ନାଳକୁ ବହିଯାଉଛି ପିଇବା ପାଣି

କଟକ ଅଫିସ,୧୦।୪ – ଜଳ ହିଁ ଜୀବନ। କେଉଁଠି ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଟି ପାନୀୟଜଳ ଅପଚୟ ହେଉଛି। କଟକ ସହରର ବିଭିନ୍ନ ସ୍ଥାନରେ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହାକୁ ରୋକା ନ ଗଲେ ଆଗାମୀ ଦିନରେ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେବେ ସହରବାସୀ।
କଟକ ସହରର ଲୋକସଂଖ୍ୟା ସାଢେ ୬ ଲକ୍ଷ। ଏଠାରେ ପ୍ରତ୍ୟେକ ଦିନ ୯୨.୮୫ ମିଲିୟନ ଲିଟର ପାନୀୟଜଳର ଆବଶ୍ୟକତା ରହିଛି। ହେଲେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକକୁ ଦୈନିକ ୧୦୭.୭ ମିଲିୟନ ଲିଟର ପାନୀୟଜଳ ଯୋଗାଇ ଦିଆଯାଉଛି। ଆବଶ୍ୟକତାରୁ ଅଧିକ ଜଳ ଯୋଗା ଯାଉଥିଲେ ମଧ୍ୟ ସେଥିମଧ୍ୟରୁ ୩୦ରୁ ୪୦ ପ୍ରତିଶତ ପ୍ରତ୍ୟେକ ଦିନ ନଷ୍ଟ ହେଉଛି। ସହରର ବିଭିନ୍ନ ସ୍ଥାନରେ ଥିବା ୧୯୫ଟି ବୋରିଂରୁ ପାଣି ସଂଗ୍ରହ କରାଯାଇଥାଏ। ସହରାଞ୍ଚଳର ୭୮ ହଜାର ପାନୀୟଜଳ ଉପଭୋକ୍ତାଙ୍କ ପାଇଁ ଗଳିକନ୍ଦିରେ ପ୍ରାୟ ୩ ହଜାର ଷ୍ଟାଣ୍ଡପୋଷ୍ଟ ରହିଛି। ହେଲେ ଅଧିକାଂଶ ସ୍ଥାନରେ ପାଇପ୍‌ ଲାଇନ୍‌ ଲିକେଜ, ପାଣିଟାଙ୍କିରୁ ଓଭର ଫ୍ଲୋ, ପାଣିଟ୍ୟାପ୍‌ ଅନେକ ସମୟରେ ଖୋଲା ରହୁଥିବାରୁ ବହୁ ପରିମାଣର ଜଳ ନଷ୍ଟ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଗଲେ ଆଗାମୀ ଦିନରେ ଜଳ ଅପଚୟକୁ ରୋକାଯାଇପାରିବ।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇ କହିଛନ୍ତି, ପାଇପ ଲାଇନ୍‌ ଲିକ୍‌ ଓ ବିଭିନ୍ନ ପାଣିଟ୍ୟାପ ମୁକୁଳା ପଡିଥିବାରୁ ପ୍ରତିଦିନ ବହୁ ଲକ୍ଷ ଲିଟର ଜଳ ଅପଚୟ ହେଉଛି। ସାଧାରଣ ଲୋକ, ବ୍ୟବସାୟୀ, ଆପାର୍ଟମେଣ୍ଟ, କଳକାରଖାନା ଆଦି ଉପରେ ବହୁ କୋଟି ଟଙ୍କାର ପାଣି ଟିକସ ବାକି ପଡିଛି। ଟଙ୍କା ଦେବା ପାଇଁ ଲୋକଙ୍କୁ କୁହାଯାଉଛି। ବକେୟା ଟଙ୍କା ନ ଦେଲେ ଜଳଯୋଗାଣ ବନ୍ଦ ପାଇଁ ତାଗିଦ୍‌ କରାଯାଉଛି। ପାଣି ଟିକସ ବାବଦରେ ଏବେସୁଦ୍ଧା ୧୬ କୋଟି ୮୫ ଲକ୍ଷ ଟଙ୍କା ବାକି ରହିଛି। ଅନ୍ୟପକ୍ଷରେ ଭୂତଳ ପାଣିରେ ଆଇରନ ମାତ୍ରା ଅଧିକ ଥିବାରୁ ଗୋଳିପାଣି ଆସୁଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ। ନଦୀଜଳକୁ ବିଶୋଧନ କରି ଲୋକଙ୍କୁ ପାନିୟଜଳ ଯୋଗାଯିବ। ଜଗତ୍‌ପୁର, ସିଡିଏ ସେକ୍ଟର-୬ ଏବଂ ପ୍ରତାପନଗରୀ ପ୍ଲାଣ୍ଟରେ ଏହି ପ୍ରକଳ୍ପ ଉପରେ କାମ ଚାଲିଛି। ଏହା କାର୍ଯ୍ୟକ୍ଷମ ହେଲେ ସହରବାସୀ ଭଲ ପାଣି ପାଇପାରିବେ ବୋଲି ଘଡେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?