୩ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ସୁପାରିସ

ସୋନପୁର,୨୫।୧୧(ନି.ପ୍ର.): ଲୋକାୟୁକ୍ତଙ୍କ ନୋଟିସ୍‌ ଓ ଆରଡିସିଙ୍କ ତାଗିଦ୍‌ ପରେ ସୁବର୍ଣ୍ଣପୁର ଜିଲା ପ୍ରଶାସନ ବିନିକା ବ୍ଲକ ଆବାସ ଯୋଜନା ଦୁର୍ନୀତି ମାମଲାକୁ ଗୁରୁତ୍ୱ ସହକାରେ ନେଇଛି। ଏହି ଘଟଣାରେ ମିଥ୍ୟା ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ, ପିଏ ଦ୍ୱିତୀକୃଷ୍ଣ ପଣ୍ଡା ଓ ଚରଦା ପଞ୍ଚାୟତର ପ୍ରାକ୍ତନ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରିବାକୁ ସୁବର୍ଣ୍ଣପୁର ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ସୁପାରିଶ କରିଛନ୍ତି। ସମ୍ପୃକ୍ତ ତିନି ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳ ନରଓ୍ବଣେ ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କୁ ଚିଠି କରିଛନ୍ତି। ଅନ୍ୟପକ୍ଷେ ଚଞ୍ଚକତା କରି ହିତାଧିକାରୀ ସାଜି ଥିବା ବିନିକା ବ୍ଲକ ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମର ନରସିଂହ ମିଶ୍ର ଓ ହାଡୁଚରଣ ମିଶ୍ରଙ୍କ ନିକଟରୁ ଆବାସ ବାବଦ ସରକାରୀ ଅର୍ଥ ଅସୁଲି କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ସୁବର୍ଣ୍ଣପୁର ଜିଲା ଫୁଲମୁଠି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଥିବା ନେଇ ଗାଁର ବୃନ୍ଦାବନ ମିଶ୍ର ଦୀର୍ଘ ଦିନ ଧରି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ। ପୂର୍ବରୁ ଏହି ଦୁର୍ନୀତିକୁ ନେଇ ଏକାଧିକ ତଦନ୍ତ ହୋଇଥିଲା। ଧରିତ୍ରୀରେ ଏହି ଦୁର୍ନୀତିକୁ ନେଇ ଏକାଧିକ ଖବର ପ୍ରକାଶିତ ହୋଇଥିଲା। ପୂର୍ବ ତଦନ୍ତ ରିପୋର୍ଟରେ ଅଧିକାରୀମାନେ ଆବାସ ପ୍ରଦାନରେ କୌଣସି ଦୁର୍ନୀତି ହୋଇ ନ ଥିବା ଦର୍ଶାଇ ଅନିୟମିତତାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ଗତ ଫେବୃଆରୀ ୨ରେ ବିନିକା ବ୍ଲକର ସହକାରୀ ଯନ୍ତ୍ରୀ, ପ୍ରଗତି ସହାୟକ ଓ ଚରଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାଖଲ କରିଥିବା ମିଳିତ ତଦନ୍ତ ରିପୋର୍ଟରେ ଉପରୋକ୍ତ ଦୁଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ଓ ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। ପରେ ପୁଣି ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ଅନୁରୋଧକ୍ରମେ ବିନିକା ଏବିଡିଓ, ପିଏ ଓ ଚରଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାର୍ଚ୍ଚ ୧୪ରେ କରିଥିବା ମିଳିତ ତଦନ୍ତର ରିପୋର୍ଟରେ ଉଭୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ଦର୍ଶାଇଥିଲେ। ସବୁଠୁ ଉଲ୍ଲେଖନୀୟ ବିଷୟ ଥିଲା ଏହି ଦୁଇଟି ଯାକ ତଦନ୍ତ ଦଳରେ ୨ଜଣ ସଦସ୍ୟ ପିଏ ଦ୍ୱିତୀକୃଷ୍ଣ ପଣ୍ଡା ଓ ନିର୍ବାହୀ ଅଧିକାରୀ ମିତାଞ୍ଜଳି ରଥ ସାମିଲ ଥିଲେ। ଆଉ ସେମାନେ କ୍ରମାନ୍ବୟରେ ଚରଦା ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରିବା ସମୟରେ ଉପରୋକ୍ତ ଦୁଇ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ଚୟନ କରା ଯାଇଥିଲା । ତେବେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସ୍ବତନ୍ତ୍ର ଭାବେ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଅର୍ଦ୍ଧସରକାରୀ ପତ୍ର(ଡିଓ ଲେଟର) ଲେଖି ଏହା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପରେ ଜିଲାପାଳ ପୁଣି ଥରେ ସ୍ବାଧୀନ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ, ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଡିଆରଡିଏ ଏପିଡି ଆଲୋକ ରଶ୍ମି ମିଶ୍ରଙ୍କୁ ନେଇ ଗଠିତ ଟିମ୍‌ ତଦନ୍ତ କରିଥିଲେ। ଏହି ଟିମ୍‌ କ୍ଷେତ୍ରୀୟ ତଦନ୍ତ କରି ସରକାରୀ ନିୟମର ଉଲ୍ଲଂଘନ କରି ଯୋଗ୍ୟତା ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆ ଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ। ତଦନ୍ତରୁ ଜଣା ପଡିଥିଲା ଯେ, ଆବାସ ପାଇଥିବା ନରସିଂହ ମିଶ୍ରଙ୍କ ପରିବାରର ନିଜସ୍ବ ପକ୍କା ଘର ରହିଛି ଓ ତାଙ୍କ ପରିବାର ସେଠାରେ ରହୁଛନ୍ତି। ଏହାଛଡା ତାଙ୍କ ମା’ ମାସିକ ୧୦ ହଜାର ଟଙ୍କାରୁ ଅଧିକ ପରିବାର ପେନସନ ପାଉଛନ୍ତି। ତେଣୁ ପରିବାର ପେନସନ ଓ ପକ୍କାଘର ଥିବା ନରସିଂହ ମିଶ୍ରଙ୍କୁ ଆବାସ ମଞ୍ଜୁର କରିବା ନିୟମ ବହିର୍ଭୁତ। ସେହିପରି ଆଉ ଜଣେ ହିତାଧିକାରୀ ହାଡୁଚରଣ ମିଶ୍ରଙ୍କ ପତ୍ନୀ ସସ୍ମିତା ମିଶ୍ରଙ୍କ ନାମରେ ଆବାସ ମିଳିବା ପୂର୍ବରୁ ପକ୍କା ଘର ଥିଲା ବୋଲି ଅଧିକାରୀ ମାନେ ରିପୋର୍ଟରେ ଦର୍ଶାଇଥିଲେ। ଏହି ରିପୋର୍ଟ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢାଇଥିଲା। ପୂର୍ବରୁ ତଦନ୍ତ କରିଥିବା ବ୍ଲକ ସ୍ତରୀୟ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷେ ଅଭିଯୋଗକାରୀ ବୃନ୍ଦାବନ ମିଶ୍ର ଏ ନେଇ ଲୋକାୟୁକ୍ତ ଓଡିଶାଙ୍କ ନିକଟରେ ଗତ ଅଗଷ୍ଟ ମାସରେ ଲିଖିତ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଗତ ୧୬ ତାରିଖ ମାମଲାର ଶୁଣାଣି କରି ବିନିକା ବିଡିଓଙ୍କ ସମେତ ଫୁଲମୁଠି ଗ୍ରାମର ଆବାସ ଯୋଜନାର ହିତାଧିକାରୀ ନରସିଂହ ମିଶ୍ର ଓ ହାଡୁ ଚରଣ ମିଶ୍ରଙ୍କୁ ନୋଟିସ ଜାରି କରି ୬ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଡିସେମ୍ବର ୨୭ତରେ ଏହି ଅଭିଯୋଗର ପରବର୍ତ୍ତୀ ଶୁଣାଣି ପାଇଁ ଲୋକାୟୁକ୍ତ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri