ଧୋତି ଷ୍ଟାଇଲ୍‌ ଶାଢ଼ି

ପୁରୁଷମାନେ ଯେମିତି ଧୋତି ପିନ୍ଧନ୍ତି, ଅବିକଳ ସେହି ଷ୍ଟାଇଲ୍‌ରେ ଏବେ କେତେଜଣ ମହିଳା ଶାଢ଼ି ବି ପିନ୍ଧୁଛନ୍ତି; ଯାହାକୁ ଧୋତି ଷ୍ଟାଇଲ୍‌ ଶାଢ଼ି କୁହାଯାଉଛି। ତେବେ ଏହି ଷ୍ଟାଇଲ୍‌ ଶାଢ଼ିର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

ଧୋତି ଷ୍ଟାଇଲ୍‌ ଶାଢ଼ିର ଟ୍ରେଣ୍ଡ ଏବର ନୁହେଁ, ଏହାର ଚଳଣି ବହୁ ଆଗରୁ ରହିଆସିଛି। ମୁଖ୍ୟତଃ ମହାରାଷ୍ଟ୍ରର ମହିଳାମାନେ ଏହି ଷ୍ଟାଇଲ୍‌ର ଶାଢ଼ି ପିନ୍ଧିବାକୁ ଅଧିକ ପସନ୍ଦ କରିଥା’ନ୍ତି। ସେମାନେ ଏହାକୁ ନୌଓ୍ବାରୀ ଶାଢ଼ି ବୋଲି କହିଥାନ୍ତି। କେହି କେହି ତ ଏହାକୁ କସ୍ତା ଶାଢ଼ି ବି କୁହନ୍ତି। ତେବେ ମରାଠୀ ମହିଳାମାନେ ଏହି ଷ୍ଟାଇଲ୍‌ର ଶାଢ଼ିକୁ ନିଜେ ଖୁବ୍‌ ସୁନ୍ଦର ଭାବେ କୁଞ୍ଚ କରି ଧୋତି ଭଳି ପିନ୍ଧିବାକୁ ଚେଷ୍ଟା କରିଥାନ୍ତି; ଯାହା ଟିକେ ସମୟ ସାପେକ୍ଷ ହୋଇଥାଏ। କିନ୍ତୁ ଏବେ ରେଡିମେଡ୍‌ରେ ବି ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଧୋତି ଷ୍ଟାଇଲ୍‌ ଶାଢ଼ି ମିଳୁଛି, ଯାହାକୁ ପିନ୍ଧିବା ଖୁବ୍‌ ସହଜ ହୋଇଥାଏ। ତା’ଛଡ଼ା ଏହି ଶାଢ଼ି ବି ମହିଳାଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା କେତୋଟି ଟ୍ରେଣ୍ଡି ଧୋତି ଷ୍ଟାଇଲ୍‌ ଶାଢ଼ି ବିଷୟରେ-

* କସ୍ତା ଶାଢ଼ି: ଧୋତି ଷ୍ଟାଇଲ୍‌ ଶାଢ଼ିର ମୂଳ ଉତ୍ସ ହେଉଛି ଏହି ଶାଢ଼ି। ବାହାଘର, ପର୍ବପର୍ବାଣି ହେଉ ଅବା କୌଣସି ଟ୍ରାଡିଶନାଲ୍‌ ଫଙ୍କଶନ୍‌ ହେଉ ମରାଠୀ ମହିଳାମାନେ ଏହି ଶାଢ଼ିକୁ ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ମୁଖ୍ୟତଃ ସିଲ୍କ ଫ୍ୟାବ୍ରିକ୍‌ରେ ଆସୁଥିବା ଏହି ଶାଢ଼ି ସବୁ ବର୍ଗର ମହିଳାଙ୍କୁ ଭଲ ମାନିଥାଏ।

* ରେଡିମେଡ୍‌ ନୌଓ୍ବାରୀ ଶାଢ଼ି: ଧୋତି ଷ୍ଟାଇଲ୍‌ ଶାଢ଼ିର ଅନ୍ୟତମ ମୂଳ ଉତ୍ସ ଭାବେ ବି ନୌଓ୍ବାରୀ ଶାଢ଼ି ପରିଚିତ। ମୁଖ୍ୟତଃ ମରାଠୀ ମହିଳାମାନେ ଏହି ଶାଢ଼ି ପିନ୍ଧିଥା’ନ୍ତି। ଏବେ ରେଡିମେଡ୍‌ରେ ବି ଏହି ଷ୍ଟାଇଲ୍‌ର ଶାଢ଼ି ମିଳୁଛି। ମହିଳାମାନେ ଚାହିଁଲେ ତାହାକୁ ଆରାମରେ ପିନ୍ଧି ତା’ସାଙ୍ଗକୁ ମ୍ୟାଚିଂ କରି ମହାରାଷ୍ଟ୍ରିଆନ୍‌ ଜୁଏଲେରି ଓ ମଥାରେ ମୁନ୍‌ ଶେପ୍‌ ବିନ୍ଦି ସାଙ୍ଗକୁ ଚୁଟିକୁ ଖୋଷା କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

* ନାଭି ବ୍ଲୁ ଧୋତି ଶାଢ଼ି ଗାଉନ୍‌: ଏହା ଦେଖିବାକୁ ଶାଢ଼ି କମ୍‌ ଗାଉନ୍‌ ଡିଜାଇନ୍‌ର ହୋଇଥାଏ। ତା’ସାଙ୍ଗକୁ ଏଥିରେ ହୋଇଥିବା ଧୋତି ଷ୍ଟାଇଲ୍‌ ବି ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହାକୁ ମହିଳାମାନେ ବାହାଘର ହେଉ ଅବା ଇଭିନିଂ ପାର୍ଟି ଏପରି କି ଗେଟ୍‌ ଟୁଗେଦର୍‌ ପାର୍ଟିରେ ପିନ୍ଧି ଷ୍ଟାଇଲିଶ୍‌ ଲାଗିପାରିବେ।

* ଧୋତି ଶାଢ଼ି ଓ କ୍ରପ୍‌ ଟପ୍‌: ଧୋତି ଷ୍ଟାଇଲ୍‌ ଶାଢ଼ି ସାଙ୍ଗକୁ କ୍ରପ୍‌ ଟପ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏବେ ରେଡିମେଡ୍‌ରେ ବି ଏହି ଷ୍ଟାଇଲ୍‌ର ଶାଢ଼ି ଉପଲବ୍ଧ ହେଉଛି। କକ୍‌ଟେଲ୍‌ ପାର୍ଟି, ସୋସିଆଲ୍‌ ଗ୍ୟାଦରିଂ, ଇଭିନିଂ ପାର୍ଟି, ପ୍ରି-ବ୍ରାଇଡାଲ୍‌ ଫଙ୍କଶନ୍‌ରେ ଏ ଷ୍ଟାଇଲ୍‌ର ଶାଢ଼ି ପିନ୍ଧିବା ପର୍‌ଫେକ୍ଟ ହୋଇଥାଏ।

* ପାର୍ଟିଓ୍ବେର୍‌ ଧୋତି ପ୍ୟାଣ୍ଟ ଶାଢ଼ି: ଏହି ଟାଇପ୍‌ର ଶାଢ଼ି ମୁଖ୍ୟତଃ ପ୍ଲେନ୍‌ ଡିଜାଇନ୍‌ରେ ଆସିଥାଏ; କିନ୍ତୁ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ସ୍ଲିମ୍‌ ଟ୍ରିମ୍‌ ମହିଳାଙ୍କୁ ଏହି ଟାଇପ୍‌ର ଶାଢ଼ି ଅଧିକ ସୁନ୍ଦର ଦେଖାଯାଇଥାଏ।

* ପ୍ରି-ପ୍ଲିଟେଡ୍‌ ଧୋତି ଶାଢ଼ି: ଏହା ହେଉଛି ଲାଟେଷ୍ଟ ଡିଜାଇନ୍‌ର ଧୋତି ଷ୍ଟାଇଲ୍‌ ଶାଢ଼ି। ଏହା ସାଙ୍ଗକୁ ଫୁଲ୍‌ ସ୍ଲିଭ୍‌ ବ୍ଲାଉଜ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ। ଏହା ମହିଳାଙ୍କୁ ରେଟ୍ରୋ ଲୁକ୍‌ ଦେଇଥାଏ। ତେବେ ଏହି ଷ୍ଟାଇଲ୍‌ର ଶାଢ଼ି ସାଙ୍ଗକୁ କେଶରେ ଖୋଷା କଲେ ଓ କାନରେ ଲମ୍ବା ଇୟରିଂ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri