ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ମ.ରାମପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ କଳାହାଣ୍ଡି ଜି ମ.ରାମପୁର ଗାଡ଼ି ଚାଳକ ମହାସଂଘ ପକ୍ଷରୁ ମ.ରାମପୁରଠାରେ ଗୁରୁବାର ରାସ୍ତା ଅବରୋଧ କରାଯାଇଥିଲା। ୧୧ ଦଫା ଦାବି ନେଇ ମ.ରାମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬ (କ) ଓ ଆର୍‌.ଆର୍‌.କେ ରାସ୍ତା ସଂଯୋଗୀକରଣ କରିଥିବା ଚାରିଛକଠାରେ ଗାଡ଼ିଚାଳକମାନେ ଆନ୍ଦୋଳନ ଜାରିରଖିଛନ୍ତି। ବ୍ଲକ ସଭାପତି ବିଶ୍ୱରନ ମାହାର, ସମ୍ପାଦକ ସ୍ବାଗତ ମହାନ୍ତି, ଉପସଭାପତି ତରୁଣ ହାତୀ, ସହସମ୍ପାଦକ ଶିବ ନାହାକ, କୋଷାଧ୍ୟକ୍ଷ ଭବାନୀ ବିଶି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗାଡ଼ିଚାଳକ ରାସ୍ତାରୋକୋ ଆନ୍ଦୋଳନକୁ ଆଗେଇ ନେଇଛନ୍ତି। ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ ହେଉଥିବାବେଳେ ସ୍ଥାନୀୟ ପୋଲିସ ମୁତୟନ କରାଯାଇ ତୀକ୍ଷ୍ମଣ ନଜର ରଖାଯାଇଛି। ଖବରଲେଖା ସୁଦ୍ଧା ରାସ୍ତାରୋକୋ ସ୍ଥଳରେ କୌଣସି ରାଜନୈତିକ ଦଳର ନେତୃବୃନ୍ଦ ପହଞ୍ଚି ସଂଘ କର୍ମକର୍ତ୍ତାଙ୍କୁ ବୁଝାଇବା କିମ୍ବା ଦାବି ସମୂହ ପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଚାଳକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମ.ରାମପୁର ସହରର ଶାସକଦଳର ନେତା ପୁଷ୍ପେନ୍ଦ୍ର ସିଂହଦେଓ, ଜିଲା ପରିଷଦ ଅଧ୍ୟକ୍ଷ ଥିବାବେଳେ ତାଙ୍କ ଭାଇବୋହୂ ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ଏହା ବାଦ୍‌ ବିଭୂତି ଭୂଷଣ ମହାଖୁଡ ଜିଲା ଯୁବ ନେତା ତଥା ପିସିସି ସଭ୍ୟ ରହିଛନ୍ତି, ବିଶ୍ୱଜିତ୍‌ ଚାଟାର୍ଜୀ ଓ ସତ୍ୟଜିତ୍‌ ଚାଟାର୍ଜୀ ସିପିଆଇଏମ୍‌ର ଜିଲା କର୍ମକର୍ତ୍ତା ମଧ୍ୟ ମ.ରାମପୁର ଅଞ୍ଚଳର ଅଟନ୍ତି। ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀର ପରାଜିତ ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କର ମଧ୍ୟ ମ.ରାମପୁର ଅଟେ। ଏହା ସତ୍ତ୍ୱେ କୌଣସି ନେତା ଘଟଣାସ୍ଥଳରେ ପହଞ୍ଚିନାହାନ୍ତି। ଏହି ରାସ୍ତା ଅବରୋଧ ଯୋଗୁ ବାହାର ଜିଲାରୁ ଆସୁଥିବା ଅର୍ଥନୈତିକ କାରବାରରେ ଲିପ୍ତ ଭାରୀଯାନ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri