Posted inଖେଳ

ଖେଳାଳିଙ୍କୁ ଦ୍ରାଭିଡଙ୍କ ଚେତାବନୀ

କୋଲକତା,୨୨।୧୧: ଭାରତର କୋଚ ରାହୁଲ ଦ୍ରାଭିଡ ନୂତନ ଭୂମିକାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ କୋଚ ହେବା ପରେ ଭାରତୀୟ ଦଳ ପ୍ରଥମ ଟି-୨୦ ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରିଚନ୍ତି। ଏହି ଆରମ୍ଭକୁ ନେଇ ଦ୍ରାଭିଡ ଖୁସି ବ୍ୟକ୍ତ କରିଛନ୍ତି କିନ୍ତୁ ଖେଳାଳିଙ୍କୁ ଆତ୍ମସନ୍ତୋଷରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି। ରବିବାର ତୃତୀୟ ଅନ୍ତର୍ଜାତୀୟ ଟି-୨୦ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୭୩ ରନରେ ବିଜୟ ହାସଲ କରି ସିରିଜକୁ ୩-୦ରେ ଜିତିଛି। ଅଧିନାୟକ ଭାବରେ ରୋହିତ ଶର୍ମାଙ୍କର ଏହା ମଧ୍ୟ ପ୍ରଥମ ସିରିଜ ଥିଲା। ସେ ଏହି ସିରିଜରେ ସର୍ବାଧିକ ୧୫୯ ରନ ସଂଗ୍ରହ କରିଥିଲେ ଏବଂ ସେ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ବିବେଚିତ ହୋଇଥିଲେ। ଏବେ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି।
ମ୍ୟାଚ ପରେ ରାହୁଲ ଦ୍ରାଭିଡ କହିଛନ୍ତି, ଏହା ପ୍ରକୃତରେ ଭଲ ସିରିଜ ଥିଲା। ପ୍ରତ୍ୟେକ ଖେଳାଳି ସିରିଜ ଆରମ୍ଭରୁ ଭଲ ସହଯୋଗ କରିଥିଲେ। ଏଭଳି ଆରମ୍ଭ କରିବା ଭଲ ଅଟେ। ଯୁବ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଟି-୨୦ ବିଶ୍ୱକପ ଫାଇନାଲ ପରେ ୬ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡ ପାଇଁ ୩ଟି ମ୍ୟାଚ ଖେଳିବା ସହଜ ନ ଥିଲା। ଆମକୁ ପାଦକୁ ଭୂମିରେ ରଖିବାକୁ ହେବ ଏବଂ ନୂତନ ଶିକ୍ଷା ସହିତ ଆଗକୁ ବଢିବାକୁ ପଡିବ। କିଛି ଯୁବ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ଏହା ଦେଖିବା ପ୍ରକୃତରେ ଭଲ। ଯେଉଁ ଖେଳାଳିମାନେ ଗତ କିଛି ମାସ ମଧ୍ୟରେ ଅଧିକ କ୍ରିକେଟ ଖେଳି ନ ଥିଲେ ଆମେ ସେହି ଖେଳାଳିମାନଙ୍କୁ ସୁଯୋଗ ଦେଇଥିଲ । ଆମ ପାଖରେ ଭଲ ବିକଳ୍ପ ଅଛି। ଟି -୨୦ ବିଶ୍ୱକପକୁ ୧୦ ମାସ ବାକି ଅଛି । ତେଣୁ ସବୁକିଛି ସହଜ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋଣ କରି ଖେଳାଳିଙ୍କୁ ଟଙ୍କା ଦେଲା କ୍ରିକେଟ୍‌ ବୋର୍ଡ

ଆଣ୍ଟିଗୁଆ,୩୦।୩: ମହାମାରୀ କରୋନା ସମୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆର୍ଥିକ ଅବସ୍ଥାକୁ ଖରାପ କରିନେଇଛି। ଅବସ୍ଥା ଏପରି ହୋଇଛି ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ...

୩ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ବିସିସିଆଇ

ନୂଆଦିଲ୍ଲୀ,୮।୧୨: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ...

ହାଇଦ୍ରାବାଦରୁ କୋଲାକୋଙ୍କୁ ଆଣିଲା ଏଟିକେ

ହାଇଦ୍ରାବାଦ, ୧୦ା୪(ପି.ଟି.)-ହାଇଦ୍ରାବାଦ ଏଫ୍‌ସିରୁ ରେକର୍ଡ ଟ୍ରାନ୍ସଫର ଫି’ ବିନିମୟରେ ଲିଷ୍ଟନ କୋଲାକୋଙ୍କ ସହ ଚୁକ୍ତି କରିଛି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ମୋହନବାଗାନ।...

ପାରାଲିମ୍ପିକ୍ସରେ ପଦକ ହରାଇଲେ ବିନୋଦ…

ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସର ଡିସକସ୍‌ ଥ୍ରୋରେ ବ୍ରୋଞ୍ଜ୍‌ ପଦକ ବିଜେତା ହୋଇଥିବା ଭାରତର ବିନୋଦ କୁମାରଙ୍କୁ ଆଉ ପଦକ ମିଳିବ ନାହିଁ। ତାଙ୍କୁ ଯୋଗ୍ୟତା ବର୍ଗ...

୪ ଖେଳାଳି ଆହତ, ଫିଲ୍ଡିଂ କଲେ କୋଚ୍‌

ସାଉଥ୍‌ମ୍ପଟନ, ୨୫।୫(ପି.ଟି.)- ଦୀର୍ଘ ୮ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ସହାୟକ କୋଚ୍‌ ଦାୟିତ୍ୱ ତୁଲାଉଥିବା ପଲ୍‌...

ଜାପାନିଜ ଗ୍ରାଁ ପି: ବୋଟାସଙ୍କୁ ଷଷ୍ଠ ବିଶ୍ୱ ଟାଇଟଲ

ସୁଜୁକା,୧୪।୧୦(ଏଏଫ୍‌ପି)- ଫିନ୍‌ଲାଣ୍ଡର ମର୍ସିଡିଜ୍‌ ଡ୍ରାଇଭର ଭାଲଟେରୀ ବୋଟାସ ଜାପାନିଜ ଗ୍ରଁାପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ରେସ୍‌ରେ ସେ ୧:୩୧:୫୨:୯୪୨ ସେକେଣ୍ଡ ସମୟ...

ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ଫଟୋ କିମ୍ବା ଭିଡିଓ ଶେୟାର କରି ଚହଲ ପ୍ରାୟତଃ ଲୋକଙ୍କ...

କୋଭିଡ୍‌-୧୯: ଆଡଭାଣୀଙ୍କ ୫ ଲକ୍ଷ ଟଙ୍କା ସହାୟତା

ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍‌ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍‌-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍‌...

Advertisement
Archives

Model This Week