ଧୋତି ଷ୍ଟାଇଲ୍‌ ଶାଢ଼ି

ପୁରୁଷମାନେ ଯେମିତି ଧୋତି ପିନ୍ଧନ୍ତି, ଅବିକଳ ସେହି ଷ୍ଟାଇଲ୍‌ରେ ଏବେ କେତେଜଣ ମହିଳା ଶାଢ଼ି ବି ପିନ୍ଧୁଛନ୍ତି; ଯାହାକୁ ଧୋତି ଷ୍ଟାଇଲ୍‌ ଶାଢ଼ି କୁହାଯାଉଛି। ତେବେ ଏହି ଷ୍ଟାଇଲ୍‌ ଶାଢ଼ିର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

ଧୋତି ଷ୍ଟାଇଲ୍‌ ଶାଢ଼ିର ଟ୍ରେଣ୍ଡ ଏବର ନୁହେଁ, ଏହାର ଚଳଣି ବହୁ ଆଗରୁ ରହିଆସିଛି। ମୁଖ୍ୟତଃ ମହାରାଷ୍ଟ୍ରର ମହିଳାମାନେ ଏହି ଷ୍ଟାଇଲ୍‌ର ଶାଢ଼ି ପିନ୍ଧିବାକୁ ଅଧିକ ପସନ୍ଦ କରିଥା’ନ୍ତି। ସେମାନେ ଏହାକୁ ନୌଓ୍ବାରୀ ଶାଢ଼ି ବୋଲି କହିଥାନ୍ତି। କେହି କେହି ତ ଏହାକୁ କସ୍ତା ଶାଢ଼ି ବି କୁହନ୍ତି। ତେବେ ମରାଠୀ ମହିଳାମାନେ ଏହି ଷ୍ଟାଇଲ୍‌ର ଶାଢ଼ିକୁ ନିଜେ ଖୁବ୍‌ ସୁନ୍ଦର ଭାବେ କୁଞ୍ଚ କରି ଧୋତି ଭଳି ପିନ୍ଧିବାକୁ ଚେଷ୍ଟା କରିଥାନ୍ତି; ଯାହା ଟିକେ ସମୟ ସାପେକ୍ଷ ହୋଇଥାଏ। କିନ୍ତୁ ଏବେ ରେଡିମେଡ୍‌ରେ ବି ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଧୋତି ଷ୍ଟାଇଲ୍‌ ଶାଢ଼ି ମିଳୁଛି, ଯାହାକୁ ପିନ୍ଧିବା ଖୁବ୍‌ ସହଜ ହୋଇଥାଏ। ତା’ଛଡ଼ା ଏହି ଶାଢ଼ି ବି ମହିଳାଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା କେତୋଟି ଟ୍ରେଣ୍ଡି ଧୋତି ଷ୍ଟାଇଲ୍‌ ଶାଢ଼ି ବିଷୟରେ-

* କସ୍ତା ଶାଢ଼ି: ଧୋତି ଷ୍ଟାଇଲ୍‌ ଶାଢ଼ିର ମୂଳ ଉତ୍ସ ହେଉଛି ଏହି ଶାଢ଼ି। ବାହାଘର, ପର୍ବପର୍ବାଣି ହେଉ ଅବା କୌଣସି ଟ୍ରାଡିଶନାଲ୍‌ ଫଙ୍କଶନ୍‌ ହେଉ ମରାଠୀ ମହିଳାମାନେ ଏହି ଶାଢ଼ିକୁ ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ମୁଖ୍ୟତଃ ସିଲ୍କ ଫ୍ୟାବ୍ରିକ୍‌ରେ ଆସୁଥିବା ଏହି ଶାଢ଼ି ସବୁ ବର୍ଗର ମହିଳାଙ୍କୁ ଭଲ ମାନିଥାଏ।

* ରେଡିମେଡ୍‌ ନୌଓ୍ବାରୀ ଶାଢ଼ି: ଧୋତି ଷ୍ଟାଇଲ୍‌ ଶାଢ଼ିର ଅନ୍ୟତମ ମୂଳ ଉତ୍ସ ଭାବେ ବି ନୌଓ୍ବାରୀ ଶାଢ଼ି ପରିଚିତ। ମୁଖ୍ୟତଃ ମରାଠୀ ମହିଳାମାନେ ଏହି ଶାଢ଼ି ପିନ୍ଧିଥା’ନ୍ତି। ଏବେ ରେଡିମେଡ୍‌ରେ ବି ଏହି ଷ୍ଟାଇଲ୍‌ର ଶାଢ଼ି ମିଳୁଛି। ମହିଳାମାନେ ଚାହିଁଲେ ତାହାକୁ ଆରାମରେ ପିନ୍ଧି ତା’ସାଙ୍ଗକୁ ମ୍ୟାଚିଂ କରି ମହାରାଷ୍ଟ୍ରିଆନ୍‌ ଜୁଏଲେରି ଓ ମଥାରେ ମୁନ୍‌ ଶେପ୍‌ ବିନ୍ଦି ସାଙ୍ଗକୁ ଚୁଟିକୁ ଖୋଷା କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

* ନାଭି ବ୍ଲୁ ଧୋତି ଶାଢ଼ି ଗାଉନ୍‌: ଏହା ଦେଖିବାକୁ ଶାଢ଼ି କମ୍‌ ଗାଉନ୍‌ ଡିଜାଇନ୍‌ର ହୋଇଥାଏ। ତା’ସାଙ୍ଗକୁ ଏଥିରେ ହୋଇଥିବା ଧୋତି ଷ୍ଟାଇଲ୍‌ ବି ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହାକୁ ମହିଳାମାନେ ବାହାଘର ହେଉ ଅବା ଇଭିନିଂ ପାର୍ଟି ଏପରି କି ଗେଟ୍‌ ଟୁଗେଦର୍‌ ପାର୍ଟିରେ ପିନ୍ଧି ଷ୍ଟାଇଲିଶ୍‌ ଲାଗିପାରିବେ।

* ଧୋତି ଶାଢ଼ି ଓ କ୍ରପ୍‌ ଟପ୍‌: ଧୋତି ଷ୍ଟାଇଲ୍‌ ଶାଢ଼ି ସାଙ୍ଗକୁ କ୍ରପ୍‌ ଟପ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏବେ ରେଡିମେଡ୍‌ରେ ବି ଏହି ଷ୍ଟାଇଲ୍‌ର ଶାଢ଼ି ଉପଲବ୍ଧ ହେଉଛି। କକ୍‌ଟେଲ୍‌ ପାର୍ଟି, ସୋସିଆଲ୍‌ ଗ୍ୟାଦରିଂ, ଇଭିନିଂ ପାର୍ଟି, ପ୍ରି-ବ୍ରାଇଡାଲ୍‌ ଫଙ୍କଶନ୍‌ରେ ଏ ଷ୍ଟାଇଲ୍‌ର ଶାଢ଼ି ପିନ୍ଧିବା ପର୍‌ଫେକ୍ଟ ହୋଇଥାଏ।

* ପାର୍ଟିଓ୍ବେର୍‌ ଧୋତି ପ୍ୟାଣ୍ଟ ଶାଢ଼ି: ଏହି ଟାଇପ୍‌ର ଶାଢ଼ି ମୁଖ୍ୟତଃ ପ୍ଲେନ୍‌ ଡିଜାଇନ୍‌ରେ ଆସିଥାଏ; କିନ୍ତୁ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ସ୍ଲିମ୍‌ ଟ୍ରିମ୍‌ ମହିଳାଙ୍କୁ ଏହି ଟାଇପ୍‌ର ଶାଢ଼ି ଅଧିକ ସୁନ୍ଦର ଦେଖାଯାଇଥାଏ।

* ପ୍ରି-ପ୍ଲିଟେଡ୍‌ ଧୋତି ଶାଢ଼ି: ଏହା ହେଉଛି ଲାଟେଷ୍ଟ ଡିଜାଇନ୍‌ର ଧୋତି ଷ୍ଟାଇଲ୍‌ ଶାଢ଼ି। ଏହା ସାଙ୍ଗକୁ ଫୁଲ୍‌ ସ୍ଲିଭ୍‌ ବ୍ଲାଉଜ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ। ଏହା ମହିଳାଙ୍କୁ ରେଟ୍ରୋ ଲୁକ୍‌ ଦେଇଥାଏ। ତେବେ ଏହି ଷ୍ଟାଇଲ୍‌ର ଶାଢ଼ି ସାଙ୍ଗକୁ କେଶରେ ଖୋଷା କଲେ ଓ କାନରେ ଲମ୍ବା ଇୟରିଂ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri