ନାଳକୁ ବହିଯାଉଛି ପିଇବା ପାଣି

କଟକ ଅଫିସ,୧୦।୪ – ଜଳ ହିଁ ଜୀବନ। କେଉଁଠି ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଟି ପାନୀୟଜଳ ଅପଚୟ ହେଉଛି। କଟକ ସହରର ବିଭିନ୍ନ ସ୍ଥାନରେ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହାକୁ ରୋକା ନ ଗଲେ ଆଗାମୀ ଦିନରେ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେବେ ସହରବାସୀ।
କଟକ ସହରର ଲୋକସଂଖ୍ୟା ସାଢେ ୬ ଲକ୍ଷ। ଏଠାରେ ପ୍ରତ୍ୟେକ ଦିନ ୯୨.୮୫ ମିଲିୟନ ଲିଟର ପାନୀୟଜଳର ଆବଶ୍ୟକତା ରହିଛି। ହେଲେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକକୁ ଦୈନିକ ୧୦୭.୭ ମିଲିୟନ ଲିଟର ପାନୀୟଜଳ ଯୋଗାଇ ଦିଆଯାଉଛି। ଆବଶ୍ୟକତାରୁ ଅଧିକ ଜଳ ଯୋଗା ଯାଉଥିଲେ ମଧ୍ୟ ସେଥିମଧ୍ୟରୁ ୩୦ରୁ ୪୦ ପ୍ରତିଶତ ପ୍ରତ୍ୟେକ ଦିନ ନଷ୍ଟ ହେଉଛି। ସହରର ବିଭିନ୍ନ ସ୍ଥାନରେ ଥିବା ୧୯୫ଟି ବୋରିଂରୁ ପାଣି ସଂଗ୍ରହ କରାଯାଇଥାଏ। ସହରାଞ୍ଚଳର ୭୮ ହଜାର ପାନୀୟଜଳ ଉପଭୋକ୍ତାଙ୍କ ପାଇଁ ଗଳିକନ୍ଦିରେ ପ୍ରାୟ ୩ ହଜାର ଷ୍ଟାଣ୍ଡପୋଷ୍ଟ ରହିଛି। ହେଲେ ଅଧିକାଂଶ ସ୍ଥାନରେ ପାଇପ୍‌ ଲାଇନ୍‌ ଲିକେଜ, ପାଣିଟାଙ୍କିରୁ ଓଭର ଫ୍ଲୋ, ପାଣିଟ୍ୟାପ୍‌ ଅନେକ ସମୟରେ ଖୋଲା ରହୁଥିବାରୁ ବହୁ ପରିମାଣର ଜଳ ନଷ୍ଟ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଗଲେ ଆଗାମୀ ଦିନରେ ଜଳ ଅପଚୟକୁ ରୋକାଯାଇପାରିବ।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇ କହିଛନ୍ତି, ପାଇପ ଲାଇନ୍‌ ଲିକ୍‌ ଓ ବିଭିନ୍ନ ପାଣିଟ୍ୟାପ ମୁକୁଳା ପଡିଥିବାରୁ ପ୍ରତିଦିନ ବହୁ ଲକ୍ଷ ଲିଟର ଜଳ ଅପଚୟ ହେଉଛି। ସାଧାରଣ ଲୋକ, ବ୍ୟବସାୟୀ, ଆପାର୍ଟମେଣ୍ଟ, କଳକାରଖାନା ଆଦି ଉପରେ ବହୁ କୋଟି ଟଙ୍କାର ପାଣି ଟିକସ ବାକି ପଡିଛି। ଟଙ୍କା ଦେବା ପାଇଁ ଲୋକଙ୍କୁ କୁହାଯାଉଛି। ବକେୟା ଟଙ୍କା ନ ଦେଲେ ଜଳଯୋଗାଣ ବନ୍ଦ ପାଇଁ ତାଗିଦ୍‌ କରାଯାଉଛି। ପାଣି ଟିକସ ବାବଦରେ ଏବେସୁଦ୍ଧା ୧୬ କୋଟି ୮୫ ଲକ୍ଷ ଟଙ୍କା ବାକି ରହିଛି। ଅନ୍ୟପକ୍ଷରେ ଭୂତଳ ପାଣିରେ ଆଇରନ ମାତ୍ରା ଅଧିକ ଥିବାରୁ ଗୋଳିପାଣି ଆସୁଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ। ନଦୀଜଳକୁ ବିଶୋଧନ କରି ଲୋକଙ୍କୁ ପାନିୟଜଳ ଯୋଗାଯିବ। ଜଗତ୍‌ପୁର, ସିଡିଏ ସେକ୍ଟର-୬ ଏବଂ ପ୍ରତାପନଗରୀ ପ୍ଲାଣ୍ଟରେ ଏହି ପ୍ରକଳ୍ପ ଉପରେ କାମ ଚାଲିଛି। ଏହା କାର୍ଯ୍ୟକ୍ଷମ ହେଲେ ସହରବାସୀ ଭଲ ପାଣି ପାଇପାରିବେ ବୋଲି ଘଡେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri