ଡ୍ରାଗନ୍‌ର ରହସ୍ୟମୟ ‘ଏରିଆ-୫୧’, ଏୟାରବେସ୍‌ ନିର୍ମାଣ ରହିଛି ଜାରି…

ବେଜିଂ,୩।୭: ଭାରତର ପୂର୍ବ ଲଦାଖ ଅଞ୍ଚଳରେ ଲଗାତାର ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ଏୟାର ବେସ୍‌ ନିର୍ମାଣ କାର୍ଯ୍ୟର ସାଟେଲାଇଟ୍‌ ଫଟୋକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଦ୍ୱାରା ଲୋପ୍‌ ନୁର୍‌ ମରୁଭୂମି ଅଞ୍ଚଳରେ ଚାଇନା ଅତ୍ୟାଧୁନିକ ଏୟାର ବେସ୍‌ ନିର୍ମାଣ କରୁଥିବା ଘଟଣାର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ଏହି ରହସ୍ୟମୟ ଅଞ୍ଚଳକୁ ‘ଏରିଆ-୫୧’ଭାବେ ନାମିତ କରାଯାଇଛି। ଗୁପ୍ତ ଭାବେ ନିର୍ମିତ ହେଉଥିବା ଏହି ଏୟାରବେସ୍‌ ଭାରତଠାରୁ ୧୩୦୦ କିଲୋମିଟର ଦୂରରେ ରହିଛି। ଏଠାରେ ବିଭିନ୍ନ ମହାକାଶ ସମ୍ପର୍କିତ କାର୍ଯ୍ୟ ଗୁପ୍ତ ଭାବରେ ସମ୍ପନ୍ନ ହେଉଥିବା କୁହାଯାଉଛି। ୨୦୧୬ଠାରୁ ଚାଇନା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଆମେରିକାରେ ‘ଏରିଆ-୫୧’ ନାମକ ଏକ ଅଞ୍ଚଳ ବାୟୁସେନାର ନିୟନ୍ତ୍ରଣରେ ରହିଛି। ଏଠାରେ ଏଲିଅନ୍‌ଙ୍କ ଅସ୍ତିତ୍ୱ ଥିବାନେଇ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ସମୟରେ ବହୁ ଚର୍ଚ୍ଚା ହୋଇଥାଏ। ‘ଏରିଆ-୫୧’ ଥିବା ନେଇ ଆମେରିକା ସରକାର ସ୍ବୀକାର ମଧ୍ୟ କରିଛନ୍ତି। ଏଠାରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ

ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍‌ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।...

ସହପାଠୀଙ୍କୁ ୧୧୪ ଥର ଛୁରାମାଡ଼: ନାବାଳକ ଦୋଷୀ

ଓ୍ବାଶିଂଟନ୍‌,୮।୨: ଆମେରିକାର ଜ୍ୟାକସୋନଭିଲେରେ ୧୬ ବର୍ଷୀୟ ଏଡେନ ଫୁକି ସହପାଠୀଙ୍କୁ ହତ୍ୟା ଅଭିଯୋଗରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୩ ବର୍ଷୀୟା ଚିୟରଲିଡର ଟ୍ରିଷ୍ଟିନ୍‌ ବିଲେଙ୍କୁ...

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ...

ପ୍ରଥମ ଇଲେକ୍‌ଟ୍ରିକ୍‌ ଟ୍ରେନ୍‌ ଟ୍ରାକ୍‌ ନିର୍ମାଣ କରିବେ ଶ୍ରୀଲଙ୍କା ସରକାର

କଲମ୍ବୋ,୨୭।୨: ଶ୍ରୀଲଙ୍କାର କାଣ୍ଡି ସହରରେ ପ୍ରଥମ ଇଲେକ୍ଟଟ୍ରିକ୍‌ ଟ୍ରେନ୍‌ ଟ୍ରାକ୍‌ ନିର୍ମାଣ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ରାଜ୍ୟମନ୍ତ୍ରୀ ଦିଲୁମ ଅମୁନୁଗମା କହିଛନ୍ତି ଏହି...

ତାଲିବାନ୍‌ କବ୍‌ଜାରୁ ମୁକୁଳିଲେ ୮୩ ସାଧାରଣ ଲୋକ

କାବୁଲ,୬।୬: ଆଫ୍‌ଗାନୀସ୍ଥାନରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଦ୍ୱାରା ବନ୍ଦୀ ହୋଇରହିଥିବା ୮୩ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକୁଳାଇଛନ୍ତି। କ୍ୱାଇଜାର ଜିଲାର ଫାରେୟାବ ପ୍ରଦେଶରେ ହୋଇଥିବା...

ପ୍ରସିଦ୍ଧ ପପ୍‌ସିଙ୍ଗର୍‌ଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କାଟି ଫ୍ରିଜ୍‌ରେ ରଖିଲେ ସ୍ତ୍ରୀ

ମସ୍କୋ,୩୧।୭: ରୁଷର ଜଣେ ପ୍ରସିଦ୍ଧ ପପ୍‌ସିଙ୍ଗର ତଥା ରାପର୍‌ଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ। ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି...

ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ

ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା...

ପୁଟିନ୍‌ଙ୍କ ଘାତକ ଘୋଷଣା ଆଜି

ମସ୍କୋ/କିଭ୍‌,୩୦ା୯:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ରେଡ୍‌ ସ୍କୋୟାର ଭିକ୍ଟ୍ରି କନ୍‌ସର୍ଟରେ ଯୋଗଦେଇ ୟୁକ୍ରେନ୍‌ର ୪ ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ ଘୋଷଣା କରିବେ। ରୁଷିଆ...

Advertisement
Archives

Model This Week