ତାତିଠାରୁ ପାନୀୟ ଜଳ କଷ୍ଟ ବଢ଼ିଗଲାଣି

ନୟାଗଡ଼ ଅଫିସ,୯ା୫: ବଣ ଜଙ୍ଗଲଘେରା ନୟାଗଡ଼ ଜିଲା ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି। ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୂତଳ ଜଳସ୍ତଳ ହ୍ରାସ ଯୋଗୁ ଜିଲାର ୪୭% କୂଅ, ନଳକୂପ, ପୋଖରୀ ଆଦି ଜଳ ଉତ୍ସ ଶୁଖିଗଲାଣି। ସେହିପରି ୨୯ ପ୍ରତିଶତ କୂଅ, ନଳକୂପ, ପୋଖରୀ ଆଦି ଜଳ ଉତ୍ସ ଶୁଖିବାକୁ ଯାଉଛି। ବର୍ଦ୍ଧିତ ଜନସଂଖ୍ୟା ଚାହିଦାକୁ ଦୃଷ୍ଟିରେ ରଖି ଜଳଯୋଗାଣ ବ୍ୟବସ୍ଥା ଠିକ୍‌ ଭାବେ କରାଯାଉ ନ ଥିବାରୁ ଏଠାରେ ତାତିଠାରୁ ପାନୀୟଜଳ କଷ୍ଟ ବଳିଗଲାଣି। ଏପରି ସ୍ଥିତିରେ ଚଳିତ ବର୍ଷର ଗ୍ରୀଷ୍ମ ଋତୁ ପାହାଡ଼ିଆ ଅଞ୍ଚଳର ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଅଂଶୁଘାତର ଭୟ ଲାଗି ରହିଥିବାବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଖରାରୁ ମୁକ୍ତି ପାଇଁ ଘରେ ଘରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର ବଢ଼ୁଛି। ଏଣୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ହାଉସିଂ ବୋର୍ଡ କଲୋନୀ, ପ୍ରକୃତି ବିହାର, ଚିଦାନନ୍ଦ ବିହାର ସମେତ ପୁରୁଣା ସହର, ଜିଲାର ବିଭିନ୍ନ ଗଁା ଓ ୱାର୍ଡରେ ବିଦ୍ୟୁତ୍‌ ଲୋ ଭୋଲଟେଜ୍‌ ରହୁଛି। ନୟାଗଡ଼ ପୁରୁଣା ସହରରେ ହଠାତ୍‌ ଭୋଲଟେଜ ୨୨୦ରୁ ୪୦, ୮୦, ୧୦୦କୁ ଆସି ପୁଣି ବଢ଼ୁଛି। ପ୍ରଭାବରେ ଫ୍ୟାନରୁ ପବନ ଆସୁନି। କମ୍ପ୍ୟୁଟର ପରି ଅନେକ ବୈଦ୍ୟୁତିକ ଉପକରଣ ଖରାପ ହେବାରେ ଲାଗିଛି।
କିଛିଦିନ ହେଲା ତାପମାତ୍ରା ଅସମ୍ଭାଳ ଭାବେ ବୃଦ୍ଧି ପାଇବାରୁ ଗରମ,ଗୁଳୁଗୁଳି ଓ ଖରା ବଢି ଚାଲିଛି। ଜିଲାର ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହୁଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳଛତ୍ର ଖୋଲିଥିଲେ ହେଁ ଅଧିକାଂଶ ସ୍ଥାନରେ ଛତ୍ର ରହୁଛି ଅଥଚ ଜଳ ରହୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଚଣ୍ଡ ରୌଦ୍ରତାପ ଲାଗି ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଜିଲାରେ ଇଟାଭାଟି, ରାସ୍ତାଘାଟ କାର୍ଯ୍ୟ, ଘରକାମ ଓ ଅନ୍ୟାନ୍ୟ କାର୍ଯ୍ୟରେ ଶ୍ରମିକମାନେ ଖରାରେ କାର୍ଯ୍ୟ କରୁଛନ୍ତି। ସେହିପରି ଦିନତମାମ ଜିଲାରେ ଯାତ୍ରୀବାହୀ ଯାନବାହନଗୁଡ଼ିକ ଚଳାଚଳ କରୁଛି। ଅଂଶୁଘାତକୁ ଆଖି ଆଗରେ ରଖି ସରକାର କେତେକ ନିର୍ଦ୍ଦେଶନାମା ଜାରୀ କରିଥିଲେ ମଧ୍ୟ ଏହାକୁ ଜିଲାରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଅନ୍ୟପକ୍ଷେ ଅଂଶୁଘାତରେ ଆକ୍ରାନ୍ତଙ୍କ ଅନୁସନ୍ଧାନ ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଓ ରାଜସ୍ବ ବିଭାଗର ତହସିଲଦାରଙ୍କ ଦ୍ୱାରା ତଦନ୍ତ କରାଯିବାର ବ୍ୟବସ୍ଥା ହୋଇଛି। ଏତେ ଗୁଡାଏ ବ୍ୟବସ୍ଥା ଥିବା ବେଳେ ଅଂଶୁଘାତ ସମ୍ପର୍କରେ ଏଯାବତ ଜିଲାବାସୀ ଅଜ୍ଞ। କାଗଜକଲମରେ ଜନସଚେତନତା ହେଉଥିବାରୁ ଏହାର ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ଗତ ୧୦ ବର୍ଷର ଗୀଷ୍ମ ପ୍ରବାହକୁ ଦୃଷ୍ଟିକୁ ଆଣିଲେ ଚଳିତବର୍ଷ ଏହାର ପ୍ରଭାବ ସର୍ବାଧିକ ଅଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ମୁଖ୍ୟତଃ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସୃଷ୍ଟି କରାଯାଇଥିବା କୁତ୍ରିମ ଜଙ୍ଗଲ ରକ୍ଷଣାବେକ୍ଷଣ ଅଭାବରୁ କେତେକ ଟାଙ୍ଗରା ଭୂଇଁରେ ପରିଣତ ହେଲାଣି। ପୁଣି ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ, ଜିଲାର ଯେକୌଣସି ରାସ୍ତା ପାର୍ଶ୍ୱରୁ ରାସ୍ତା ପ୍ରଶସ୍ତିକରଣ ଆଳରେ ବହୁଳ ଭାବେ ଗଛ କଟା ହୋଇଥିଲେ ହେଁ ଲଗା ଯାଇନାହିଁ। ସେହିପରି ଗୃହ ନିର୍ମାଣ ଓ ଜାଳେଣୀ ପାଇଁ ଅଧିକାଂଶ ଜଙ୍ଗଲ ଓ କେତେକ ସ୍ଥାନରେ ବୃକ୍ଷ କଟା ଯାଉଥିବାରୁ ପରିବେଶ ସନ୍ତୁଳନ ନଷ୍ଟ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ନୟାଗଡ଼ ସହର ଓ ଏବଂ ଜିଲାର ଅନ୍ୟ ଅଞ୍ଚଳରେ ଯାନବାହାନର ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିରୁ ବାହାରୁଥିବା ଧୁଅଁା ବାୟୁମଣ୍ଡଳକୁ ଉତ୍ତ୍ୟକ୍ତ କରିବା ଅନ୍ୟତମ କାରଣ ପାଲଟିଛି। ଏ ନେଇ ନୂଆଗଁାର ସିତା ପ୍ରଧାନ, ଗଣିଆର ମଣି ନାୟକ କୁହନ୍ତି, ଗଁା ଗଣ୍ଡାରେ କଂକ୍ରିଟ ରାସ୍ତା ଓ ଛାତ, ଟାଇଲ, ଆଜବେଷ୍ଟସ ଘର ଫଳରେ ଏ ଅଞ୍ଚଳରେ ଖରାର ପ୍ରକୋପ ବୃଦ୍ଧି ପାଇବା ସ୍ବାଭାବିକ ହୋଇପଡ଼ିଛି। ଜିଲାରେ ଯଦି ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବାର ପ୍ରୟାସ ଆରମ୍ଭ କରାଯାଅନ୍ତା ତେବେ ପ୍ରକୃତିର କୋପ ଦୃଷ୍ଟିରୁ ନୟାଗଡ଼ ଜିଲାବାସୀ ସାମାନ୍ୟ ରକ୍ଷା ପାଇପାରନ୍ତାନ୍ତେ। ପରିବେଶବିତ୍‌ ବିଭୂ ପ୍ରସାଦ ଦାଶ କୁହନ୍ତି, ବିଦ୍ୟୁତ ଓ ପାନୀୟଜଳ ସମସ୍ୟାର ତୁରନ୍ତ ସମାଧାନ ଜରୁରୀ। ଏହାକୁ ଅଣଦେଖା ଅସନ୍ତୋଷର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri