ଡ୍ରାଗନ୍‌ର ଭାରତ ବିରୋଧୀ ଅସ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୨ା୩:ବିସ୍ତାରବାଦୀ ଚାଇନା ସହ ଭାରତର ସୀମା ବିବାଦ ସର୍ବ ବିଦିତ। ଅନେକ ସମୟରେ ଦୁଇ ପଡ଼ୋଶୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଲାଗି ରହିଥାଏ। ଏହି କାରଣରୁ ଭାରତ ଉପରେ ରଣନୈତିକ ଆଧିପତ୍ୟ ଜାହିର କରିବା ଲାଗି ଚାଇନାର କମ୍ୟୁନିଷ୍ଟ ପାର୍ଟି ଜଳକୁ ଭାରତ ବିରୋଧୀ ଅସ୍ତ୍ର ରୂପେ ବ୍ୟବହାର ଆରମ୍ଭ କରିଛି। ବ୍ରହ୍ମପୁତ୍ର ଉପରେ ନଦୀବନ୍ଧ ବାନ୍ଧି ମହତ୍ତ୍ୱାକାଂକ୍ଷୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ପଛରେ ଡ୍ରାଗନ୍‌ର ଅଭିସନ୍ଧି ହେଉଛି ପାଣିର ସ୍ରୋତକୁ ନିୟନ୍ତ୍ରଣ କରିବା ଓ ତିବ୍ବତରୁ ଚାଇନାର ମୂଳ ଭୂଖଣ୍ଡକୁ ବିଦ୍ୟୁତ୍‌ ଯୋଗାଇବା। ଏହି କ୍ରମରେ ତିବ୍ବତରେ ଚାଇନା ୧୧ଟି ବନ୍ଧ ବାନ୍ଧିସାରିଛି। ତନ୍ମଧ୍ୟରୁ ତିନୋଟି ଡ୍ୟାମ୍‌ ହେଉଛି ଜାଙ୍ଗ୍‌ମୁ, ଗ୍ୟାଟ୍‌ସା ଏବଂ ଡାଗୁ। ଏବେ ମେଡୋଗ୍‌ କାଉଣ୍ଟିରେ ଆଉ ଏକ ଡ୍ୟାମ୍‌ ନିର୍ମାଣ ଯୋଜନାକୁ ମଞ୍ଜୁରୀ ଦେଇ ଭାରତ ପାଇଁ ବିପଦ ସୃଷ୍ଟି କରିଛି ଶକ୍ତିଶାଳୀ ଡ୍ରାଗନ୍‌।

ଚାଇନା ପାର୍ଲାମେଣ୍ଟରେ ଗୁରୁବାର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା ଗୃହୀତ ହୋଇଛି। ଏହି ମେଗା ବ୍ଲ୍ୟୁପ୍ରିଣ୍ଟରେ ଥିବା ବହୁ ବିଲିୟନ୍‌ ଡଲାରର ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବ୍ରହ୍ମପୁତ୍ର ନଦୀ ଉପରେ ଜଳବିଦ୍ୟୁତ୍‌ ଯୋଜନା। ତିବ୍ବତରେ ନିର୍ମାଣ ହେବାକୁ ଥିବା ଏହି ନଦୀବନ୍ଧ ଯୋଜନା ଅରୁଣାଚଳ ପ୍ରଦେଶର ନିକଟ ହୋଇଥିବାରୁ ଭାରତ ଏହାକୁ ନେଇ ପୂର୍ବରୁ ଆପତ୍ତି ଉଠାଇଆସୁଛି। ତେବେ ଭାରତର ବିରୋଧକୁ ଭ୍ରୂକ୍ଷେପ ନ କରି ବେଜିଂ ଏହି ପଦକ୍ଷେପ ନେଇଛି।
ଚାଇନା ପାର୍ଲାମେଣ୍ଟ ବା ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି)ରେ ୨,୦୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ୬ ଦିନିଆ ଅଧିବେଶନ ଶେଷରେ ଗୁରୁବାର ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ୨୦୨୧-୨୦୨୫ ବର୍ଷ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ଗୃହୀତ କରାଇଛନ୍ତି। ଜାତୀୟ ଅର୍ଥନୈତିକ ଓ ସାମାଜିକ ବିକାଶ ଏବଂ ୨୦୩୫ ସୁଦ୍ଧା ଦୀର୍ଘମିଆଦୀ ଲକ୍ଷ୍ୟ ପୂରଣ ପାଇଁ ଏହି ପଞ୍ଚବାର୍ଷିକ ଯୋଜନାରେ ଗୁରୁତ୍ୱ ଦିଆଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ୬୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି, ଯାହାକୁ ଗତବର୍ଷ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ପାରିତ କରିଥିଲା। ସେଥିମଧ୍ୟରୁ ବ୍ରହ୍ମପୁତ୍ର ନଦୀବନ୍ଧ ଯୋଜନା ଅନ୍ୟତମ। ବ୍ରହ୍ମପୁତ୍ର ନଦୀର ତଳମୁଣ୍ଡ ତଟବର୍ତ୍ତୀ ଦେଶ ଭାରତ ଓ ବାଂଲାଦେଶର ସରକାର ଲଗାତର ଚାଇନା କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଆପତ୍ତି ଉଠାଇଆସୁଛନ୍ତି। ତେବେ ଦୁଇଦେଶର ସ୍ବାର୍ଥକୁ ଅଣଦେଖା କରି ଚାଇନା ଚିନ୍ତା ବଢ଼ାଇ ଦେଇଛି। ଚଳିତବର୍ଷ ଏହି ନଦୀବନ୍ଧ ଯୋଜନାର ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ବୋଲି ତବ୍ବତ ସ୍ବୟଂଶାସିତ ଅଞ୍ଚଳର କମ୍ୟୁନିଷ୍ଟ ପାର୍ଟି ଉପମୁଖ୍ୟ ଚେ ଦଲହା ଏନ୍‌ପିସି ଅଧିବେଶନରେ ଦାବି କରିଥିଲେ। ଅରୁଣାଚଳ ସୀମା ସଂଲଗ୍ନ ତିବ୍ବତର ମେଡୋଗ୍‌ କାଉଣ୍ଟିରେ ଏହି ନଦୀବନ୍ଧ ଯୋଜନା କରାଯିବ, ଯେଉଁଠି ୟାର୍ଲୁଙ୍ଗ୍‌ ଜାଙ୍ଗ୍‌ବୋ ଗ୍ରାଣ୍ଡ କେନ୍ୟୋନ୍‌ ଅବସ୍ଥିତ। ଚାଇନାର ଶକ୍ତି ନିର୍ମାଣ ନିଗମ ବା ପାଓ୍ବାର ଚାଇନା ଅଧ୍ୟକ୍ଷ ୟାନ୍‌ ଝିୟୋଙ୍ଗ୍‌ ଦ୍ୱାରା ଏହି ଯୋଜନା ଗତବର୍ଷ ଶେଷ ଆଡ଼କୁ ଆରମ୍ଭ ହୋଇଥିଲା। ୟାର୍ଲୁଙ୍ଗ୍‌ ଜାଙ୍ଗ୍‌ବୋ ରିଭର (ଚାଇନାରେ ବ୍ରହ୍ମପୁତ୍ରର ନାମ) ଉପରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ଏକ ଐତିହାସିକ ସୁଯୋଗ, ଯାହାକୁ ବେଜିଂ ହାତଛଡ଼ା କରିବା ଅନୁଚିତ ବୋଲି ୟାନ୍‌ କହିଥିଲେ। ପ୍ରକାଶ ଯେ ୨୦୦୬ରେ ଭାରତ ଓ ଚାଇନା ମଧ୍ୟରେ ସୀମାପାର ନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିଶେଷଜ୍ଞସ୍ତରୀୟ ବ୍ୟବସ୍ଥା କରାଯାଇଥିଲା। ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ଚାଇନା ବନ୍ୟା ଋତୁରେ ବ୍ରହ୍ମପୁତ୍ର ଓ ସତ୍‌ଲେଜ ନଦୀର ଜଳ ସମ୍ପର୍କିତ ସୂଚନା ଭାରତକୁ ଦେଇଥାଏ।

ଜାଙ୍ଗ୍‌ମୋ ଡ୍ୟାମ୍‌: ଭାରତ-ଭୁଟାନ ସୀମା ନିକଟସ୍ଥ ଗ୍ୟାକାରେ ଏହି ନଦୀବନ୍ଧ ଯୋଜନା କରାଯାଇଛି। ୧.୨ ବିଲିୟନ୍‌ ଡଲାର ଖର୍ଚ୍ଚରେ ନିର୍ମିତ ଏହି ୯ କି.ମି. ଦୀର୍ଘ ଡ୍ୟାମ୍‌ ୨୦୧୪ରୁ କାର୍ଯ୍ୟକ୍ଷମ।
ଗ୍ୟାଟ୍‌ସା ଡ୍ୟାମ୍‌: ପ୍ରଥମ ଡ୍ୟାମ୍‌ ଜାଙ୍ଗ୍‌ମୋଠାରୁ ବ୍ରହ୍ମପୁତ୍ର ନଦୀର କିଛି କିଲୋମିଟର ତଳେ ଏହା ନିର୍ମିତ ହୋଇ କାର୍ଯ୍ୟକ୍ଷମ ଅପେକ୍ଷାରେ ରହିଛି।
ଡାଗୁ ଡ୍ୟାମ୍‌: ଜାଙ୍ଗ୍‌ମୋ ନଦୀବନ୍ଧ ଯୋଜନାର ୧୮ କି.ମି. ଉପରେ ଅବସ୍ଥିତ ଏହି ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ୨୦୧୭ରୁ ଚାଲିଛି। ଏହା ହେଉଛି ଉକ୍ତ ତିନି ଡ୍ୟାମ୍‌ ମଧ୍ୟରୁ ସର୍ବବୃହତ୍‌।

ଚାଇନା ପାର୍ଲାମେଣ୍ଟ ତିବ୍ବତର ମେଡୋଗ୍‌ କାଉଣ୍ଟିରେ ବ୍ରହ୍ମପୁତ୍ର ଉପରେ ଡ୍ୟାମ୍‌ ନିର୍ମାଣ ପାଇଁ ପଞ୍ଚବାର୍ଷିକ (୨୦୨୧-୨୦୨୫) ଯୋଜନାକୁ ଗୁରୁବାର ଅନୁମୋଦନ କରିଛି।
ଭାରତ ଓ ବାଂଲାଦେଶ ଏହି ନଦୀର ତଳମୁଣ୍ଡରେ ବନ୍ଧ ବାନ୍ଧିବା ଉପରେ ପୂର୍ବରୁ ଆପତ୍ତି ଉଠାଇଥିଲେ।
ବେଜିଂ କହିଥିଲା, ଦୁଇ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri