ସୋସିଆଲ ମିଡିଆରେ ପୋଷ୍ଟକରି ବିଧାୟକ ହେବାର ସ୍ବପ୍ନ

ଦେବଗଡ଼,୧୦।୨(ଡି.ଏନ୍‌.ଏ.): ଫେସ୍‌ ବୁକ, ହ୍ବାଟ୍ସଆପ, ୟୁଟୁବ ଆଦି ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ପୋଷ୍ଟ କରି ଦେବଗଡ଼ ଜିଲା ତଥା ସହରର କେତେକ ନେତା, କର୍ମୀ ସିଧାସଳଖ ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ଯାହା ବର୍ତ୍ତମାନ ଦେବଗଡ଼ରେ ବେଶ୍‌ ଆଲୋଚନାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ ସମ୍ପୃକ୍ତ ନେତା, କର୍ମୀମାନେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି। କିନ୍ତୁ କେମିତି ଉକ୍ତ ସମସ୍ୟାର ସମାଧାନ ହେବ ସେନେଇ କେହି ଚିନ୍ତା କରୁନାହାନ୍ତି। କେବଳ ପୋଷ୍ଟ କରି ସମସ୍ତେ ଚୁପ୍‌ ହୋଇ ବସିପଡୁଛନ୍ତି। କିଛି କାମ ହାସଲ କରିବାକୁ ହେଲେ ଗଣତାନ୍ତ୍ରିକ ସମ୍ବିଧାନ ବ୍ୟବସ୍ଥାରେ ଧାରଣା, ଆନ୍ଦୋଳନ, ଅନଶନ, ଏମିତି ବହୁତ କିଛି ଉପାୟ କରିବାକୁ ପଡିଥାଏ। ହେଲେ ସେ ସବୁ କରୁଛି କିଏ ? କେବଳ ସୋସିଆଲ ମିଡିଆରେ ଲେଖିଦେଲେ କାମ ସରିଲା। ଅନ୍ୟପକ୍ଷରେ ହ୍ବାଟ୍ସଆପରେ ଗ୍ରୁପ କରି ବିଭିନ୍ନ ଲୋକଙ୍କୁ ଆଡକରି ଦେବଗଡ଼ ବଦଳାଇ ଦେବା କଥା କହୁଛନ୍ତି। କିନ୍ତୁ କିଛି କାମକୁ ନାହିଁ। ସେ ଗ୍ରୁପରେ କିଛି ମାସ ପରେ ଖାଲି ଗୁଡ଼ମର୍ଣ୍ଣିଂ, ଗୁଡ଼ ନାଇଟ୍‌ ଓ ବିଭିନ୍ନ କାର୍ଯ୍ୟକ୍ରମର ଶୁଭେଚ୍ଛା ମେସେଜ ଦେଖିବାକୁ ମିଳୁଛି। ଖାଲି ଏତିକି ନୁହେଁ, ବିଭିନ୍ନ ନୂଆ ସଙ୍ଗଠନ ତିଆରି କରି କିଛି ଦିନ ସେବା, ସଫେଇ କାମ କରିଦେଇ ସୋସିଆଲ ମିଡ଼ିଆରେ ଛାଡ଼ି ପ୍ରଚାର କରୁଛନ୍ତି। ବିଭିନ୍ନ ଖବରକାଗଜରେ ନାମ ବାହାର୍‌ କରିସାରିଲା ପରେ ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଯିବା ଦେଖିବାକୁ ମିଳୁଛି। ଆଉ କେତେକ ନେତା,କର୍ମୀ ପ୍ରଶାସନକୁ ଦାବିପତ୍ର ଦେଇ ଚୁପ୍‌ ରହୁଥିବାବେଳେ କେତେଜଣ ନେତାନେତ୍ରୀ ଦେବଗଡ଼ ଜିଲାରେ କିଛି ଉନ୍ନତିମୂଳକ କାର୍ଯ୍ୟ ହେଲା ମାତ୍ରେ ଆମେ କରିଛୁ କହି ବାଃ ବାଃ ନେଉଛନ୍ତି। ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ଏହିପରି କାମ ଜିଲାରେ ବିଭିନ୍ନ ଦଳର ଯୁବ ନେତା ଓ କର୍ମୀମାନେ କରୁଥିବାରୁ ଜିଲାର ଉନ୍ନତି କେବେ ହୋଇପାରୁନି। ଜିଲାର ଉନ୍ନତି ହୃଦୟରୁ କେହି ଚାହଁୁ ନ ଥିବା ପରି ଅନୁଭବ ହେଉଛି। ଖାଲି କେମିତି ପଦପଦବୀ ପାଇଯିବେ ସେଇଟା ଚିନ୍ତା। ଯିଏ କେବେ ଗୋଟିଏ ୱାର୍ଡମେମ୍ବରରେ ବି ଛିଡା ହୋଇ ଜିତି ନାହାନ୍ତି ସିଏ ବି ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ଏପରିକି କିଛି ନେତା କର୍ମୀ ବିଭିନ୍ନ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅତିଥି ହେବା ପାଇଁ ଲବି କରୁଛନ୍ତି। ଅତିଥି ହୋଇଗଲେ ନିଜ ଗାଡି ଡିକିରେ ନିଜ ପାଇଁ ଫୁଲମାଳ ନେଉଥିବା ଓ ଲୋକଙ୍କୁ ସେଟିଂକରି ମାଳ ପିନ୍ଧି ସଙ୍ଗେ ସଙ୍ଗେ ଫେସ୍‌ବୁକରେ ଅପ୍‌ଲୋଡ କରୁଥିବା ବି ନଜରରେ ଆସିଛି। କୌଣସି ପଦପଦବୀ ନ ପାଇ ମଧ୍ୟ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ବୁଲି ତଦାରଖ କରିବା ସହିତ ନିର୍ଦ୍ଦେଶ ଦେବା ଫେଶବୁକ୍‌ରେ ପୋଷ୍ଟ ହେଉଛି। ଉକ୍ତ ପୋଷ୍ଟକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ବିଭିନ୍ନ ସମୟରେ ଠିକା କରିବା ପାଇଁ ମାଡପିଟ ଝଗଡ଼ା ହେଉଛନ୍ତି। ଏପଟେ ଯେଉଁ ନେତାମାନେ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ସେମାନେ ନିଜ ପେଟ କଥା କେବଳ ଚିନ୍ତା କରୁଛନ୍ତି। ଜିଲାବାସୀ ତଥା ସହରବାସୀଙ୍କ କଥା କିଏ ପଚାରେ। ଏସବୁ ଶସ୍ତା ରାଜନୀତି ଛାଡି ସମସ୍ତେ ନିଃସ୍ବାର୍ଥ ଭାବରେ ଯଦି କାମ କରିବେ ତେବେ ଜିଲା ଏକ ନମ୍ବର ସ୍ଥାନ ପାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri