ରାସ୍ତାରେ ଡ୍ରେନ୍‌ ପାଣି, ଯାତାୟାତ ବାଧାପ୍ରାପ୍ତ

ଜଟଣୀ,୧୬ ।୨(ଡି.ଏନ୍‌.ଏ.) ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଅନେକ ନୂତନ ଆପାର୍ଟମେଣ୍ଟ ଓ ସାହିବସ୍ତି ଗଢ଼ିଉଠିଛି। ଏଠାରେ ଗୃହ ନିର୍ମାଣ ପୂର୍ବରୁ ସରକାରୀ ନିୟମ ଉଲ୍ଲଂଘନ କରାଯାଉଛି। ରାସ୍ତା ଏବଂ ଡ୍ରେନ୍‌ ଉପରେ ଅବରୋଧ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଟଣୀ ପୌରାଞ୍ଚଳ ରାମଚନ୍ଦ୍ରପୁର ମୌଜାର ୧୦ନଂ. ଓ୍ବାର୍ଡ ଅଧୀନ କୃପାସିନ୍ଧୁନଗର ରାସ୍ତାରେ ଡ୍ରେନ୍‌ ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଥିସହ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, କୃପାସିନ୍ଧୁନଗରରେ ବସବାସ କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାୟ ୧ମାସ ହେବ ରାସ୍ତାରେ ଥିବା ଡ୍ରେନ ପାଣିରେ ଯାତାୟାତ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଉପର ମୁଣ୍ଡରୁ ଡ୍ରେନ ମଇଳା ପାଣି ତଳମୁଣ୍ଡ ଅଞ୍ଚଳକୁ ଆସୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। କୃପାସିନ୍ଧୁନଗର ଅଞ୍ଚଳରେ ଡ୍ରେନ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଏନେଇ କାର୍ଯ୍ୟନିର୍ବାହୀ ଅଧୀକାରୀ ଦିଲ୍ଲୀପ ମହାନ୍ତି କହିଛନ୍ତି, ଚାଷଜମିରେ ପ୍ରଶାସନ ପକ୍ଷରୁ ଡ୍ରେନ ନିର୍ମାଣ ହୋଇପାରିବ ନାହିଁ। ଉପଭୋକ୍ତାମାନେ ସୋସାଇଟି ଗଠନ କରି ସେମାନେ ନିଜ ଜାଗା ପୌର ପ୍ରଶାସନକୁ ଆଇନତଃ ହସ୍ତାନ୍ତର କରିବେ, ତେବେ ପୌର ପ୍ରଶାସନ ପକ୍ଷରୁ ସେଠାରେ ଡ୍ରେନ ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

କିରୋସିନ ଢ଼ାଳି ନୂଆବୋହୁ ଦେହରେ ଲଗାଇଦେଲେ ନିଆଁ

ମହାକାଳପଡ଼ା,୨୬।୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ବେଣାକନ୍ଧା ମୌଜାର ଜଣେ ନବବଧୂଙ୍କ ଦେହରେ କିରୋସିନ…

ବନ୍ଧ ଖୋଳିବାକୁ ନେଇ ଉତ୍ତେଜନା: ଥାନାରେ ଏତଲା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତରେ ଚାଷ ଜମିରେ ଏକ ବନ୍ଧ ଖୋଳାକୁ ନେଇ କଦମଗୁଡା ଓ ଖତପୁଟ ଗ୍ରାମବାସୀଙ୍କ ମଧ୍ୟରେ…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ଗଛରେ ପିଟିହେଲା ବାଇକ୍‌, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନ୍ୟଜଣେ ଗୁରୁତର…

ଭଞ୍ଜନଗର ଥାନାରେ ଏତଲା ଦେଲା କଂଗ୍ରେସ, ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ ଦୁର୍ମୂଲ୍ୟ ରତ୍ନ ଚୋରି ଅଭିଯୋଗ

ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)- ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନଭଣ୍ଡାର ରୁ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରି ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।…

ସେରୁବନ୍ଧ ଖଣି ପାହାଡ଼ ନିକଟବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସାକ୍ଷାତ କରି ଫେରିଲା କଂଗ୍ରେସ କେନ୍ଦ୍ରୀୟ କମିଟି

ପଟ୍ଟାଙ୍ଗି,୨୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ଥିବା ସେରୁବନ୍ଧ ଖଣି ପାହାଡ଼ ନିକଟ ବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କଂଗ୍ରେସ ଦଳର ଏକ କେନ୍ଦ୍ରୀୟସ୍ତରୀୟ…

ସିଜିମାଳି-କୁଟ୍ରୁମାଳି ଖଣି ପାଇଁ ‘ସ୍ପେଶାଲ ରେଳ ପ୍ରକଳ୍ପ’ ଘୋଷଣା: ନୋଟିଫିକେସନ୍ ଜାରି; ବିକାଶ-ପରିବେଶ ସନ୍ତୁଳନ ମଧ୍ୟରେ…

ଥୁଆମୂଳ ରାମପୁର/କାଶୀପୁର, ୨୫।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲାର ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦକୁ ହାତେଇବା ପାଇଁ କର୍ପୋରେଟ୍ ସଂସ୍ଥାଙ୍କ ପ୍ରୟାସ ଏବେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri