ଗାଡ଼ି ଚଲାଉଥିଲେ…

ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍‌ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ କଥାକୁ ଅଣଦେଖା କରିବା ଦ୍ୱାରା ଅନେକେ ଦୁର୍ଘଟଣାର ଶିକାର ହେଉଥିବାର ନଜିର ବି ରହିଛି। ତେଣୁ କେଉଁ ସବୁ ଦିଗ ପ୍ରତି ସଜାଗ ରହିଲେ ନିରାପଦ ଭାବେ ଗାଡି ଚଲାଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…
– ଗାଡି ଚଲାଉଥିବା ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ପିଡ୍‌ ନିୟନ୍ତ୍ରଣ। ଏଥିପ୍ରତି ସଜାଗ ରହିଲେ ଦୁର୍ଘଟଣା ଆଶଙ୍କା କମ୍‌। ରାସ୍ତାରେ ସବୁବେଳେ ଟ୍ରାଫିକ୍‌ ନିୟମ ମାନନ୍ତୁ।
– ନୂଆ ନୂଆ ଗାଡି ଚଲାଉଥିଲେ ଗହଳି ସ୍ଥାନକୁ ନ ଯିବା ଭଲ। ନଚେତ୍‌ ଦୁର୍ଘଟଣାର ଆଶଙ୍କା ରହିଛି।
– ଅଧିକାଂଶ ମହିଳା କେଶ ଖରାପ ହୋଇଯିବ ଭାବି ହେଲ୍‌ମେଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ଦୁଇଚକିଆ ଗାଡ଼ି ଚଲାଉଥିଲେ ସୁରକ୍ଷା ଦୃଷ୍ଟିରୁ ସର୍ବପ୍ରଥମେ ହେଲ୍‌ମେଟ୍‌ ପିନ୍ଧିବାକୁ ଭୁଲନ୍ତୁ ନାହିଁ। କାରଣ ଦୈବାତ୍‌ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ଏହା ମୁଣ୍ଡକୁ ସୁରକ୍ଷିତ ରଖିଥାଏ।
– ଗାଡି ଚଲାଇବା ସମୟରେ ମୁହଁ ଦେଖିବା କିମ୍ବା ସଜାଡି ହେବାର ବଦଭ୍ୟାସ ଅନେକଙ୍କର ରହିଛି। ଯାହାଦ୍ୱାରା ନା କେବଳ ରାସ୍ତା ଉପରୁ ଧ୍ୟାନ ଭଙ୍ଗ ହୋଇଥାଏ ବରଂ ମିରର୍‌ରେ ପଛ ଗାଡି ମଧ୍ୟ ଦେଖି ହୋଇ ନ ଥାଏ। ଫଳରେ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇଥାଏ।
– ଗାଡି ଚଲାଇବା ବେଳେ ନିଜକୁ କମ୍ଫର୍ଟେବଲ୍‌ ଲାଗିବା ଭଳି ପୋଷାକ ପିନ୍ଧନ୍ତୁ। ଯଦି ଶାଢି କିମ୍ବା ଚୁଡିଦାର, ସାଲଓ୍ବାର୍‌- ପଞ୍ଜାବୀ ଭଳି ପୋଷାକ ପିନ୍ଧୁଛନ୍ତି ତେବେ ଏହାର ପଣତ ଏବଂ ଓଢ଼ଣି ଆଦିକୁ ଭଲ ଭାବେ ସମ୍ଭାଳି ରଖନ୍ତୁ। କାରଣ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ହେଉଥିବାର ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri