ନୋ ପାର୍କିଂ ଜୋନ୍‌ରେ ଗାଡ଼ି

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜମହଲରୁ ଏଜି ଓ ଏଜିରୁ ରାଜମହଲ ଉଭୟ ରାସ୍ତାରେ ଯାନବାହାନ ପାର୍କିଂକୁ ବେଆଇନ୍‌ କରାଯାଇଛି। ଏଠାରେ ଗାଡ଼ି ପାର୍କିଂ ନ କରିବାକୁ ବିଏମ୍‌ସି ଓ ଟ୍ରାଫିକ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏପରିକି ସେଠାରେ ନୋ ପାର୍କିଂଜୋନ୍‌ର ବୋର୍ଡ ମଧ୍ୟ ଲଗାଯାଇଛି। ସେହିପରି ବିପରୀତ ରାସ୍ତାରେ ବହୁତଳ ବିଶିଷ୍ଟ କାର୍‌ ପାର୍କିଂ ନିର୍ମାଣ କରାଯାଇଛି। ଏଠାରେ ଉଭୟ କାର୍‌ ଏବଂ ବାଇକ୍‌ ପାର୍କିଂ କରିବା ଲାଗି ବ୍ୟବସ୍ଥା ରହିଛି। ମାତ୍ର ଲୋକମାନେ ପାର୍କିଂରେ ଗାଡ଼ି ନ ରଖି ରାସ୍ତା କଡ଼ରେ ବେଆଇନ୍‌ ଭାବେ ଗାଡ଼ି ରଖୁଛନ୍ତି। ଭୁବନେଶ୍ବରରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ନଜରକୁ ଆସୁଛି। ବିଶେଷକରି କଳ୍ପନାରୁ ଏଜି ରୋଡ୍‌ରେ ପ୍ରବଳ ଗହଳି ରହୁଛି। କଳ୍ପନା ଛକରୁ ବାପୁଜୀନଗର, ରାଜମହଲ, ଅଶୋକନଗର, ମାଷ୍ଟରକ୍ୟାଣ୍ଟିନ୍‌ ଭଳି ପ୍ରମୁଖ ସ୍ଥାନ ଜଡିତ ଥିବାରୁ ସେଠାରେ ସାଧାରଣତଃ ଜନସମାଗମ ଦେଖାଯାଇ ଥାଏ। ତେଣୁ ଏଠାରେ ଯେପରି ଟ୍ରାଫିକ୍‌ ସମସ୍ୟା ନ ଉପୁଜିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ମାତ୍ର ଲୋକମାନେ ସଚେତନ ହେଉ ନାହାନ୍ତି। ସେହିପରି ବିଏମ୍‌ସି କିମ୍ବା ଟ୍ରାଫିକ୍‌ ପୋଲିସ ପକ୍ଷରୁ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସପ୍ତାହରେ ଥରେ ଦୁଇଥର ୫/୧୦ଟି ଗାଡ଼ି ଉଠାଇ ନେଇ ବାହା ବା ନେବାକୁ ଚେଷ୍ଟା କରୁଛି। ରବିବାର ଛୁଟି ଦିନ ହୋଇ ଥିବାରୁ ସହରର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ-୧ ହାଟ ଏବଂ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଲୋକମାନେ ରାସ୍ତା କଡ଼ରେ ନୋ ପାର୍କିଂ ଜୋନ୍‌ରେ ଗାଡି ପାର୍କିଂ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ରାଜମହଲରୁ ଏଜି ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ସମସ୍ୟା ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏବଂ କମିଶନରେଟ୍‌ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ରାସ୍ତା ଜାମ୍‌ ହେବାରୁ ଟ୍ରାଫିକ ପୋଲିସର ସ୍ବତନ୍ତ୍ର ଟିମ ସେଠାରେ ପହଞ୍ଚତ୍ ବେଆଇନ ପାର୍କ ହୋଇଥିବା କେତେକ ଗାଡ଼ିକୁ ଉଠାଇ ନେଇଥିଲା। ଫଳରେ ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖିଥିବା ଲୋକଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଏଜି ଛକ ନିକଟସ୍ଥ ଟ୍ରାଫିକ ଥାନା ପରିସରରୁ ନିଜନିଜ ଗାଡ଼ି ଆଣିବା ସହ ବେଆଇନ ପାର୍କିଂ ଲାଗି ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏକାଧିକ ଗାଡ଼ି ରହିଥିଲେ ବି ମାତ୍ର ହାତ ଗଣତି ଗାଡ଼ିକୁ ଉଠାଇ ନିଆଯାଇଥିଲା। ଏ ସମ୍ପର୍କରେ ହାଟକୁ ଆସିଥିବା ଭୁବନେଶ୍ୱର ବାସିନ୍ଦା ସୁଧାକର ରାଉତ କହିଛନ୍ତି, ହାଟରେ ୫ମିନିଟ୍‌ର କାମ ଥିଲା। ତେଣୁ ରାସ୍ତା କଡ଼ରେ ଗାଡି ପାର୍କ କରି ଦେଇଥିଲି। ଏଠାରେ ପାର୍କିଂ ବ୍ୟବସ୍ଥା ଅଛି, ମାତ୍ର ଟିକେ କାମ ପାଇଁ ଗହଳିରେ ଯାଇ ପଇସା ଦେଇ ଗାଡ଼ି ରଖିବା କ’ଣ ଦରକାର। ମୁଁ ତ ଏକା ଗାଡ଼ି ଥୋଇନି, ଅନ୍ୟମାନେ ବି ଥୋଇଛନ୍ତି। ସେହିପରି ସାଗରିକା ସାହୁ କହିଛନ୍ତି, ଯଦି ୫ଟଙ୍କା କିମ୍ବା ମାଗଣାରେ କାମ ହୋଇ ଯାଉଛି ତେବେ ମଲ୍ଟି ଲେବଲ କାର୍‌ ପାର୍କିଂରେ ଘଣ୍ଟାକୁ ୨୦ଟଙ୍କା କାହିଁକି ଦେବୁ। ଆଗରୁ ଏଠାରେ ଗାଡ଼ି ରହୁଥିଲା ଏବେ ଏତେ ନିୟମ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri