ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ ଗାଡ଼ି ଚଲାଇ ଯିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ…

*ଗାଡ଼ି ଚଲାଉଥିଲେ ବର୍ଷାଦିନେ ପାଖରେ ରେନ୍‌କୋଟ୍‌ ନିହାତି ରଖନ୍ତୁ। ନଚେତ୍‌ ହଠାତ୍‌ ବର୍ଷା ହେଲେ ଭିଜିଯିବା ସହ ଥଣ୍ଡା, ଜ୍ୱର, କାଶ ଭଳି ବିଭିନ୍ନ ସମସ୍ୟା ଉପୁଜିପାରେ। ଯଦି ପାଖରେ ରେନ୍‌କୋଟ୍‌ ନାହିଁ, ତେବେ ତରବର ହୋଇ ସ୍ପିଡ୍‌ ଗାଡି ଚଲାଇ ଦୁର୍ଘଟଣାର ସମ୍ମୁଖୀନ ହେବା ବଦଳରେ ଧୀରେ ଧୀରେ ଚଲାଇ ନିକଟରେ ଥିବା କୌଣସି ସୁରକ୍ଷିତ ସ୍ଥାନ ଦେଖି ଠିଆ ହୋଇ ଯାଆନ୍ତୁ।
*ଅନେକ ସମୟରେ ଦେଖାଯାଏ ବର୍ଷାରେ ବଡ଼ ବଡ଼ ଗଛମୂଳେ ଯାତ୍ରୀ ଠିଆ ହୁଅନ୍ତି। ହେଲେ ଏହା ବିପଜ୍ଜନକ। କାରଣ ବେଳେବେଳେ ବର୍ଷାରେ ଗଛ ଡାଳ ଭାଙ୍ଗିବା କିମ୍ବା ଘଡ଼ଘଡ଼ି ପଡ଼ିବା ଦ୍ୱାରା ଗଛ ଜଳିଯାଇ ଅନେକ ଦୁର୍ଘଟଣା ଘଟିଥିବାର ନଜିର ରହିଛି।
*ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ। ବର୍ଷାବେଳେ ଇଲେକ୍‌ଟ୍ରି ଖୁଣ୍ଟ ମୂଳରେ ଠିଆ ହେବା ବିପଦପୂର୍ଣ୍ଣ। ଏହାଦ୍ୱାରା ବିଜୁଳି ସଂସ୍ପର୍ଶରେ ଆସି ବିଭିନ୍ନ ଦୁର୍ଘଟଣା ଘଟିପାରେ।
*ଗାଡ଼ି ଚଲାଉଥିବା ବେଳେ ବର୍ଷା ହେଲେ କିମ୍ବା ବର୍ଷା ଛାଡ଼ିବା ପରେ ରାସ୍ତା ଖସଡ଼ା ହୋଇଥାଏ। ଏମିତିରେ ସ୍ପିଡ୍‌ ଚଲାନ୍ତୁ ନାହିଁ କିମ୍ବା ହଠାତ୍‌ ବ୍ରେକ୍‌ କରନ୍ତୁ ନାହିଁ, ନଚେତ୍‌ ଗାଡ଼ି ସ୍ଲିପ୍‌ ହୋଇପାରେ। ତା’ଛଡ଼ା ଖାଲ ସ୍ଥାନରେ ପାଣି ଜମାଥିବାରୁ ଦୁର୍ଘଟଣାର ଆଶଙ୍କା ଥାଏ। ତେଣୁ ବର୍ଷାରେ ଅଧିକ ସ୍ପିଡ୍‌ରେ ଗାଡ଼ି ନ ଚଲାଇ ଧୀରେ ଏବଂ ସତର୍କତାର ସହ ଚଲାଇବା ବୁଦ୍ଧିମତ୍ତାର କାର୍ଯ୍ୟ।
*ବର୍ଷା ସମୟରେ ହେଲ୍‌ମେଟ୍‌ ଗ୍ଲାସ୍‌ ଉପରେ ପାଣି ପଡ଼ି କୁହୁଡ଼ି ଭଳି ଦେଖାଯାଏ। ତେଣୁ ଅନେକେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇଥା’ନ୍ତି। ହେଲେ ଏପରି କରିବା ଆଦୌ ନିରାପଦ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri