ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲା: କୋର୍ଟରେ ହାଜର ହୋଇ ବୟାନ ରଖିଲେ ତଦନ୍ତକାରୀ ଅଧିକାରୀ

ବ୍ରହ୍ମପୁର,୧୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲାର ବିଚାର ଆରମ୍ଭ ହୋଇଛି। ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଦିଗପହଣ୍ଡି ଥାନା ଏସ୍‌ଆଇ ଦେବାଶିଷ ମହାନ୍ତି ଗୁରୁବାର କୋର୍ଟରେ ହାଜର ହୋଇ ନିଜ ବୟାନ ରଖିଛନ୍ତି। ଯାହାକି କୋର୍ଟରେ ରେକର୍ଡ କରାଯାଇଛି। ପୂର୍ବରୁ ଏହି ମାମଲାରେ କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିବା ତତ୍କାଳୀନ ଦିଗପହଣ୍ଡି ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ ହାଜର ହୋଇ ୧୮ତମ ସାକ୍ଷୀ ଭାବେ ନିଜ ବୟାନ ଦେଇସାରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖ ପାଇଁ କୋର୍ଟ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ, ୨୦୧୬ରେ ଦିଗପହଣ୍ଡି ଥାନା ଅଧୀନ ଅନଙ୍ଗପୁର ଗ୍ରାମର ଆର୍‌. ସୁନୀଲ ରେଡ୍ଡୀଙ୍କୁ ୨ଜଣ ଅଜଣା ଯୁବକ ସାକ୍ଷାତ୍‌ କରିଥିଲେ। ଜଣେ ଅଫିସରଙ୍କ ବଦଳି ହୋଇଛି। ତାଙ୍କର ଆସବାବପତ୍ର ଭୁବନେଶ୍ୱର ନେବା ପାଇଁ ତାଙ୍କୁ କହିଥିଲେ। ପରେ ସୁନୀଲ ନିଜ ପିକ୍‌ଅପ୍‌ ଭ୍ୟାନ୍‌ ଧରି ସେମାନେ କହିଥିବା ଜାଗାକୁ ଯାଇଥିଲେ। ସେଠାରେ ଘରର କେତେକ ଆସବାବପତ୍ର ଉକ୍ତ ଗାଡ଼ିରେ ରଖିଥିଲେ। ସେମାନେ ଉକ୍ତ ଗାଡି ନେଇ ଜତୀୟ ରାଜପଥ -୧୬ ପୁକୁଡିବନ୍ଧ ଜଙ୍କଶନ ନିକଟରେ ସୁନୀଲଙ୍କୁ ନିଶାଯୁକ୍ତ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ପରେ ସେ ଅଚେତ ହୋଇପଡିଥିଲେ। ସେମାନେ ଗାଡି ଧରି ଜାତୀୟ ରାଜପଥ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ। ଅନ୍ୟପକ୍ଷେ ଦୀର୍ଘଦିନ ଧରି ସୁନୀଲ ଘରକୁ ଫେରି ନ ଥିବା ବେଳେ ତାଙ୍କ ମୋବାଇଲ ସୁଇଚ୍‌ ଅଫ ରହିଥିଲା। ସୁନୀଲଙ୍କ ଭାଇ ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଜାତୀୟ ରାଜପଥ ଟୋଲଗେଟରେ ଲାଗିଥିବା ସିସି ଟିଭି ଫୁଟେଜ ଓ ସୁନୀଲଙ୍କ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଅନୁଗୋଳର ଲୋକନାଥ ପ୍ରଧାନ ଓରଫ ପାଣ୍ଡା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଲୋକନାଥଙ୍କୁ ଜେରା ବେଳେ ସେମାନେ ସୁନୀଲଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ ପରେ ତାଙ୍କୁ ହୁମା ନିକଟ ଏକ କଲଭର୍ଟ ପାଖରେ ହତ୍ୟା କରି ଫୋପାଡ଼ି ଦେଇଥିଲେ। ପରେ ଅଭିଯୁକ୍ତମାନେ ଗାଡ଼ି ଧରି ଚମ୍ପଟ ମାରିଥିଲେ ବୋଲି ସ୍ବୀକାର କରିଥିଲେ। ଲୋକନାଥ ଗିରଫ ପରଠାରୁ ଏଯାବତ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭାବେ ଜ୍ଞାନ ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri