ଡ୍ରାଗନର ମହାକାଶ ଜୟ ଲକ୍ଷ୍ୟ, ପୃଥିବୀ କକ୍ଷରେ ବିଶାଳକାୟ ମୂଳଦୁଆ ନିର୍ମାଣ ପ୍ରସ୍ତୁତି…

ବେଜିଂ,୨।୯: ପୃଥିବୀର କକ୍ଷପଥରେ ବହୁ କିଲୋମିଟରର ବ୍ୟାପି ଏକ ବିଶାଳ ସହର ନିର୍ମାଣ ଯୋଜନା ଏବେ ଚାଇନା ପକ୍ଷରୁ କରାଯାଇଛି। ଏନେଇ ବିଶାଳକାୟ ମୂଳଦୁଆ ନିର୍ମାଣ ଲାଗି ଡ୍ରାଗନ ଜୋରସୋର୍‌ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଉଡ଼ନ୍ତା ସହର ଦ୍ୱାରା ମହାକାଶ ଜୟ କରିବାକୁ ଚାଇନା ଲକ୍ଷ୍ୟ ରଖିଛି। ଏହି ସହରରେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, ପର୍ଯ୍ୟଟନ କମ୍ପ୍ଲେକ୍ସ, ଗ୍ୟାସ ଷ୍ଟେସନ ଠାରୁ ଆରମ୍ଭ କରି ଆଷ୍ଟେରଏଡରେ ଖଣି ଖନନ ଆଦି ସୁବିଧା ରଖାଯିବ। ଚାଇନାର ଜାତୀୟ ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଏନେଇ ଏକ ୫ ବର୍ଷିଆ ଯୋଜନା ଘୋଷଣା କରିଛି। ଏହା ସହିତ ଗବେଷକଙ୍କୁ ଆବଶ୍ୟକ ଟେକ୍ନୋଲୋଜିର ବିକାଶ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
ସହର ନିର୍ମାଣରେ ହାଲୁକା ଓଜନ ସାମଗ୍ରୀ ବ୍ୟବହାର କରାଯିବ। ଯାହା ଦ୍ୱାରା ରକେଟ ସହାୟତାରେ ଏହାକୁ ପୃଥିବୀର କକ୍ଷପଥରେ ଅବତରଣ କରାଯାଇପାରିବ।

ସହରର ପ୍ରଥମ ପ୍ରକଳ୍ପ ପାଇଁ ୨୦୩୫ ସୁଦ୍ଧା ଚାଇନା ଏକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଏହି କେନ୍ଦ୍ରର ୧ ମାଇଲ ପରିମିତ ମହାକାଶରେ ନିର୍ମିତ ହେବ। ଏହି ବିଦ୍ୟୁତ୍‌ କେନ୍ଦ୍ର ଚାଇନାର ଗ୍ରୀଡ କୁ ଶକ୍ତି ଯୋଗାଇବ। ସେହିପରି ଅନ୍ୟାନ୍ୟ ପ୍ରକଳ୍ପରେ ୧ ମାଇଲରୁ ଅଧିକ ବଡ଼ ଅର୍ବିଟାଲ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏହା ନିକଟରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ରହିବ। ସ୍ପେସ୍‌ ଷ୍ଟେଶନର ପ୍ରସ୍ଥ ୩୫୦ ଫୁଟ ପର୍ଯ୍ୟନ୍ତ ବିସ୍ତାରିତ ହେବ।

ଏଭଳି ଯୋଜନା ମାଧ୍ୟମରେ ଚାଇନା ଆମେରିକାର ନାସାକୁ ଚ୍ୟାଲେଞ୍ଜ୍‌ କରିବାକୁ ଚାହୁଁଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ନାସା ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କ ସହଯୋଗରେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଚଳାଉଛି। ବର୍ତ୍ତମାନ ଏହି ସ୍ପେସ ଷ୍ଟେସନରେ ୭ ଜଣ ମହାକାଶଚାରୀ ଅଛନ୍ତି। ତେବେ ସହର ନିର୍ମାଣ ସମ୍ପର୍କରେ ଜାତୀୟ ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ କୌଣସି ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?