ବଡ଼ବଡ଼ିଆଙ୍କୁ ଉଚ୍ଛେଦ କରିପାରୁନି ବିଏମ୍‌ସି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଭୁବନେଶ୍ୱରରେ ଅନେକ ସରକାରୀ ଜମି ଲୋକଙ୍କ କବ୍‌ଜାରେ ରହିଛି। ଏହା ଉପରେ ଜବରଦଖଲ କରି କେତେଜଣ ଲୋକ ବ୍ୟବସାୟ ପ୍ରତିଷ୍ଠାନ ଗଢି ଲାଭବାନ୍‌ ହେଉଛନ୍ତି। ତେବେ ସରକାରୀ ଜମିକୁ ଜିଏ ବିଭାଗ ବିଏମ୍‌ସିକୁ ହସ୍ତାନ୍ତର କରିବା ପରେ ବି ସମ୍ପୃକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହୋଇପାରୁ ନାହିଁ। ବିଏମ୍‌ସି କେବଳ ବସ୍ତିଲୋକ, ଉଠାଦୋକାନୀଙ୍କୁ ଉଚ୍ଛେଦ କରୁଥିବାବେଳେ ଜବରଦଖଲ କରିଥିବା ବଡ଼ବଡ଼ିଆ ଲୋକଙ୍କୁ ଉଚ୍ଛେଦ କରିପାରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଲୋକଙ୍କ ସ୍ବାର୍ଥ ହାସଲ ପାଇଁ କର୍ପୋରେଟରଙ୍କୁ ରାସ୍ତାକୁ ଓହ୍ଲାଇ ଧାରଣା ଦେବାକୁ ପଡୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି। ଗତ କିଛିଦିନ ତଳେ ଓ୍ବାର୍ଡ ନଂ.୩୭ରେ ସରକାରୀ ପ୍ଲଟ୍‌ରୁ ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ କର୍ପୋରେଟର ବନ୍ଦିତା ପାଲ୍‌ ଧାରଣାରେ ବସିଥିଲେ। ୮ଦିନର ଧାରଣା ପରେ ତାଙ୍କ ଦାବି ପୂରଣ ହୋଇଥିଲା। ଏବେ ପୁଣି ଓ୍ବାର୍ଡ ନଂ. ୫୫ରେ ସମାବସ୍ଥା ହେବାରୁ କର୍ପୋରେଟର ନୃପେଶ କୁମାର ନାୟକ ଆମରଣ ଅନଶନ ଆରମ୍ଭ କରିଛନ୍ତି।
ଉକ୍ତ ଓ୍ବାର୍ଡର ଗୌତମ ନଗର ଅଞ୍ଚଳର ପ୍ଲଟ୍‌ ନଂ. ୩୪୭/୪୧୮୮ (୮୪ ଡିସିମିଲ୍‌) ଏବଂ ପ୍ଲଟ ନଂ. ୨୪୭ (୮୫ ଡିସିମିଲ୍‌) ସରକାରୀ ଜାଗାକୁ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଏହାକୁ ବିଏମ୍‌ସିକୁ ହସ୍ତାନ୍ତର କରିବା ପାଇଁ ଜିଏ ବିଭାଗ ୨୫ ସେପ୍ଟେମ୍ବର ୨୦୧୭ରେ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ଏହା ମଧ୍ୟରେ ୫ବର୍ଷ ବିତି ଯାଇଥିଲେ ବି ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ହଟାଯାଇ ନାହିଁ। ଏପରିକି ନୂତନ କର୍ପୋରେଶନ ଆସିବା ପରେ ଚଳିତବର୍ଷ ୩ଥର ଜବରଦଖଲ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଅର୍ଡର ଜାରି କରିବା ପରେ ବି ଉଚ୍ଛେଦ ନ ହୋଇ ଟିମ୍‌ ଫେରିଯାଉଛି। ତେଣୁ ବିଏମ୍‌ସି, ବିଡିଏ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସଲାସୁତରାରେ ଏହା ହେଉଥିବା କର୍ପୋରେଟର ନାୟକ ଅଭିଯୋଗ କରିଛନ୍ତି। ଗୁରୁବାର ସେଠାରେ ଉଚ୍ଛେଦ ହେବାକୁ ଥିବାରୁ ଟିମ୍‌ ଯେପରି ଖାଲି ହାତରେ ନ ଫେରେ ସେଥିପାଇଁ କର୍ପୋରେଟର ନିଜେ ସମର୍ଥକଙ୍କ ସହ ସେଠାକୁ ଯାଇଥିଲେ। ହେଲେ ଉଚ୍ଛେଦକାରୀ ଟିମ୍‌ ଫେରି ଯାଉଥିବାବେଳେ କର୍ପୋରେଟର ଏହାକୁ ବିରୋଧ କରିଥିଲେ। ସନ୍ଧ୍ୟାରେ କୌଣସି ଉଚ୍ଛେଦ କାର୍ଯ୍ୟ ହେବନାହିଁ ନିୟମ ଥିବାରୁ ଜାଣିଶୁଣି ସନ୍ଧ୍ୟାବେଳକୁ ନାମକୁ ମାତ୍ର ଭଙ୍ଗା ଆରମ୍ଭ କରାଯାଇ ଟିମ୍‌ ଫେରିଯାଇଥିଲା। ଥରେ ଟିମ୍‌ ଫେରିଯିବା ପରେ ପୁଣିଥରେ ସେଠାରେ ଉଚ୍ଛେଦ କରିବା ପାଇଁ ଅତି କମ୍‌ରେ ୧ମାସ ସମୟ ଲାଗିବ। ତେଣୁ ଜାଣିଶୁଣି ଅଧିକାରୀମାନେ ଏଭଳି କରିଛନ୍ତି। ଏ ସମ୍ପର୍କରେ କର୍ପୋରେଟର ନୃପେଶ କହିଛନ୍ତି, ଜବରଦଖଲ କରିଥିବା ବ୍ୟକ୍ତି ପୁରୁଣା ଷ୍ଟେ ଅର୍ଡର ଦେଖାଇବା ସହ ଅଧିକାରୀମାନଙ୍କୁ ଅର୍ଥଲୋଭ ଦେଇ ହାତରେ ରଖିଛନ୍ତି। ଯେଉଁଥିପାଇଁ ଲୋକମାନଙ୍କ ସ୍ବାର୍ଥ୍ୟ ବଳି ପଡୁଛି। ଏ ସମ୍ପର୍କରେ ବିଏମ୍‌ସି କର୍ପୋରେଶନ ବୈଠକରେ ମଧ୍ୟ ଦାବି ଉପସ୍ଥାପନ କରିଥିଲି। ଏଠାରେ ଏକ ଶିଶୁ ଉଦ୍ୟାନ ଏବଂ କମ୍ୟୁନିଟି ସେଣ୍ଟର ହେବ ପାଇଁ ଯୋଜନା ରହିଛି। ଲୋକଙ୍କ ସ୍ବାର୍ଥ ପାଇଁ ଜବରଦଖଲ ଉଚ୍ଛେଦ ହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବି ବୋଲି ନୃପେଶ କହିଛନ୍ତି। ଗୋଟେପଟେ ହକି ବିଶ୍ୱକପ୍‌ ନଁାରେ ବିଏମ୍‌ସି, ବିଡିଏ ଦୋକାନ ବଜାର ଉଚ୍ଛେଦ କରି ସାଧାରଣ ଲୋକଙ୍କୁ ପେଟକୁ ନାତ ମାରୁଥିବାବେଳେ, ଅପରପକ୍ଷେ ଲାଭଖୋର ଅସାଧୁ ଲୋକଙ୍କୁ ପ୍ରଶୟ ଦେଇ ନିଜ ପକେଟ ଗରମ କରୁଛି। ଅଧିକାରୀମାନଙ୍କ ଏଭଳି ଦୋମୁହଁା ନୀତିକୁ ନେଇ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?