Posted inଫୁରସତ

ନାଟକ ମୋ ପାଇଁ ସୁଖ, ଦୁଃଖର ସଂସାର: ରାଜୁ ପାଢ଼ୀ

ନାଟକକୁ ଏକ ସାମାଜିକ ଦାୟିତ୍ୱ ମନେକରି ଦୀର୍ଘ ୬ଦଶନ୍ଧି ଧରି ସେ ତାଙ୍କର ସାଧନାକୁ ଜାରି ରଖିଛନ୍ତି। ଏଥିପାଇଁ ଶତାଧିକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇସାରିଲେଣି। ଚଳଚ୍ଚିତ୍ର ଏବଂ କେତେକ ଟିଭି ଧାରାବାହିକରେ ମଧ୍ୟ ତାଙ୍କ ଅଭିନୟର ସ୍ବତନ୍ତ୍ରତା ବେଶ୍‌ ବାରି ହୋଇପଡ଼େ। ଏଥିପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସମେତ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ବର୍ଷିୟାନ ନାଟ୍ୟ ନିର୍ଦ୍ଦେଶକ ରାଜକିଶୋର ପାଢ଼ୀ ଓରଫ ରାଜୁ ପାଢ଼ୀ। ଜନ୍ମ ୧୬ା୪ା୧୯୫୧ ମସିହାରେ। ପିତା- ଶ୍ୟାମସୁନ୍ଦର ପାଢ଼ୀ, ମାତା-ସତ୍ୟଭାମା ପାଢ଼ୀ। ଘର ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ସେ କୁହନ୍ତି, ମୋର ଛାତ୍ର ଜୀବନରୁ ନାଟକ ପ୍ରତି ପ୍ରବଳ ଆଗ୍ରହ ଥିଲା। ବଡ଼ଭାଇ ଗୌରଗୋପାଳ ପାଢ଼ୀ ଥିଲେ ଜଣେ ନାଟ୍ୟକଳାକାର। ତେଣୁ ପ୍ରେରଣାରେ ପ୍ରାୟ ୬ବର୍ଷରୁ ମଞ୍ଚନାଟକରେ ଅଭିନୟ କରିଥିଲି। ସେତେବେଳେ ଚିକିଟି ରାଜନଅରଠାରେ ଆୟୋଜିତ ଏକ ସାଂସ୍କୃତିକ ଉତ୍ସବରେ ଅନୁଷ୍ଠିତ ନାଟକ -ଭାରତମାତାରେ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଅଭିନୟ ଯୋଗୁ ମୋତେ ସ୍ବର୍ଣ୍ଣପଦକ ମିଳିଥିଲା। ସେବେଠାରୁ ଆଉ ପଛକୁ ଫେରିନାହିଁ। ବ୍ରହ୍ମପୁର ମ୍ୟୁନିସିପାଲ ହାଇସ୍କୁଲରେ ପଢୁଥିଲା ବେଳେ ‘ପେଟୁ’ ଓ ‘ବାଣହରଣ’ ଏକାଙ୍କିକାରେ ପୁଣି ଖଲ୍ଲିକୋଟ କଲେଜରେ ପଢ଼ିଲାବେଳେ ‘ଗାନ୍ଧୀବାଦିର କାହାଣୀ’, ‘ପାଷାଣକାବ୍ୟ’ ଆଦି ନାଟକରେ ଅଭିନୟ କରିଥିଲି। ୧୯୭୨ ମସିହାରେ ଖଲ୍ଲିକୋଟ କଲେଜରେ ପଢ଼ିଲାବେଳେ ନାଟ୍ୟ ସଂପାଦକ ଭାବେ ନିର୍ବାଚିତ ହେଲି। ସମୟକ୍ରମେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ବି ଦେଲି। ପ୍ରଥମେ ‘ଭଗବାନ ଉବାଚ’ ନାଟକରେ ନିର୍ଦ୍ଦେଶନା ଦେଇଥିଲି। ଏହାପରେ ‘କୁକୁରର ମୃତ୍ୟୁ’, ‘ବୋମା ଫୁଟିଛି’ ଆଦି ନାଟକରେ ନିର୍ଦ୍ଦେଶନା ଦେଲି। ବ୍ରହ୍ମପୁରରେ ଆୟୋଜିତ ମନୋଆକ୍ସନ ଓ ଫ୍ୟାନ୍ସିଡ୍ରେସ ପ୍ରତିଯୋଗିତାରେ ପ୍ରାୟ ତିନିବର୍ଷ ଧରି ଲଗାତର ଶ୍ରେଷ୍ଠତ୍ୱ ହାସଲ କରିଥିଲି। ଅନ୍ୟପକ୍ଷେ ମଞ୍ଚରତ୍ନ ନାରାୟଣ ସାମଲଙ୍କ ନିର୍ଦ୍ଦେଶନାରେ ‘ଆମେ ବଞ୍ଚିବୁ ’ନାଟକରେ ଅଭିନୟ କରିବା ବେଳେ ମଞ୍ଚରେ ପରଦାଟଣା ଶୈଳୀ ଶିଖିଲି। ୧୯୬୮ମସିହାରେ ଗଞ୍ଜାମ କଳାପରିଷଦ ସହ ପରିଚିତ ହୋଇ ଏକାଧିକ ନାଟକରେ ଅଭିନୟ ସହ ଓ ନିର୍ଦ୍ଦେଶନା ଦେଇିସାରିଲାଣି। ଡ. ସୁରେନ୍ଦ୍ର ପ୍ରସାଦ ଦାସ, ବାଳକୃଷ୍ଣ ଦାସଙ୍କଠାରୁ ମଞ୍ଚ ନିର୍ଦ୍ଦେଶନାର ଗୂଢ଼ତତ୍ତ୍ୱକୁ ଜାଣିପାରିଥିଲି। ରେଭେନ୍‌ସାରେ ଭୂତତ୍ତ୍ୱରେ ସ୍ନାତକୋତ୍ତର ପଢୁଥିବା ସମୟରେ ନିର୍ଦ୍ଦେଶକ ହେମନ୍ତ ଦାସ, ଅନନ୍ତ ମହାପାତ୍ର, ଗୋବିନ୍ଦ ତେଜ, ବିଶ୍ୱଜିତ୍‌ ଦାସ ଓ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ସହିତ ପରିଚିତ ହୋଇଥିଲି। ଏହାପରେ ନିଶିପଦ୍ମ ଓ ସମ୍ରାଟ ନାଟକରେ ଅଭିନୟ କରିଲି। କିନ୍ତୁ ରାଉରକେଲାରେ ଥିବାବେଳେ କଳିଙ୍ଗ କଳା ପରିଷଦରେ ଯୋଗଦେଇ ନାଟକ- ଦ୍ୱିତୀୟ ମୃତ୍ୟୁ, ତୃତୀୟ ପୃଥିବୀ, ରାମ ଶ୍ୟାମ ଯଦୁ ଆଦି ଏକାଧିକ ନାଟକରେ ଅଭିନୟ କରିଥିଲି। ଲଲାଟେନ୍ଦୁ ରଥଙ୍କଠାରୁ ବଙ୍ଗଳା ଓ ମରାଠୀ ଭାଷାର ନାଟକ ବିଷୟରେ ଜାଣିଲିି। ଓଡ଼ିଶା କଲ୍‌ଚରାଲ ଏକାଡେମୀ ସହ ପରିଚୟ ହେବାରୁ ଏଠାରେ ଆୟୋଜିତ ହୋଇଥିବା ନାଟକୋତ୍ସବରେ ପ୍ରାୟ ୨୦ଟି ନାଟକରେ ନିର୍ଦ୍ଦେଶନା ଦେଇସାରିଛି। ପଞ୍ଚମବେଦ, ଗୋଇଠା ବାବା, ତଦନ୍ତ, ଅତିଥି, ସମ୍ପର୍କ, ଦେବଦାସୀ, ଆହତ ଆଦି ଅନେକ ଲୋକପ୍ରିୟ ନାଟକରେ ଅଭିନୟ କରିଛି। ସଂଗୀତ ନାଟକ ଏକାଡେମୀ ଉତ୍ସବରେ ନାଟକ- ରାକ୍ଷସ ଚରିତ୍ର, ନିଃସଙ୍ଗ ନାୟିକାରେ ନିର୍ଦ୍ଦେଶନା ଦେଇଛି। ଦୂରଦର୍ଶନରେ ପ୍ରସାରିତ ଟେଲିଫିଲ୍ମ- ଭୋକ, ଧୂସର ବନାନୀ, କଥାସରିତା, ଫଟା କପାଳ, ଗଣଚେତନା, ଲୋକ ଅଦାଲତ ଏବଂ ଟିଭି ଧାରାବାହିକ- ଗାଁ, ବାବୁ ବାଥରୁମରେ ଅଛନ୍ତି, ଭାବଗ୍ରାହୀ, ଜୀବନ ରଙ୍ଗ, ଶୁଭମ ସତାନବେ, ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ ପ୍ରଥମ ଓଡ଼ିଆରେ ପିଲାଙ୍କ ଚଳଚ୍ଚିତ୍ର ବାବୁଲା,ଅଭିଳାଷ, ଅନୁରାଧା, ଧର୍ମଯୁଦ୍ଧ, ଘାଇଲା ବାଘ ପୁଣି ବଙ୍ଗଳା ଚଳଚ୍ଚିତ୍ର ଉହ୍ଲାସ ଓ ହିନ୍ଦୀ ଚଳଚ୍ଚିତ୍ର ଦୋସ୍ତରେ ଅଭିନୟ କରିଛି। ଶତାବ୍ଦୀର କଳାକାର, ମନନ, ପଞ୍ଚମବେଦ, ରଙ୍ଗମଞ୍ଚ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିଭା ସମ୍ମାନ ମିଳିଛି। ସେହିପରି ପଦ୍ମବର୍ଣ୍ଣା, ନାଟ୍ୟଭୂଷଣ, କଳାହାଣ୍ଡି କଳାକାର, କଳିଙ୍ଗଜ୍ୟୋତି ସମ୍ମାନ ଏବଂ ଓଡ଼ିଶା ସଂଗୀତ ନାଟକ ସମ୍ମାନ-୨୦୧୬ ଆଦି ଶତାଧିକ ପୁରସ୍କାର ଓ ସମ୍ମାନ ମିଳିସାରିଛି। ତେବେ ନାଟକଟିଏ ନିର୍ଦ୍ଦେଶନା ଦେବାବେଳେ- ନାଟକରେ ଚରିତ୍ରର ଅଭିନୟ, ବେଶଭୂଷା, ସଂଳାପ ଉଚ୍ଚାରଣ, ମୋମେଣ୍ଟ, ସଂଗୀତ, ମଞ୍ଚଶୈଳୀ, ଆଲୋକ, ମ୍ୟୁଜିକ୍‌ ଆଦି ବିଭିନ୍ନ ଦିଗପ୍ରତିି ଦୃଷ୍ଟିଦେବାକୁ ପଡ଼ିଥାଏ। କିନ୍ତୁ ଅଭିନୟରେ ଆଙ୍ଗିକ, ବାଚିକ, ମୁଖ, ହାତ, ପାଦ ଆଦିର ଭାବଭଙ୍ଗୀ ଓ ଆଖିର ଠାଣି ପ୍ରତି ନଜର ଦେବାକୁ ହୁଏ। ନାଟକ ମଞ୍ଚସ୍ଥ ସମୟର ଗୋଟିଏ କଥା କେବେ ବି ଭୁଲି ହେବନି । ୧୯୭୮ମସିହାରେ ବ୍ରହ୍ମପୁରରେ ଏକ ନାଟକ ବାରବଧୂ ମଞ୍ଚସ୍ଥ ହେବାକୁ ଥାଏ। ହେଲେ ସେହି ଦିନ ହିଁ ମୋ ମା’ଙ୍କ ଦେହାନ୍ତ ଘଟିଲା। ଏମିତି ପରିସ୍ଥିତିରେ ମା’ଙ୍କ ଶବସତ୍କାର କାର୍ଯ୍ୟସାରିଲି। ତା’ପରେ ବଡ଼ଭାଇଙ୍କୁ କହି ସେଦିନ ସେହି ନାଟକରେ ଅଭିନୟ ପାଇଁ ଆସିଥିଲି। ଯେତେବେଳେ ପହଞ୍ଚତ୍ଲି ସେଠାରେ ଉପସ୍ଥିତ କଳାକାରମାନେ ମୋତେ ଦେଖି କାନ୍ଦୁଥିଲେ। କିନ୍ତୁ ଏହି ସମୟରେ ମନେ ପଡ଼ିଯାଉଥିଲା ମା’ କହିଥିବା ପଦିଏ କଥା ତୁ କ’ଣ -ନାଟୁଆ! ଏହି କଥାଟି ମୋ ମନରେ ବାରମ୍ବାର ପ୍ରତିଧ୍ୱନି ସୃଷ୍ଟି କରୁଥିଲା। ତେବେ ମୋ ମା’ର ସେଇ ଅଭୁଲା କଥା ପଦକ ମୋତେ ନାଟୁଆଭାବେ ତିଆରି କରିଛି। ଏଥିଯୋଗୁ ସେଦିନ ନାଟ୍ୟମଞ୍ଚରେ ଅଭିନୟବେଳେ ମୋର ଗୋଟିଏ ଆଖିରେ ଲୁହ ଏବଂ ମନରେ ଅଭିନୟ କରୁଥିବା ଚରିତ୍ରର କୋହ ଏକକାର ହୋଇଯାଇଥିଲା ଏବଂ ସେଇ ନାଟକର ମଦ୍ୟପ ରାଜୁ ଚରିତ୍ରଟି ଜୀବନ୍ତ ହୋଇଯାଇଥିଲା। ଏମିତିରେ ପ୍ରାୟ ୪ଦିନ ଧରି ନାଟକ ମଞ୍ଚସ୍ଥ ହୋଇଥିଲା।
ଦର୍ଶକଙ୍କୁ ହସେଇ ମଜେଇ ଜୀବନକୁ ସର୍ବୋତ୍ତମ କରିବାର ପ୍ରଚେଷ୍ଟା ଏବେବି ଜାରି ରହିଛି। ଆଉ ନାଟକ ମୋ ପାଇଁ ସୁଖ, ଦୁଃଖର ସଂସାର। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri