ନୋ ପାର୍କିଂ ଜୋନ୍‌ରେ ଗାଡ଼ି

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜମହଲରୁ ଏଜି ଓ ଏଜିରୁ ରାଜମହଲ ଉଭୟ ରାସ୍ତାରେ ଯାନବାହାନ ପାର୍କିଂକୁ ବେଆଇନ୍‌ କରାଯାଇଛି। ଏଠାରେ ଗାଡ଼ି ପାର୍କିଂ ନ କରିବାକୁ ବିଏମ୍‌ସି ଓ ଟ୍ରାଫିକ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏପରିକି ସେଠାରେ ନୋ ପାର୍କିଂଜୋନ୍‌ର ବୋର୍ଡ ମଧ୍ୟ ଲଗାଯାଇଛି। ସେହିପରି ବିପରୀତ ରାସ୍ତାରେ ବହୁତଳ ବିଶିଷ୍ଟ କାର୍‌ ପାର୍କିଂ ନିର୍ମାଣ କରାଯାଇଛି। ଏଠାରେ ଉଭୟ କାର୍‌ ଏବଂ ବାଇକ୍‌ ପାର୍କିଂ କରିବା ଲାଗି ବ୍ୟବସ୍ଥା ରହିଛି। ମାତ୍ର ଲୋକମାନେ ପାର୍କିଂରେ ଗାଡ଼ି ନ ରଖି ରାସ୍ତା କଡ଼ରେ ବେଆଇନ୍‌ ଭାବେ ଗାଡ଼ି ରଖୁଛନ୍ତି। ଭୁବନେଶ୍ବରରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ନଜରକୁ ଆସୁଛି। ବିଶେଷକରି କଳ୍ପନାରୁ ଏଜି ରୋଡ୍‌ରେ ପ୍ରବଳ ଗହଳି ରହୁଛି। କଳ୍ପନା ଛକରୁ ବାପୁଜୀନଗର, ରାଜମହଲ, ଅଶୋକନଗର, ମାଷ୍ଟରକ୍ୟାଣ୍ଟିନ୍‌ ଭଳି ପ୍ରମୁଖ ସ୍ଥାନ ଜଡିତ ଥିବାରୁ ସେଠାରେ ସାଧାରଣତଃ ଜନସମାଗମ ଦେଖାଯାଇ ଥାଏ। ତେଣୁ ଏଠାରେ ଯେପରି ଟ୍ରାଫିକ୍‌ ସମସ୍ୟା ନ ଉପୁଜିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ମାତ୍ର ଲୋକମାନେ ସଚେତନ ହେଉ ନାହାନ୍ତି। ସେହିପରି ବିଏମ୍‌ସି କିମ୍ବା ଟ୍ରାଫିକ୍‌ ପୋଲିସ ପକ୍ଷରୁ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସପ୍ତାହରେ ଥରେ ଦୁଇଥର ୫/୧୦ଟି ଗାଡ଼ି ଉଠାଇ ନେଇ ବାହା ବା ନେବାକୁ ଚେଷ୍ଟା କରୁଛି। ରବିବାର ଛୁଟି ଦିନ ହୋଇ ଥିବାରୁ ସହରର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ-୧ ହାଟ ଏବଂ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଲୋକମାନେ ରାସ୍ତା କଡ଼ରେ ନୋ ପାର୍କିଂ ଜୋନ୍‌ରେ ଗାଡି ପାର୍କିଂ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ରାଜମହଲରୁ ଏଜି ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ସମସ୍ୟା ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏବଂ କମିଶନରେଟ୍‌ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ରାସ୍ତା ଜାମ୍‌ ହେବାରୁ ଟ୍ରାଫିକ ପୋଲିସର ସ୍ବତନ୍ତ୍ର ଟିମ ସେଠାରେ ପହଞ୍ଚତ୍ ବେଆଇନ ପାର୍କ ହୋଇଥିବା କେତେକ ଗାଡ଼ିକୁ ଉଠାଇ ନେଇଥିଲା। ଫଳରେ ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖିଥିବା ଲୋକଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଏଜି ଛକ ନିକଟସ୍ଥ ଟ୍ରାଫିକ ଥାନା ପରିସରରୁ ନିଜନିଜ ଗାଡ଼ି ଆଣିବା ସହ ବେଆଇନ ପାର୍କିଂ ଲାଗି ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏକାଧିକ ଗାଡ଼ି ରହିଥିଲେ ବି ମାତ୍ର ହାତ ଗଣତି ଗାଡ଼ିକୁ ଉଠାଇ ନିଆଯାଇଥିଲା। ଏ ସମ୍ପର୍କରେ ହାଟକୁ ଆସିଥିବା ଭୁବନେଶ୍ୱର ବାସିନ୍ଦା ସୁଧାକର ରାଉତ କହିଛନ୍ତି, ହାଟରେ ୫ମିନିଟ୍‌ର କାମ ଥିଲା। ତେଣୁ ରାସ୍ତା କଡ଼ରେ ଗାଡି ପାର୍କ କରି ଦେଇଥିଲି। ଏଠାରେ ପାର୍କିଂ ବ୍ୟବସ୍ଥା ଅଛି, ମାତ୍ର ଟିକେ କାମ ପାଇଁ ଗହଳିରେ ଯାଇ ପଇସା ଦେଇ ଗାଡ଼ି ରଖିବା କ’ଣ ଦରକାର। ମୁଁ ତ ଏକା ଗାଡ଼ି ଥୋଇନି, ଅନ୍ୟମାନେ ବି ଥୋଇଛନ୍ତି। ସେହିପରି ସାଗରିକା ସାହୁ କହିଛନ୍ତି, ଯଦି ୫ଟଙ୍କା କିମ୍ବା ମାଗଣାରେ କାମ ହୋଇ ଯାଉଛି ତେବେ ମଲ୍ଟି ଲେବଲ କାର୍‌ ପାର୍କିଂରେ ଘଣ୍ଟାକୁ ୨୦ଟଙ୍କା କାହିଁକି ଦେବୁ। ଆଗରୁ ଏଠାରେ ଗାଡ଼ି ରହୁଥିଲା ଏବେ ଏତେ ନିୟମ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri