ଡ୍ରାଇଭର ମହାସଂଘର ବିକ୍ଷୋଭ ଜାରି: ପିକେଟିଂ ବେଳେ ଚାପା ଉତ୍ତେଜନା

ଦାରିଙ୍ଗବାଡି,୧୫।୦୩(ଡି.ଏନ.ଏ): ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘ ସଙ୍ଘ ମଧ୍ୟ ସାମିଲ ହେବା ସହ ବ୍ଲକର ୨୫ ପଞ୍ଚାୟତର ପ୍ରାୟ ୪ ଶହ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘର ସଭାପତି ପ୍ରଭଞ୍ଜନ ନାୟକଙ୍କ ନେତୃତ୍ୱରେ ଉପସଭାପତି ସନ୍ତୋଷ ଦିଗାଲ, ସଞ୍ଜୟ ମାଳାବିଶୋଇଙ୍କ ସମେତ ବହୁ କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି। ଉକ୍ତ ବ୍ଲକର ବୁଡଗୁଡା ପଞ୍ଚାୟତ ସମେତ ସିମନବାଡି, ବ୍ରାମୁଣିଗାଁ, କାଟିଙ୍ଗିଆ, ଝିଞ୍ଜିରୀଗୁଡା, ଗଦାପୁର, ସିକରମାହା, ଦାରିଙ୍ଗବାଡିର ଚାରିଛକ, ତିନିଛକ ଏବଂ ଗଞ୍ଜାମ କନ୍ଧମାଳ ସୀମା ବାଇମାଲା ନିକଟରେ ମହାସଙ୍ଘର ସଦସ୍ୟ, କର୍ମକର୍ତ୍ତାମାନେ ଏକାଠି ହୋଇ ବିକ୍ଷୋଭ କରିବା ସହ ପିକେଟିଂ କରୁଛନ୍ତି। ବିଭିନ୍ନ ସ୍ଥାନରୁ ଯେଉଁ ହଳଦିଆ ନମ୍ବର ପ୍ଲେଟ ରହିଥିବା ଗାଡିଗୁଡିକୁ ଅଟକାଇବାରୁ ଚାପା ଉତ୍ତେଜନା ଦେଖାଯାଇଛି। ଡ୍ରାଇଭର ମହାସଙ୍ଘ ପକ୍ଷରୁ ସମସ୍ତ ଯାତାୟତ କରୁଥିବା ଗାଡି ଗୁଡିକୁ ଅଟକାଇ ତାଙ୍କୁ ସମର୍ଥନ କରିବାକୁ ନିବେଦନ କରାଯାଉଥିବା ମହାସଙ୍ଘ ପକ୍ଷରୁ କୁହାଯାଇଛି। ସେମାନଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଡ୍ରାଇଭରଙ୍କୁ କରୋନା ଯୋଦ୍ଧା ଘୋଷଣା, ୫ ଲକ୍ଷ ଟଙ୍କା ବିନିମୟରେ ଆବାସ ଯୋଜନାରେ ଗୃହ ଯୋଗାଇବା, ୫୫ ବୟସ ପରେ ମାସକୁ ୫ ହଜାର ଟଙ୍କା ପେନସନ, ଗାଡି ପାର୍କିଂ ସୁବିଧା, ଡ୍ରାଇଭରଙ୍କ ବିଶ୍ରାମଗାର, ଡ୍ରାଇଭରଙ୍କୁ ଦିତୀୟ ସୈନିକର ମାନ୍ୟତା, ସେମାନଙ୍କ ପିଲାଙ୍କୁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ଆଦି ଦାବିଗୁଡିକ ରହିଛି। ଏହି ସବୁ ଦାବି ପୁରଣ କରା ନ ଗଲେ ଡ୍ରାଇଭର ସଙ୍ଘ ତାଙ୍କ ପରିବାର, ପିଲାଛୁଆଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ୨ ଭାଇ ମୃତ

ଭଣ୍ଡାରିପୋଖରୀ, ୧୨।୮(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତର ଅପୂଜା ମହାଦେବ ପୀଠ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ରବିବାର ଅପରାହ୍ନରେ...

ପୁରୀ ମାରାଥନ୍‌: ସମ୍‌ସଦ୍‌ ଆରା, ମୁକୁନ୍ଦ ଚାମ୍ପିଅନ

ପୁରୀ ଅଫିସ,୨୩।୧: ପ୍ରାକୃତିକ ବିପର୍ଯ୍ୟୟ ସଚେନତନା ସୃଷ୍ଟି ନିମନ୍ତେ ଗୁରୁବାର ସକାଳେ ପୁରୀରେ ମିନି ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। ମହିଳାବର୍ଗରେ ସମ୍‌ସଦ୍‌ ଆରା ବେଗମ୍‌ ଏବଂ...

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବଦଳୁନି ସୂଚନାବୋର୍ଡ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନାର ଅଧିକାର ଅଧିନିୟମ-୨୦୦୫ର ଲେଖାଥିବା ସୂଚନା ବୋର୍ଡରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନାମ ଲେଖା ନ ଥିବାବେଳେ, ଜନ...

ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ

କଟକ ଅଫିସ, ୧୯।୯:  କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୨)...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ରାଜ୍ୟରେ ଗୋପ ବ୍ଲକ ପ୍ରଥମ

ଗୋପ,୭।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାଜ୍ୟରେ ପୁରୀ ଜିଲାର ଗୋପ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିଯୋଗୁ...

ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହ ପରେ ଅଚଳ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ସାମନା କରିବାକୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଭଞ୍ଜନଗର ଉପଖଣ୍ଡ...

ପିଆରଏମ୍‌ ମେଡ଼ିକାଲ୍‌ରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ...

ପରୀକ୍ଷାରୁ ବଞ୍ଚିତ ୨୫ ଛାତ୍ରୀଛାତ୍ର

ବାରିପଦା ଅଫିସ/ ଚିତ୍ରଡ଼ା,୨୦ା୨(ଡି.ଏନ୍‌.ଏ.)- ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲାର ୧୮୦ଟି କେନ୍ଦ୍ରରେ ୩୭୧୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା...

Advertisement
Archives

Model This Week