୫୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ,୧୩ା୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହେଲେ ଅଧିକାଂଶ ଜମିରୁ ଜଳ ନିଷ୍କାସନ ସହଜ ହେଉନାହିଁ। ଫଳରେ ଚାଷ ପ୍ରଭାବିତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ହୋଇ ଆସୁଥିଲେ ହେଁ କେହି ଶୁଣୁନାହାନ୍ତି। ଏହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ଜିଲାର ଜଳ ନିଷ୍କାସନର ମୁଖ୍ୟ ମାଧ୍ୟମ ହେଉଛି ହଂସୁଆ ଓ ଏଥି ସଂଲଗ୍ନ ଡ୍ରେନ୍‌। ଏଥିରେ ୬୫ ହଜାର ହେକ୍ଟର ଚାଷଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା ରହିଛି। ହେଲେ ନାଳର ଆଶାଜନକ ପୁନରୁଦ୍ଧାର ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଚଳିତବର୍ଷ ଜିଲାର ପାଖାପାଖି ୫୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା ରହିଛି। ବର୍ଷା ଲାଗି ରହିଲେ ଆଗକୁ ଚାଷୀ ମୁଣ୍ଡରେ ଚଡକ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ହଂସୁଆର ଉତ୍ପତ୍ତି ସ୍ଥଳରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ସୁବିସ୍ତୃତ ଯୋଜନା ପ୍ରସ୍ତୁତ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଚାଷୀମାନେ ଦାବି କରିଛନ୍ତି। ଏଥିସହ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ଗୁଡିକର ଶଯ୍ୟା ଖନନ, ବେଆଇନ ଘେରିବନ୍ଧ ଉଚ୍ଛେଦ, ହଂସୁଆ ପାର୍ଶ୍ୱରେ ଲାଗିଥିବା ସନ୍ତରା ଓ କଣ୍ଟା ବୁଦାଗୁଡିକର ମୂଳୋତ୍ପାଟନ, ଅତି ଅଣଓସାରିଆ ସ୍ଥାନକୁ ଗଭୀର ଓ ପ୍ରସାରିତ କରିବା, ବିଭିନ୍ନ ସ୍ଥାନରେ ସ୍ଲୁଇସ୍‌ ଆଦି କରିବା ଜରୁରୀ ହୋଇପଡିଛି। ଏପରି କି ଯନ୍ତ୍ରଚାଳିତ ବୋଟ ମାଧ୍ୟମରେ ସର୍ଭେ କରାଯାଇ ଅଙ୍କାବଙ୍କା ସ୍ଥାନକୁ ଠିକ୍‌ କରିବାକୁ ମଧ୍ୟ ଯୋଜନା ହେବା ଦରକାର। ମାର୍ଚ୍ଚରୁ ମେ ମାସ ଭିତରେ ଡ୍ରେନ୍‌ରୁ ଦଳ ସଫା କରାଗଲା ବେଳେ ଏହାକୁ ତଳ ମୁଣ୍ଡକୁ ଠେଲି ଦିଆଯାଇଛି। ବିଲର ଉର୍ବରତା ପାଇଁ ଦଳକୁ ଖତ କରାଯିବା ଦରକାର। ପ୍ରତିବର୍ଷ ପରିଚାଳନା କମିଟି ବୈଠକରେ ଅନେକ କିଛି ପ୍ରତିଶ୍ରୁତି ଦିଆଯାଉଛି। ପରବର୍ତ୍ତୀ ସମୟରେ ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନି।
ହଂସୁଆ ଡ୍ରେନ୍‌ କଟକ ସଦର ଅଞ୍ଚଳରୁ ବାହାରି ଜଗତ୍‌ସିଂହପୁର ଜିଲା ଦେଇ ଯାଇଛି। ଜିଲାର ପାଖାପାଖି ୬୫ ହଜାର ହେକ୍ଟର ଚାଷଜମିରୁ ଉଦ୍‌ବୃତ୍ତ ଜଳ ଏହି ଡ୍ରେନ୍‌ ଓ ତତ୍‌ସଂଲଗ୍ନ ଛୋଟ ଡ୍ରେନେଜ କଟ୍‌କୁ ନିଷ୍କାସିତ ହେବା କଥା। କିନ୍ତୁ ଯାହା ଦେଖାଯାଉଛି, ହଂସୁଆର ଉଦ୍‌ବୃତ୍ତ ଜଳ ଚାଷଜମିକୁ ମାଡି ଆସି ବିପଦ ସୃଷ୍ଟି କରୁଛି। ସେହିପରି ବିନା ଯୋଜନାରେ ପ୍ରାକୃତିକ ନାଳ ଉପରେ ଆର୍‌ଡି ପକ୍ଷରୁ ଏକାଧିକ ପୋଲ କରାଯିବା ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ସାଦେଇପୁର, ଗନେଇଲୋ ଆଦି କେତେକ ଅଞ୍ଚଳରେ ଚିଙ୍ଗୁଡିଘେରି ହୋଇଥିବାରୁ ସମସ୍ୟା ଦେଖାଦେଇଛି। ରଘୁନାଥପୁର ବ୍ଲକ ଅଧୀନ ନେଦାଳ, ଦେଉଳୀ, କୋଟକଣା, କୁଆମଙ୍ଗା, କନ୍ଦରାପଟି, ଧରାଧରପୁର, ବରାଗୋଳ, ବଣିକୁଣ୍ଡ, ସାଦେଇପୁର, ଅଢେଇକୁଳ, ସାନକୋରକର, ବଡକୋରକର, ଗୁଆଳିପୁର, ରାଧାନଗର, ମନ୍ଦାରପୁର, କପାଳେଶ୍ୱର, ଚିକିଣିଆ, ସାନସାଳିଜଙ୍ଗା, ଏରଣ୍ଡପାଳ, କଳାହାରୀ, ଅଚ୍ୟୁତପୁର, ନେଉଳିଆ, ପୀତାମ୍ବରପୁର, ଗୋପାଳପୁର, ପାଣ୍ଡରା, ଏରଡଙ୍ଗା, ନାଲିବର, ପୁରୁଣାବସନ୍ତ, ବାଲହଂସା, ବାତ୍ତିର୍ର୍ରା, ଇଚ୍ଛାପୁର, ଗୋବିନ୍ଦା ପୋଖରୀ, ରାଢଙ୍ଗ, ଜିରା ଓ କଳିଙ୍ଗା ଆଦି ମୌଜାରେ ବିଲରେ ବର୍ଷାଜଳ ଗଚ୍ଛିତ ରହି ସମସ୍ୟା ସୃଷ୍ଟି କରୁଛି। ଅନୁରୂପ ଭାବେ ବିରିଡ଼ି ବ୍ଲକର ଦରଡ଼ା ଶାସନ, ଗରାମ, ଶଙ୍ଖପୁର, ଅଲାଣ୍ଡୋ, ଗୋବିନ୍ଦପୁର, ବଡ଼ଖଣ୍ଡାୟିତା, ତେନ୍ତୁଳିଆ, ଅଢଙ୍ଗମଜୁରାଇ, ଅଢଙ୍ଗଗଡ଼, ଅରଣା, ମାଳିଅଞ୍ଚ, କୋଶଳ, କଣ୍ଟୁଆର, ଶିବପୁର, ଶଙ୍କରପୁର, ପାର୍ବତୀପୁର ଓ ଷଢେଇକଣା ମୌଜାରେ ପାଣି ଜମୁଛି। ତିର୍ତ୍ତୋଲ ବ୍ଲକର ସଅଁରା, ବରୁଣପଡ଼ା, କୋରକର, ବେଗୁନିଆ, ଅଢଙ୍ଗା, ସେଉଳ, ପଟିଲୋ, ଇଟାଙ୍ଗ, ଜଜାଙ୍ଗ, ସୁସଙ୍ଗ, ମର୍ଦ୍ଦଳ, ଦୁର୍ଗା, ରଙ୍କେଇ, କୁରାଢ, କୋଷ୍ଠି ମଲ୍ଲିକାପୁର, ବାଲିକୁଦା ବ୍ଲକର ତଣ୍ଡିକୁଳ, ସାରଣା, ମୁଳୁଗଁା, ଜେନାମଣି, ବସନ୍ତପୁର, ଜଗତ୍‌ସିଂହପୁର ବ୍ଲକର ସାଁପୁର, ଗୋବିନ୍ଦାପୋଖରୀ ଓ ଲହଙ୍ଗା ଆଦି ମୌଜାର ଚାଷ ଜମି ଜଳପ୍ଳାବିତ ହୁଏ। ଏରସମା ବ୍ଲକର ନାରଦିଆ, ଗଡ଼ବିଷନପୁର, ଜାନକାଦେଈପୁର, ପୋଖରିଆପଡ଼ା, ପଏଦା, ଶ୍ରୀଚନ୍ଦନପୁର, ନଗରୀ, ଓ ଜିରାଇଲୋ ଦେଇ ଜଟାଧାର ମୁହାଣ ପର୍ଯ୍ୟନ୍ତ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି। ନାଉଗଁା ବ୍ଲକର ଗୋବରୀ ଡ୍ରେନେଜ୍‌ ଦ୍ୱାରା ପ୍ରଭାବିତ ବାଂଶ, କୋରୁଅ, ଧୂଆଁପଦା, ଡେରିକି, ତେଣ୍ଟୋଇ, କୋକିଢିଅ, ନାଉଗାଁ, ରୋହିଆ, ତିରୁଣା, ଗାରୋଇ, ଘୋଡାଂଶ, ନୂଆଗାଁ, ସୁଦକଣ୍ଠି, ଗୋପାଳପୁର, ଦେବୀଦୋଳ ଓ ଅରକୁଦ ଆଦି ମୌଜା ମଧ୍ୟ ପ୍ରଭାବିତ ହେଉଛି। ଅଳକା ଡ୍ରେନ୍‌ ସମସ୍ୟା ଯୋଗୁ ବାଲିକୁଦାର କଣିଆ, ଥାଇଲୋ, କଟିକଟା, ନବାଙ୍ଗ, ନାରଦିଆ, ରମ୍ବିଳା, ତିତିରା, ସୋମପୁର ଅଞ୍ଚଳର ଚାଷଜମି କ୍ଷତିଗ୍ରସ୍ତ ହେଉଛି। ଜଗତ୍‌ସିଂହପୁରରୁ ବାହାରିଥିବା ମାଧପୁର ଡ୍ରେନେଜ୍‌ କଟ୍‌ ନାଲିବର ପାଖରେ ହଂସୁଆରେ ମିଶିଛି। କୁଆଖାଇ ଡ୍ରେନେଜ୍‌ କଟ୍‌ ଅଳା, ସିଙ୍ଗାରପୁରରୁ ବାହାରି ପଳାଶୋଳ, ସମଙ୍ଗ, ଜେନାସାହି, ଜୈନାବାଜ, ଡିଙ୍ଗେଶ୍ୱର ପର୍ଯ୍ୟନ୍ତ ଯାଇଛି। ତେବେ ଜିଲାରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳସେଚନ ନିର୍ବାହୀଯନ୍ତ୍ରୀ ହରେକୃଷ୍ଣ ବେହେରାଙ୍କୁ ପଚାରିବାରେ ନିକଟରେ ନୂଆ କରି ଯୋଗ ଦେଇଛି। ତେବେ ଯାହା ସବୁ ସମସ୍ୟା ରହିଛି ତା’ର ସମାଧାନ ସହ ଆଗକୁ କ’ଣ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପଡିବ ତା’ ଉପରେ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?