ସଂସାରଫଳ ପଞ୍ଚାୟତରେ ପାନୀୟ ଜଳ ଉତ୍କଟ

ପଟ୍ଟାମୁଣ୍ଡାଇ,୮ା୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ବହୁ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପିଇବା ପାଣି ପାଇ ପାରୁନହାନ୍ତି। ଫଳରେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଞ୍ଚାୟତ ଗୁଣ୍ଠି କୁଆଖିଆ ଗ୍ରାମରେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପାନୀୟ ଜଳ ଅଭାବ ଯୋଗୁ ଲୋକେ ଉତ୍କଟ ଜଳାଭାବ ଭୋଗୁଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘାନାହିଁ। ଗଁାକୁ ପାଞ୍ଚବର୍ଷ ତଳେ ପାଇପ ଯୋଗେ ପାଣି ଆସୁଥିଲା। ମାତ୍ର ପାଇପ ଫାଟି ଯିବା ପରେ ମରାମତି କରା ନ ଯିବା କାରଣରୁ ପ୍ରାୟ ୧୨୦୦ରୁ ଊଦ୍ଧର୍‌ବ ଲୋକ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ୩ ଗୋଟି ନଳକୂପ ସ୍ଥାପିତ ହୋଇଥିଲା ମଧ୍ୟ ୨ ଗୋଟି ଖରାପ ହୋଇପଡିଛି। ଗୋଟିଏ ମାତ୍ର ନଳକୂପରୁ ୧୨ ଶହ ଲୋକ ପିଇବା ପାଣି ସଂଗ୍ରହ କରିବା କଷ୍ଟକର ହୋଇ ପଡୁଛି। ଫଳରେ ପାଣି ପାଇଁ ପ୍ରଚଣ୍ଡ ଖରାରେ ଲମ୍ବା ଧାଡିରେ ଛିଡ଼ା ହେବାକୁ ପଡୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ଓ କେନ୍ଦ୍ରାପଡ଼ା ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାର ପ୍ରତିବାଦରେ ସଂସାରଫଳ ସରପଞ୍ଚ ପ୍ରତିନିଧି ଶିବପ୍ରସାଦ ସାମନ୍ତରାୟ, କୁଆଖିଆ ଗ୍ରାମର ମଳୟ ବେହେରା, ରବୀନ୍ଦ୍ର ସାହୁ,ବାବାଜୀ ବେହେରା, ପ୍ରିୟଦର୍ଶୀନୀ ଦାସ, ମିଲି ବେହେରା, ତାପସୀ ଦାସ ପ୍ରମୁଖ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ କେନ୍ଦ୍ରାପଡ଼ା ନିବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ସବୁ ଜାଗାରେ ପାଣି ଠିକ୍‌ ଭାବେ ଲୋକ ପାଉଛନ୍ତି। ଏଭଳି ଫାଲତୁ କଥା ଶୁଣିବାକୁ ସମୟ ନାହିଁ ବୋଲି ସେ କହିଥିଲେ। ଏ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ସଂସାରଫଳ ଓ କୁଆଖିଆ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ଦେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri