଟକଣାକୁ ପାଳନ କରାଇବା ପାଇଁ ୧୦ ଟିମ୍‌ କାର୍ଯ୍ୟ କରିବ। ପ୍ରତି ଟିମ୍‌ରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ୍‌ଜୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ରହିବେ। ଡ୍ରୋନ୍‌, ଭିଡିିଓଗ୍ରାଫର୍‌ ସହାୟତାରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ଜିଲା ପ୍ରଶାସନ, ପୋଲିସ ଓ ମ୍ୟୁନିସିପାଲିଟିର ମିଳିତ ଉଦ୍ୟମରେ କର୍ଫ୍ୟୁ ଅଡିିଟ୍‌ କରାଯିବ। ଅନଧିକାର ପ୍ରବେଶକାରୀଙ୍କ ଉପରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ। ସେହିଭଳି ପୋଲିସ ନଜରରେ ସାମାଜିକ ଗଣମାଧ୍ୟମକୁ ମଧ୍ୟ ରଖାଯିବ। କେହି ଆଇନ ଭାଙ୍ଗି ବାହୁଡ଼ା ଯାତ୍ରାରେ ସାମିଲ ହେଲେ ଏ ସମ୍ପର୍କିତ ଖବର ଫେସବୁକ ଓ ଇନଷ୍ଟାଗ୍ରାମ୍‌ ମାଧ୍ୟମରୁ ସଂଗ୍ରହ କରିବା ପାଇଁ ପୋଲିସ ଉଦ୍ୟମ କରିବ। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ ହୋଇଥିଲେ ଏହା ମଧ୍ୟ ତଦନ୍ତ ପ୍ରକ୍ରିୟାର ଅଂଶ ହେବ। ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡକାଇ ପଚରାଉଚରା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି। କଟକଣା ଭାଙ୍ଗି ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ପୋଲିସ ଏଯାବତ୍‌ ନୋଟିସ୍‌ କରିଥିବା ବେଳେ ସିସିଟିଭି ମାଧ୍ୟମରେ ଆହୁରି ଲୋକଙ୍କୁ ଖୋଜିବା ଜାରି ରଖିଛି। ତେବେ ନୋଟିସ୍‌ ପଠାଯାଇଥିବା ବ୍ୟକ୍ତିଙ୍କୁ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଅଦ୍ୟାବଧି ହୋଟେଲ୍‌, ଲଜ୍‌ ଓ ବ୍ୟକ୍ତିଙ୍କୁ ମିଶାଇ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇପିସି ୨୬୯, ୨୭୦, ୧୮୮ ଓ ୩୪ ଧାରା ରୁଜୁ ହୋଇଛି। ଅନ୍ୟପକ୍ଷରେ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏସ୍‌ପି କନୱର ବିଶାଲ ସିଂ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ କିଭଳି ଭାବେ ଜୋନସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେନେଇ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବଡ଼ଦାଣ୍ଡରେ ଥିବା ଘରର ଲୋକଙ୍କୁ ବାଲକୋନି ଓ ଛାତ ଉପରକୁ ନ ଯିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଘରର ଛାତ ଉପରେ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri