ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି। ଘରୁ ଗୋଡ଼ କାଢିଲେ ଅପରିଷ୍କାର ପାଣି ଭିତରେ ପାଦ ପକାଇବାକୁ ପଡୁଛି। ଡ୍ରେନ୍‌ ପାଣି ପାଇଁ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାବେଳେ ଘର ଭିତରକୁ ପୋକଜୋକ ପଶିଯାଉଛନ୍ତି। ଏଭଳି ସ୍ଥିତି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଓ୍ବାର୍ଡ ନଂ.୩୧ ଅନ୍ତର୍ଗତ ଶବରସାହି ନେତାଜୀ ନଗର ବସ୍ତିରେ ଦେଖିବାକୁ ମିଳିଛି। ବମିଖାଲ, ରସୁଲଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଘରୁ ବାହାରୁଥିବା ଡ୍ରେନ୍‌ ପାଣି ବସ୍ତି ଦେଇଯାଉଛି। ବସ୍ତିରୁ ବାହାରିବା ପରେ ଡ୍ରେନ୍‌ ପାଣି ପାଖରେ ଥିବା ଜମିରେ ମିଶୁଥିଲା। ଏବେ ସେହି ଘରୋଇ ଜମିରେ କାମ ଚାଲିଥିବାରୁ ଡ୍ରେନ୍‌ରୁ ବାହାରୁଥିବା ପାଣିକୁ ବାଲି ପକାଇ ବନ୍ଧେଇ ଦିଆଯାଇଛି। ଫଳରେ ଡ୍ରେନ୍‌ ପାଣି ଆସି ଲୋକଙ୍କ ଘର ଆଗରେ ଜମି ରହୁଛି। ବସ୍ତିରେ ୪୦ରୁ ଊର୍ଦ୍ଧ୍ୱ ପରିବାର ଆସୁଛନ୍ତି। ଏହାର ଅଳ୍ପ କିଛି ଦୂରରେ ମୁଖ୍ୟ ଡ୍ରେନ୍‌ ରହିଛି। ତେଣୁ ଏଠାରୁ ବାହାରୁଥିବା ଅପରିଷ୍କାର ପାଣିକୁ ଡ୍ରେନ୍‌ ଯୋଗେ ମୁଖ୍ୟ ଡ୍ରେନ୍‌ରେ ମିଶାଇ ଦେଲେ ଲୋକମାନଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା। ମାତ୍ର ତାହା ନ କରି ଡ୍ରେନ୍‌ ପାଣିକୁ ବନ୍ଧେଇ ଦିଆଯାଇଛି। ଯାହାଦ୍ୱାରା ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଏଥିସହ ଡ୍ରେନ୍‌ କରିବା ପାଇଁ କର୍ପୋରେଟରଙ୍କୁ ଜଣାଇଲେ ୧୦ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପରେ ସେମାନେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିକଟକୁ ଯାଇଥିଲେ। ବିଧାୟକ ନିଜେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଦେଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୧୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ଆମେ ଏଠାରେ ରହି ଆସୁଛୁ। ଶବରସାହି ଗ୍ରାମର ଲୋକମାନେ ଆମକୁ ଏହି ଜାଗା ପ୍ରଦାନ କରିଥିଲେ। ବମିଖାଲରୁ ଆରମ୍ଭ କରି ଏହାର ଆଖପାଖ ଆପାର୍ଟମେଣ୍ଟରୁ ବାହାରୁଥିବା ଅପରିଷ୍କାର ପାଣି ବସ୍ତି ମଧ୍ୟରେ ଥିବା ଡ୍ରେନ୍‌ ଦେଇ ଯାଉଛି। ଡ୍ରେନ୍‌ରୁ ବାହାରି ପାଖରେ ଥିବା ଜମିରେ ପାଣି ମିଶୁଥିଲା। ମାତ୍ର ଏବେ ସମ୍ପୃକ୍ତ ଜମିର ମାଲିକ ପାଣି ବାହାରୁଥିବା ସ୍ଥାନକୁ ବାଲି ପକେଇ ବନ୍ଧେଇ ଦେଇଛନ୍ତି। ଏ ସମ୍ପର୍କରେ କର୍ପୋରେଟରଙ୍କୁ କହିବାରୁ ସେ ଟଙ୍କା ମାଗିଥିଲେ। ଆମେ ଖଟିଖିଆ ଲୋକ। ପରଘରେ କାମ କରି, ଦୋକାନ କରି ଗୁଜୁରାଣ ମେଣ୍ଟାଉଛୁ, ତେଣୁ ଏତେ ଟଙ୍କା କୋଉଠୁ ଆଣିବୁ ବୋଲି କହିଛନ୍ତି। ଅପରପକ୍ଷେ ଏ ନେଇ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର କହିଛନ୍ତି, ଜଳାଶୟକୁ ପୋତି ଲୋକମାନେ ବେଆଇନ ଭାବେ ୫ବର୍ଷ ହେବ ସେଠାରେ ରହୁଛନ୍ତି। ଘର କରିବା ସମୟରେ ମୁଁ ସେମାନଙ୍କୁ ବାରଣ କରିଥିଲି। ଜଳାଶୟରେ ଘର କରିଥିବାରୁ ଡ୍ରେନ୍‌ ସମସ୍ୟା ରହିବ। ସେଠାରେ ରାସ୍ତା ମଧ୍ୟ ନାହିଁ। ବିଲ୍ଡର ନିଜ ଜମିରେ ଯିବାଆସିବା ପାଇଁ ସେମାନଙ୍କୁ ରାସ୍ତା ଛାଡିଛି। ଏହାବାଦ୍‌ ସମାଧାନ ପାଇଁ ସେମାନେ ନିଜେ କିଛି ଅର୍ଥ ଆଦାୟ କରି ବିଲ୍ଡର ସହ ମିଶି ଡ୍ରେନ୍‌ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲି। ମାତ୍ର ସେମାନେ ମୁଁ ଟଙ୍କା ମାଗୁଛି ବୋଲି ମିଛରେ ପ୍ରଚାର କରିଥିବା କର୍ପୋରେଟର ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri