ଡ୍ରାଇଭରମାନେ ବଞ୍ଚାଇଲେ ପୋଲିସ ଅଧିକାରୀଙ୍କ ଜୀବନ

ପଦ୍ମପୁର,୨୦।୬(ଡି.ଏନ୍‌.ଏ.): ଧୀରେ ଧୀରେ ଲୋକଙ୍କ ମଧ୍ୟରେ ମାନବିକତା ମରିଯାଉଛି। ତେବେ କେତେକଙ୍କ ମଧ୍ୟରେ ମଣିଷପଣିଆ ଏବେ ମଧ୍ୟ ବଞ୍ଚିରହିଛି। ରାୟଗଡ଼ା ଜିଲା ପଦ୍ମପୁର ଅଞ୍ଚଳରେ ଶନିବାର ରାତିରେ ଏଭଳି କିଛି ଦେଖିବାକୁ ମିଳିଥିଲା। ସୁନାରିଘାଇ ଛକ ନିକଟରେ ଜଣେ ପୋଲିସ ଅଧିକାରୀ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବାବେଳେ ସ୍ଥାନୀୟ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗୁଣପୁରର ଏସ୍‌ଡିପିଓଙ୍କ ସ୍ବତନ୍ତ୍ର ସ୍କ୍ବାଡ ଅଫିସର ଥିବା ଯୋଗେଶ୍ୱର ଶବର ବାଇକ୍‌ ଯୋଗେ ଗୁଡାରି ବ୍ଲକ ଡୁମ୍ବାଗୁଡ଼ା ଗ୍ରାମରୁ ଫେରୁଥିଲେ। ସୁନାରିଘାଇ ଛକ ନିକଟରେ ହଠାତ ବାଇକ୍‌ ରଖିବା ସମୟରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଡ୍ରାଇଭରମାନେ ଏହା ଦେଖି ଅଟୋରେ ଡାକ୍ତରଖାନା ନେଇଥିଲେ। ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ବିକାଶ ଦଳେଇ ଯୋଗେଶ୍ୱରଙ୍କ ଚିକିତ୍ସା କରି ରକ୍ତଚାପ ବଢ଼ିଯାଇଥିବାରୁ ଅକ୍ସିଜେନ୍‌ ଦେଇ ଚିକିତ୍ସା କରିଥିଲେ। ବିଳମ୍ବିତ ରାତିରେ ତାଙ୍କର ଚେତା ଫେରିଥିଲା। ଏହାପରେ ସେ ନିଜ ପରିଚୟ ଦେଇଥିଲେ। ଖବର ପାଇ ପଦ୍ମପୁର ପୋଲିସ ଓ କେନ୍ଦୁଗୁଡ଼ା ପୋଲିସ ଅଧିକାରୀମାନେ ପହଞ୍ଚି ଯୋଗେଶ୍ୱରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରବିବାର ସକାଳେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିବା ଜଣାପଡ଼ିଛି। ତେବେ ଡ୍ରାଇଭରମାନେ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବାହାଘର ପାଇଁ ଥିବା ୬୯ ଗ୍ରାମ୍‌ ସୁନା ଅଳଙ୍କାର ଚୋରି

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଆଜାଦ ନଗର ଏକ ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ...

ପ୍ରେମିକାଙ୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା ଅଫିସ/ଟିଟିଲାଗଡ଼,୩୧।୫: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ। ପ୍ରେମିକାଙ୍କୁ ପାଇବା ପାଇଁ ବନ୍ଧୁଙ୍କ ଜୀବନ ନେଇଗଲେ ସାଙ୍ଗ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ...

ନବୀକରଣ ହେବ ରେଲଓ୍ବେ ଷ୍ଟେଶନ ରାସ୍ତା

ଟିକିରି,୧୫।୩(ଡି.ଏନ୍‌.ଏ.): କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନ ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ତହସିଲଦାର ଶରତ ଶବରଙ୍କ ଉପସ୍ଥିତରେ ଜମି ଚିହ୍ନଟ କରାଯାଇଛି। ରେଲଓ୍ବେ ସହକାରୀ...

ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା ବିଦାନୋଭଙ୍କ ଭିସେରା

ରାୟଗଡ଼ା, ୭।୧(ସ୍ବ.ପ୍ର.): ରାୟଗଡ଼ା ସହରର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର...

ମାଓବାଦୀ ନେତା ନବୀନ ସଂଗଠନରୁ ବହିଷ୍କୃତ

ମାଲକାନଗିରି,୭।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଉଥିବା ଗାଳିକୋଣ୍ଡା ମାଓବାଦୀ ସଂଗଠନର ସମ୍ପାଦକ ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ଆନ୍ଧ୍ର ଓ ଓଡ଼ିଶା ସ୍ବତନ୍ତ୍ର...

ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣା

ଜେକେପୁର, ୨୨।୫(ଡି.ଏନ୍‌.ଏ.)- ଜେକେପୁର ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍‌...

ଅସ୍ଥାୟୀ ମଣ୍ଡିରେ ପଡ଼ିଛି ରବିଧାନ, କାଳବୈଶାଖୀକୁ ଡର

କୁନ୍ଦୁରା,୩୧ା୫(ଡି.ଏନ୍‌.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ...

ଭାଇଚାରା ସୃଷ୍ଟି କରେ ଝୋଡ଼ିଆ ପରଜାଙ୍କ ପୁଷ୍‌ ପରବ

ଟିକିରି,୨୪ ।୧(ଡି.ଏନ୍‌.ଏ.) ରାୟଗଡା ଜିଲା କାଶୀପୁର ବ୍ଲକ ଝୋଡ଼ିଆ ପରଜାଙ୍କ ନିଆରା ପରବ ପୁଷ୍‌ ପରବ ଶେଷ ହୋଇଛି। ଏହା ସେମାନେ ପରମ୍ପରା ଅନୁଯାୟୀ ବିଶ୍ୱାସର...

Advertisement
Archives

Model This Week