ତାତିଠାରୁ ପାନୀୟ ଜଳ କଷ୍ଟ ବଢ଼ିଗଲାଣି

ନୟାଗଡ଼ ଅଫିସ,୯ା୫: ବଣ ଜଙ୍ଗଲଘେରା ନୟାଗଡ଼ ଜିଲା ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି। ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୂତଳ ଜଳସ୍ତଳ ହ୍ରାସ ଯୋଗୁ ଜିଲାର ୪୭% କୂଅ, ନଳକୂପ, ପୋଖରୀ ଆଦି ଜଳ ଉତ୍ସ ଶୁଖିଗଲାଣି। ସେହିପରି ୨୯ ପ୍ରତିଶତ କୂଅ, ନଳକୂପ, ପୋଖରୀ ଆଦି ଜଳ ଉତ୍ସ ଶୁଖିବାକୁ ଯାଉଛି। ବର୍ଦ୍ଧିତ ଜନସଂଖ୍ୟା ଚାହିଦାକୁ ଦୃଷ୍ଟିରେ ରଖି ଜଳଯୋଗାଣ ବ୍ୟବସ୍ଥା ଠିକ୍‌ ଭାବେ କରାଯାଉ ନ ଥିବାରୁ ଏଠାରେ ତାତିଠାରୁ ପାନୀୟଜଳ କଷ୍ଟ ବଳିଗଲାଣି। ଏପରି ସ୍ଥିତିରେ ଚଳିତ ବର୍ଷର ଗ୍ରୀଷ୍ମ ଋତୁ ପାହାଡ଼ିଆ ଅଞ୍ଚଳର ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଅଂଶୁଘାତର ଭୟ ଲାଗି ରହିଥିବାବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଖରାରୁ ମୁକ୍ତି ପାଇଁ ଘରେ ଘରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର ବଢ଼ୁଛି। ଏଣୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ହାଉସିଂ ବୋର୍ଡ କଲୋନୀ, ପ୍ରକୃତି ବିହାର, ଚିଦାନନ୍ଦ ବିହାର ସମେତ ପୁରୁଣା ସହର, ଜିଲାର ବିଭିନ୍ନ ଗଁା ଓ ୱାର୍ଡରେ ବିଦ୍ୟୁତ୍‌ ଲୋ ଭୋଲଟେଜ୍‌ ରହୁଛି। ନୟାଗଡ଼ ପୁରୁଣା ସହରରେ ହଠାତ୍‌ ଭୋଲଟେଜ ୨୨୦ରୁ ୪୦, ୮୦, ୧୦୦କୁ ଆସି ପୁଣି ବଢ଼ୁଛି। ପ୍ରଭାବରେ ଫ୍ୟାନରୁ ପବନ ଆସୁନି। କମ୍ପ୍ୟୁଟର ପରି ଅନେକ ବୈଦ୍ୟୁତିକ ଉପକରଣ ଖରାପ ହେବାରେ ଲାଗିଛି।
କିଛିଦିନ ହେଲା ତାପମାତ୍ରା ଅସମ୍ଭାଳ ଭାବେ ବୃଦ୍ଧି ପାଇବାରୁ ଗରମ,ଗୁଳୁଗୁଳି ଓ ଖରା ବଢି ଚାଲିଛି। ଜିଲାର ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହୁଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳଛତ୍ର ଖୋଲିଥିଲେ ହେଁ ଅଧିକାଂଶ ସ୍ଥାନରେ ଛତ୍ର ରହୁଛି ଅଥଚ ଜଳ ରହୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଚଣ୍ଡ ରୌଦ୍ରତାପ ଲାଗି ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଜିଲାରେ ଇଟାଭାଟି, ରାସ୍ତାଘାଟ କାର୍ଯ୍ୟ, ଘରକାମ ଓ ଅନ୍ୟାନ୍ୟ କାର୍ଯ୍ୟରେ ଶ୍ରମିକମାନେ ଖରାରେ କାର୍ଯ୍ୟ କରୁଛନ୍ତି। ସେହିପରି ଦିନତମାମ ଜିଲାରେ ଯାତ୍ରୀବାହୀ ଯାନବାହନଗୁଡ଼ିକ ଚଳାଚଳ କରୁଛି। ଅଂଶୁଘାତକୁ ଆଖି ଆଗରେ ରଖି ସରକାର କେତେକ ନିର୍ଦ୍ଦେଶନାମା ଜାରୀ କରିଥିଲେ ମଧ୍ୟ ଏହାକୁ ଜିଲାରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଅନ୍ୟପକ୍ଷେ ଅଂଶୁଘାତରେ ଆକ୍ରାନ୍ତଙ୍କ ଅନୁସନ୍ଧାନ ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଓ ରାଜସ୍ବ ବିଭାଗର ତହସିଲଦାରଙ୍କ ଦ୍ୱାରା ତଦନ୍ତ କରାଯିବାର ବ୍ୟବସ୍ଥା ହୋଇଛି। ଏତେ ଗୁଡାଏ ବ୍ୟବସ୍ଥା ଥିବା ବେଳେ ଅଂଶୁଘାତ ସମ୍ପର୍କରେ ଏଯାବତ ଜିଲାବାସୀ ଅଜ୍ଞ। କାଗଜକଲମରେ ଜନସଚେତନତା ହେଉଥିବାରୁ ଏହାର ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ଗତ ୧୦ ବର୍ଷର ଗୀଷ୍ମ ପ୍ରବାହକୁ ଦୃଷ୍ଟିକୁ ଆଣିଲେ ଚଳିତବର୍ଷ ଏହାର ପ୍ରଭାବ ସର୍ବାଧିକ ଅଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ମୁଖ୍ୟତଃ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସୃଷ୍ଟି କରାଯାଇଥିବା କୁତ୍ରିମ ଜଙ୍ଗଲ ରକ୍ଷଣାବେକ୍ଷଣ ଅଭାବରୁ କେତେକ ଟାଙ୍ଗରା ଭୂଇଁରେ ପରିଣତ ହେଲାଣି। ପୁଣି ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ, ଜିଲାର ଯେକୌଣସି ରାସ୍ତା ପାର୍ଶ୍ୱରୁ ରାସ୍ତା ପ୍ରଶସ୍ତିକରଣ ଆଳରେ ବହୁଳ ଭାବେ ଗଛ କଟା ହୋଇଥିଲେ ହେଁ ଲଗା ଯାଇନାହିଁ। ସେହିପରି ଗୃହ ନିର୍ମାଣ ଓ ଜାଳେଣୀ ପାଇଁ ଅଧିକାଂଶ ଜଙ୍ଗଲ ଓ କେତେକ ସ୍ଥାନରେ ବୃକ୍ଷ କଟା ଯାଉଥିବାରୁ ପରିବେଶ ସନ୍ତୁଳନ ନଷ୍ଟ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ନୟାଗଡ଼ ସହର ଓ ଏବଂ ଜିଲାର ଅନ୍ୟ ଅଞ୍ଚଳରେ ଯାନବାହାନର ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିରୁ ବାହାରୁଥିବା ଧୁଅଁା ବାୟୁମଣ୍ଡଳକୁ ଉତ୍ତ୍ୟକ୍ତ କରିବା ଅନ୍ୟତମ କାରଣ ପାଲଟିଛି। ଏ ନେଇ ନୂଆଗଁାର ସିତା ପ୍ରଧାନ, ଗଣିଆର ମଣି ନାୟକ କୁହନ୍ତି, ଗଁା ଗଣ୍ଡାରେ କଂକ୍ରିଟ ରାସ୍ତା ଓ ଛାତ, ଟାଇଲ, ଆଜବେଷ୍ଟସ ଘର ଫଳରେ ଏ ଅଞ୍ଚଳରେ ଖରାର ପ୍ରକୋପ ବୃଦ୍ଧି ପାଇବା ସ୍ବାଭାବିକ ହୋଇପଡ଼ିଛି। ଜିଲାରେ ଯଦି ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବାର ପ୍ରୟାସ ଆରମ୍ଭ କରାଯାଅନ୍ତା ତେବେ ପ୍ରକୃତିର କୋପ ଦୃଷ୍ଟିରୁ ନୟାଗଡ଼ ଜିଲାବାସୀ ସାମାନ୍ୟ ରକ୍ଷା ପାଇପାରନ୍ତାନ୍ତେ। ପରିବେଶବିତ୍‌ ବିଭୂ ପ୍ରସାଦ ଦାଶ କୁହନ୍ତି, ବିଦ୍ୟୁତ ଓ ପାନୀୟଜଳ ସମସ୍ୟାର ତୁରନ୍ତ ସମାଧାନ ଜରୁରୀ। ଏହାକୁ ଅଣଦେଖା ଅସନ୍ତୋଷର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri