ସ୍ବପ୍ନ, ପରିଶ୍ରମ ଆଣିଛି ସଫଳତା

ବରଗଡ଼ ଅଫିସ୍‌,୯।୧୦ : ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ପରୀକ୍ଷାର୍ଥୀ ମଧ୍ୟ ସଫଳତା ଅର୍ଜନ କରିଛନ୍ତି। ସଫଳତା ପରେ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ ମଧ୍ୟରେ ଖୁସି ଦେଖାଯାଇଛି। କିଛି ସଫଳ ପରୀକ୍ଷାର୍ଥୀଙ୍କୁ ଆମେ ଭେଟିଥିଲୁ। ସ୍ବପ୍ନ, ସହଯୋଗ ଥିଲେ ଏବଂ ପରିଶ୍ରମ କଲେ ସଫଳତା ମିଳେ ବୋଲି ସେମାନେ କହିଥିଲେ।
ସଫଳତା ପଛରେ ସ୍ବାମୀଙ୍କ ସହଯୋଗ
ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଗ୍ରାମର ବାସିନ୍ଦା। ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳରେ ମୁଁ ୩୨୮ ର଼୍ୟାଙ୍କ ରଖି ସଫଳ ହୋଇଛି । ବହୁ ପୂର୍ବରୁ ସିଭିଲ୍‌ ସର୍ଭିସ ପରୀକ୍ଷାର ସଫଳତା ସ୍ବପ୍ନ ଥିଲା। ଓଡ଼ିଶା ସିଭିଲ ସର୍ଭିସ୍‌-୨୦୧୫ ପରୀକ୍ଷା ମୋର ପ୍ରଥମ ପ୍ରୟାସ ଥିଲା। କିନ୍ତୁ ପରୀକ୍ଷାର ଅନ୍ତିମ ପର୍ଯ୍ୟାୟ ତଥା ସାକ୍ଷାତକାରରେ ମୁଁ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲି। ଏହାସତ୍ତ୍ୱେ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲି । ପରିଶ୍ରମ କରିଥିଲି ଏବଂ ସ୍ବାମୀ ପ୍ରଶାନ୍ତ କୁମାର ମେହେର ବହୁତ ସହଯୋଗ କରିଥିଲେ। ତାଙ୍କର ସହଯୋଗ ବିନା ଆଜି ଏହି ସଫଳତା ମିଳି ନ ଥାନ୍ତା। ସଫଳତା ପଛରେ ମା’ ବାପା, ଶାଶୁଙ୍କ ଆଶୀର୍ବାଦ ଏବଂ ଶିକ୍ଷକଙ୍କ ଗାଇଡାନ୍ସ ମଧ୍ୟ ରହିଛି । ମୁ ୨୦୧୪ ନଭେମ୍ବରରୁ ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲି। ଏବେ ବରଗଡ଼ ଜିଲା ଯୋଗାଣ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ବ ସହାୟିକା ଭାବେ କାର୍ଯ୍ୟ କରୁଛି । ସିଭିଲ୍‌ ସର୍ଭେଣ୍ଟ ଭାବେ ଜନସାଧାରଣଙ୍କ ପାଇଁ ଭଲ କାର୍ଯ୍ୟ କରିବି ଏବଂ ସମସ୍ତ ଅସୁବିଧା ଦୂର କରିବାକୁ ଚେଷ୍ଟା କରିବି ।
ମମତା ମେହେର
ଆଇଏଏସ୍‌ ଲକ୍ଷ୍ୟରେ ପ୍ରାଚ୍ୟୁର୍ଯ୍ୟ
ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳର ପ୍ରାଚୁର୍ଯ୍ୟ ପ୍ରଧାନ। ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳରେ ସେ ୨୯୨ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାଚୁର୍ଯ୍ୟ ଜନ୍ମରୁ ଦୃଷ୍ଟିବାଧିତ। ରବି ରଞ୍ଜନ ପ୍ରଧାନଙ୍କ ପୁଅ ପ୍ରାଚୁର୍ଯ୍ୟ ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଭାବେ ବେଶ୍‌ ପରିଚିତ। ସେ ଆଗକୁ ଅନ୍ତର୍ଜାତୀୟ ଚେସ୍‌ ଟାଇଟଲ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଓଡ଼ିଶା ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ତେବେ ତାଙ୍କ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ଆଇଏଏସ୍‌ ହିଁ ତାଙ୍କ ଲକ୍ଷ୍ୟ ବୋଲି ପ୍ରାଚୁର୍ଯ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି, ସଫଳତା ହାସଲ ପାଇଁ ସବୁବେଳେ ବଡ଼ ସ୍ବପ୍ନ ଦେଖିବା ଦରକାର। ପୃଥିବୀ ଯେଭଳି ବୃହତ୍‌, ସମସ୍ତେ ସେଭଳି ସ୍ବପ୍ନ ଦେଖନ୍ତୁ, ଦିନେନା ଦିନେ ସଫଳତା ନିଶ୍ଚୟ ମିଳିବ ବୋଲି ପ୍ରାଚ୍ୟୁର୍ଯ୍ୟ କହିଛନ୍ତି। ତାଙ୍କ ସଫଳତା ପଛରେ ମା’ ବାପା ଏବଂ ବଡ଼ବାପାଙ୍କ ପ୍ରେରଣା ରହିଛି ଏବଂ ନିଜ ବନ୍ଧୁମାନଙ୍କୁ ମଧ୍ୟ ସେ ଶ୍ରେୟ ଦେଇଛନ୍ତି । ପରୀକ୍ଷାର ୪/୫ମାସ ପୂର୍ବରୁ ସେ ଦୈନିକ ୪/୫ଘଣ୍ଟା ପରୀକ୍ଷା ପ୍ରସ୍ତୁତିରେ ସମୟ ଦେଉଥିବା ପ୍ରାଚୁର୍ଯ୍ୟ କହିଛନ୍ତି ।
-ପ୍ରାଚୁର୍ଯ୍ୟ ପ୍ରଧାନ
ପୂରଣ ହୋଇଛି ମା’ ବାପାଙ୍କ ଇଚ୍ଛା
ରାଷ୍ଟ୍ରୀୟ ହସ୍ତତନ୍ତ ଉନ୍ନୟନ ନିଗମ ଲିମିଟେଡ୍‌ ଅଧୀନରେ ବରଗଡ଼ରେ କାର୍ଯ୍ୟରତ ଅଛନ୍ତି ନୀଳମାଧବ ପାତ୍ର। ସେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ମୋହନଗିରି ଗ୍ରାମର ମୂଳବାସିନ୍ଦା। ୨୦୧୪ରୁ ସେ ରାଷ୍ଟ୍ରୀୟ ହସ୍ତତନ୍ତ ଉନ୍ନୟନ ଲିମିଟେଡ୍‌ ଅଧୀନରେ ବରଗଡ଼ରେ ବାଣିଜ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଓଡ଼ିଶା ସିଭିଲ ସେବା ପରୀକ୍ଷାରେ ୩୪୪ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ନୀଳମାଧବ କହିଛନ୍ତି। ମା’ ବାପା, ଭାଇ, ଭଉଣୀ, ଗୁରୁଜନ ମଣ୍ଡଳୀ ଏବଂ ସେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ସେ ଚାଷୀ ପରିବାରର। କିଭଳି ବଡ଼ ଅଫିସର ହେବେ ତାଙ୍କ ମା’ ବାପା ସବୁବେଳେ ଚାହୁଁଥିଲେ। ତାଙ୍କର ସେହି ଭାବନା ଆଜି ଏହି ସ୍ଥାନରେ ପହଞ୍ଚାଇଛି। ସନ୍ଧ୍ୟାରେ ଅଫିସ୍‌ରୁ ଫେରିବା ପରେ ୭ରୁ ୮ଘଣ୍ଟା ପରୀକ୍ଷା ପ୍ରସ୍ତୁତି କରୁଥିଲି। ସଫଳତା ପାଇ ଖୁସି ଅଛି। ଆଗକୁ ଆହୁରି ବଡ଼ ଲକ୍ଷ୍ୟ ରହିଛି। ସରକାର ଯେଉଁ ଦାୟିତ୍ୱ ଦେବେ, ନିଷ୍ଠାପର ଭାବେ ତାହା ସମ୍ପାଦନ କରିବି।
-ନୀଳମାଧବ ପାତ୍ର
(ଉପସ୍ଥାପନା: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍‌)


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri