ଲାଉ ଜୁସ୍‌ ପିଉଛନ୍ତି କି? ରୁହନ୍ତୁ ସାବଧାନ, ନଚେତ୍‌ ନେଇପାରେ ଜୀବନ

ମାନବ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଭଗବାନ ଅନେକ ପ୍ରକାରର ଫଳ ଏବଂ ପନିପରିବା ସୃଷ୍ଟି କରିଛନ୍ତି। ସେଥିରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ ରହିଛି। ମଣିଷ ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆଜିକାଲି ଏହି ମିନେରାଲ୍ସ ଯୋଗାଇବା ପାଇଁ ଅନେକ ଟାବ୍‌ଲେଟ ମଧ୍ୟ ବଜାରକୁ ଆସିଛି। କିନ୍ତୁ ଯଦି ଆପଣ ନିଜ ଶରୀରକୁ ସୁସ୍ଥ ଉପାୟରେ ସୁସ୍ଥ ରଖିବାକୁ ଚାହାନ୍ତି, ତେବେ ଏଥିପାଇଁ ଆପଣ ପନିପରିବା ଏବଂ ଫଳ ଖାଇପାରିବେ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫଳ ଏବଂ ପନିପରିବା ଯାହା ସୁସ୍ଥ ବୋଲି ବିବେଚନା କରାଯାଏ, ତାହା ମଧ୍ୟ ବିଷାକ୍ତ ହୋଇପାରେ।

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯେଉଁମାନେ କି ଭାବନ୍ତି ଯେ, ପନିପରିବା ରସ ପିଇବା ଆପଣଙ୍କୁ ସୁସ୍ଥ ରଖିବ, ତେବେ ସାବଧାନ ରୁହନ୍ତୁ। କିଛି ଲୋକ ସ୍ବାସ୍ଥ୍ୟ ଉପକାରିତା ପାଇଁ ଲାଉ ଜୁସ୍‌ ପିଇଥାନ୍ତି। ମାତ୍ର ଏହି ଜୁସ୍‌ ପିଇବା ପୂର୍ବରୁ ନିଶ୍ଚିତ ଭାବରେ ଏହାର ସ୍ବାଦ ଯାଞ୍ଚ କରନ୍ତୁ। ଯଦି ଆପଣ ଲାଉର ସ୍ବାଦ ଚାଖିବା ସମୟରେ ତିକ୍ତତା ଅନୁଭବ କରନ୍ତି, ତେବେ ଭୁଲ୍‌ରେ ମଧ୍ୟ ଏହାର ରସ ତିଆରି କରନ୍ତୁ ନାହିଁ। ବାସ୍ତବରେ ପନିପରିବାରେ ଏହି ତିକ୍ତତା କାକୁର୍ବିଟାସିନ କାରଣରୁ ହୋଇଥାଏ। ଯାହା ଏକ ସାଇଟୋଟକ୍ସିକ। ଏହା ମାନବ ଶରୀର ପାଇଁ ବିଷ ସଦୃଶ। ଯଦି ଆପଣ ଏପରି ଲାଉ ରସ ପିଅନ୍ତି, ତେବେ ଆପଣ ଅନେକ କ୍ଷତିର ସାମ୍ନା କରିବେ। ସାବଧାନ ଏହାର ଜୁସ୍‌ ତିଆରି କରିବା ପୂର୍ବରୁ ଲାଉକୁ ଚାଖିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ବାଛିବେ ଅଫିସ୍‌ ଆଉଟ୍‌ଫିଟ୍‌: ଜାଣନ୍ତୁ କିଛି ଟିପ୍ସ

ଅଧିକାଂଶ କର୍ମଜୀବୀ ଅଫିସ୍‌କୁ ବାହାରିବା ସମୟରେ କ’ଣ ପିନ୍ଧି ବାହାରିବେ ଏ ନେଇ ଚିନ୍ତାରେ ପଡ଼ିଥାଆନ୍ତି। ତେବେ କେଉଁଭଳି ଆଉଟ୍‌ଫିଟ୍‌ ପିନ୍ଧିଲେ ଆପଣ ଅଫିସରେ ଫିଟ୍‌...

ବର୍ଷାଦିନେ ମହିଳାମାନେ କେମିତି ରହିବେ ସୁସ୍ଥ: ଆପଣାନ୍ତୁ ଏହି ଉପାୟ

ସ୍ବାସ୍ଥ୍ୟ ହିଁ ସମ୍ପଦ। ବର୍ଷକ ୧୨ମାସ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ହୋଇଥାଏ। ତାହା ଯେଉଁ ଋତୁ ହେଉ ନା କାହିଁକି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

କେମିତି ନେବେ ପ୍ରି-ୱେଡିଂ ସ୍କିନ୍‌ କେୟାର

ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ...

ଜବ୍‌ ସହିତ କ୍ୟାରିୟର୍‌ ଗଢିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି...

ଭାରତରେ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗମନ

ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ସଂସ୍ଥା ନିକଟରେ ଅଧ୍ୟୟନ କରି ପ୍ରକାଶ କରିଛି ଯେ, ପୃଥିବୀରେ ବାୟୁମଣ୍ଡଳକୁ ନାଇଟ୍ରସ ଅକ୍ସାଇଡ୍‌ର ଉତ୍ସର୍ଜନରେ ଭାରତ ହେଉଛି ଦ୍ୱିତୀୟ। ଏହାପରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri