ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ ବିଭାଗ ନିକଟକୁ। ଫଳରେ ମାତ୍ର କିଛି ସମୟ ମଧ୍ୟରେ ବନ କର୍ମଚାରୀମାନେ ପହଞ୍ଚି ନିଆଁ କୁ ଆୟତ କରିବା ସହ ଜଙ୍ଗଲ ସମ୍ପଦକୁ ସୁରକ୍ଷିତ କରିବାରେ ସଫଳ ହେଉଛନ୍ତି।
ଢେଙ୍କାନାଳ ସହରକୁ ଲାଗିଥିବା ପାଣି ଓହଳା ପାହାଡ ଜଙ୍ଗଲ ଓ ଚାରଖୋଲା ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ୍‌ କ୍ୟାମେରା ଉଡାଯାଉଛି। ଏଥିଯୋଗୁ କେଉଁ ସ୍ଥାନରେ ନିଆଁ ଲାଗିଛି ତାହା ଶୀଘ୍ର ଚିହ୍ନଟ କରାଯାଇପାରୁଛି। ଏପରି କି ଫଟୋ ପାଇବାର ମାତ୍ର ୧୦ ମିନିଟ ମଧ୍ୟରେ ନିଆଁ ଲିଭାଇବାର ଉଦ୍ୟମ ଆରମ୍ଭ କରାଯାଇପାରୁଛି। ଜଙ୍ଗଲ ସହ ଏହା ମଧ୍ୟରେ ରହୁଥିବା ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ସେହିପରି କପିଳାସ ଅଭୟାରଣ୍ୟରେ ଅଧିକାଂଶ ସମୟରେ ନିଆଁ ଲାଗୁଥିବାରୁ ସେଠାରେ ସ୍ବତନ୍ତ୍ର ଭାବେ ନିଆଁକୁ ଆୟତ କରିବା ପାଇଁ ଥର୍ମାଲ ଇମେଜିଂ ବ୍ୟବସ୍ଥା ରହିଥିବା ଏକ ସ୍ବତନ୍ତ୍ର ଡ୍ରୋନ୍‌ କ୍ୟାମେରା ଆଣିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ମେଘୁଆ ପାଗ, କୁହୁଡି କିମ୍ବା ଧୁଆଁ ଥିଲେ ମଧ୍ୟ ଏହି ସ୍ବତନ୍ତ୍ର କ୍ୟାମେରା ନିଆଁ ଲାଗିବା ସ୍ଥାନର ଫଟୋ ଅତି ପରିଷ୍କାର ଭାବେ ଉଠାଇପାରିବ। ଏହାର ବ୍ୟବହାର ପାଇଁ ବନ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି। ସେହିପରି ବର୍ତ୍ତମାନ ସାଟେଲାଇଟ ଫଟୋଚିତ୍ରକୁ ନେଇ ନିଆଁ ଲାଗିବା ସ୍ଥାନକୁ ଚିହ୍ନଟ କରାଯାଉଛି। ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲାରେ ଥିବା ୮୦ ଜଣ ସଦସ୍ୟଙ୍କୁ ତାଲିମ ଦିଆଯାଇଛି। ଗତ ୩ଦିନ ହେବ ଢେଙ୍କାନାଳ ସହରର ଚାରଖୋଲା ସଂରକ୍ଷିତ ଜଙ୍ଗଲ ଓ ପାଣି ଓହଳା ପାହାଡ ଜଙ୍ଗଲରେ ଲଗାତର ନିଆଁ ଲାଗୁଥିବା ଦେଖାଯାଇଛି। ତଥାପି ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।

ଶୁଖିଲା ପତ୍ର ସଫା କରାଯାଉ
ଖରାଦିନ ଆସିଲେ ଜଙ୍ଗଲ ଶୁଖିଲା ପତ୍ରରେ ଭରିଯାଏ। ବନ କର୍ମଚାରୀମାନେ ତଳେ ପଡିଥିବା ପତ୍ରଗୁଡିକୁ ସଫା କରିବା ବ୍ୟବସ୍ଥା କରାଇପାରିଲେ ନିଆଁ ଅଧିକ ବ୍ୟାପନ୍ତା ନାହିଁ। ବର୍ତ୍ତମାନ ସାଟେଲାଇଟ ଫଟୋରେ ଚିହ୍ନଟ କରି ନିଆଁ ଲାଗିଥିବ ସ୍ଥାନ ଠାବ କରାଯାଇପାରୁଛି। ସେହିପରି ଡ୍ରୋନ୍‌ କ୍ୟାମେରାରେ ମଧ୍ୟ ଏହାକୁ ଜାଣିହେବ ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ପ୍ରକୃତି ସୁରକ୍ଷା ଜରୁରୀ
ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରାଯିବା ଜରୁରୀ। ପ୍ରକୃତି ବଞ୍ଚିଲେ ଜୀବଜଗତ ସୁରକ୍ଷିତ ହୋଇପାରିବ। ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ଜରୁରୀ। ଜଙ୍ଗଲ, ପାହାଡ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରକୃତି ପାଇଁ କେତେ ଉପାଦେୟ ତାହା ସମସ୍ତେ ଜାଣିବା ଉଚିତ। ମିଳିତ ପ୍ରୟାସ ରହିଲେ ନିଆଁ ଦାଉରୁ ପ୍ରକୃତିକୁ ରକ୍ଷା କରିହେବ।
-ପ୍ରଦ୍ୟୁମ୍ନ ପଣ୍ଡା, ସାମାଜିକ କର୍ମୀ
ଘଣ୍ଟାଏ ବ୍ୟବଧାନରେ ଡ୍ରୋନ୍‌ ଉଡ଼ାଯାଉଛି
ନିଆଁକୁ ଆୟତ କରିବା ପାଇଁ ସାଟେଲାଇଟ୍‌ ମାଧ୍ୟମରେ ଫଟୋ ଆମେ ପାଉଛୁ। ଏତଦ୍‌ବ୍ୟତୀତ ପାଣିଓହଳା ଜଙ୍ଗଲ, ପାହାଡ ଓ ଚାରଖୋଲା ଜଙ୍ଗଲରେ ନିଆଁ ଧରୁଥିବା ସ୍ଥାନ ଚିହ୍ନଟ ପାଇଁ ଦିନକୁ ୧ଘଣ୍ଟା ଲେଖାଏ ବ୍ୟବଧାନରେ ମାନୁଆଲ ଡ୍ରୋନ୍‌ କ୍ୟାମେରା ଉଡାଯାଉଛି। କପିଳାସ ଅଭୟାରଣ୍ୟକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଥର୍ମାଲ ଇମେଜିଂ ବ୍ୟବସ୍ଥା ଥିବା ଏକ ସ୍ବତନ୍ତ୍ର ଡ୍ରୋନ୍‌ କ୍ୟାମେରା ଅଣାଯିବ। ବନ ସୁରକ୍ଷା ସମିତି ଓ ଅଞ୍ଚଳବାସୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛୁ।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri