୩ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ସୁପାରିସ

ସୋନପୁର,୨୫।୧୧(ନି.ପ୍ର.): ଲୋକାୟୁକ୍ତଙ୍କ ନୋଟିସ୍‌ ଓ ଆରଡିସିଙ୍କ ତାଗିଦ୍‌ ପରେ ସୁବର୍ଣ୍ଣପୁର ଜିଲା ପ୍ରଶାସନ ବିନିକା ବ୍ଲକ ଆବାସ ଯୋଜନା ଦୁର୍ନୀତି ମାମଲାକୁ ଗୁରୁତ୍ୱ ସହକାରେ ନେଇଛି। ଏହି ଘଟଣାରେ ମିଥ୍ୟା ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ, ପିଏ ଦ୍ୱିତୀକୃଷ୍ଣ ପଣ୍ଡା ଓ ଚରଦା ପଞ୍ଚାୟତର ପ୍ରାକ୍ତନ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରିବାକୁ ସୁବର୍ଣ୍ଣପୁର ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ସୁପାରିଶ କରିଛନ୍ତି। ସମ୍ପୃକ୍ତ ତିନି ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳ ନରଓ୍ବଣେ ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କୁ ଚିଠି କରିଛନ୍ତି। ଅନ୍ୟପକ୍ଷେ ଚଞ୍ଚକତା କରି ହିତାଧିକାରୀ ସାଜି ଥିବା ବିନିକା ବ୍ଲକ ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମର ନରସିଂହ ମିଶ୍ର ଓ ହାଡୁଚରଣ ମିଶ୍ରଙ୍କ ନିକଟରୁ ଆବାସ ବାବଦ ସରକାରୀ ଅର୍ଥ ଅସୁଲି କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ସୁବର୍ଣ୍ଣପୁର ଜିଲା ଫୁଲମୁଠି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଥିବା ନେଇ ଗାଁର ବୃନ୍ଦାବନ ମିଶ୍ର ଦୀର୍ଘ ଦିନ ଧରି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ। ପୂର୍ବରୁ ଏହି ଦୁର୍ନୀତିକୁ ନେଇ ଏକାଧିକ ତଦନ୍ତ ହୋଇଥିଲା। ଧରିତ୍ରୀରେ ଏହି ଦୁର୍ନୀତିକୁ ନେଇ ଏକାଧିକ ଖବର ପ୍ରକାଶିତ ହୋଇଥିଲା। ପୂର୍ବ ତଦନ୍ତ ରିପୋର୍ଟରେ ଅଧିକାରୀମାନେ ଆବାସ ପ୍ରଦାନରେ କୌଣସି ଦୁର୍ନୀତି ହୋଇ ନ ଥିବା ଦର୍ଶାଇ ଅନିୟମିତତାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ଗତ ଫେବୃଆରୀ ୨ରେ ବିନିକା ବ୍ଲକର ସହକାରୀ ଯନ୍ତ୍ରୀ, ପ୍ରଗତି ସହାୟକ ଓ ଚରଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାଖଲ କରିଥିବା ମିଳିତ ତଦନ୍ତ ରିପୋର୍ଟରେ ଉପରୋକ୍ତ ଦୁଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ଓ ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। ପରେ ପୁଣି ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ଅନୁରୋଧକ୍ରମେ ବିନିକା ଏବିଡିଓ, ପିଏ ଓ ଚରଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାର୍ଚ୍ଚ ୧୪ରେ କରିଥିବା ମିଳିତ ତଦନ୍ତର ରିପୋର୍ଟରେ ଉଭୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ଦର୍ଶାଇଥିଲେ। ସବୁଠୁ ଉଲ୍ଲେଖନୀୟ ବିଷୟ ଥିଲା ଏହି ଦୁଇଟି ଯାକ ତଦନ୍ତ ଦଳରେ ୨ଜଣ ସଦସ୍ୟ ପିଏ ଦ୍ୱିତୀକୃଷ୍ଣ ପଣ୍ଡା ଓ ନିର୍ବାହୀ ଅଧିକାରୀ ମିତାଞ୍ଜଳି ରଥ ସାମିଲ ଥିଲେ। ଆଉ ସେମାନେ କ୍ରମାନ୍ବୟରେ ଚରଦା ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରିବା ସମୟରେ ଉପରୋକ୍ତ ଦୁଇ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ଚୟନ କରା ଯାଇଥିଲା । ତେବେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସ୍ବତନ୍ତ୍ର ଭାବେ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଅର୍ଦ୍ଧସରକାରୀ ପତ୍ର(ଡିଓ ଲେଟର) ଲେଖି ଏହା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପରେ ଜିଲାପାଳ ପୁଣି ଥରେ ସ୍ବାଧୀନ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ, ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଡିଆରଡିଏ ଏପିଡି ଆଲୋକ ରଶ୍ମି ମିଶ୍ରଙ୍କୁ ନେଇ ଗଠିତ ଟିମ୍‌ ତଦନ୍ତ କରିଥିଲେ। ଏହି ଟିମ୍‌ କ୍ଷେତ୍ରୀୟ ତଦନ୍ତ କରି ସରକାରୀ ନିୟମର ଉଲ୍ଲଂଘନ କରି ଯୋଗ୍ୟତା ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆ ଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ। ତଦନ୍ତରୁ ଜଣା ପଡିଥିଲା ଯେ, ଆବାସ ପାଇଥିବା ନରସିଂହ ମିଶ୍ରଙ୍କ ପରିବାରର ନିଜସ୍ବ ପକ୍କା ଘର ରହିଛି ଓ ତାଙ୍କ ପରିବାର ସେଠାରେ ରହୁଛନ୍ତି। ଏହାଛଡା ତାଙ୍କ ମା’ ମାସିକ ୧୦ ହଜାର ଟଙ୍କାରୁ ଅଧିକ ପରିବାର ପେନସନ ପାଉଛନ୍ତି। ତେଣୁ ପରିବାର ପେନସନ ଓ ପକ୍କାଘର ଥିବା ନରସିଂହ ମିଶ୍ରଙ୍କୁ ଆବାସ ମଞ୍ଜୁର କରିବା ନିୟମ ବହିର୍ଭୁତ। ସେହିପରି ଆଉ ଜଣେ ହିତାଧିକାରୀ ହାଡୁଚରଣ ମିଶ୍ରଙ୍କ ପତ୍ନୀ ସସ୍ମିତା ମିଶ୍ରଙ୍କ ନାମରେ ଆବାସ ମିଳିବା ପୂର୍ବରୁ ପକ୍କା ଘର ଥିଲା ବୋଲି ଅଧିକାରୀ ମାନେ ରିପୋର୍ଟରେ ଦର୍ଶାଇଥିଲେ। ଏହି ରିପୋର୍ଟ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢାଇଥିଲା। ପୂର୍ବରୁ ତଦନ୍ତ କରିଥିବା ବ୍ଲକ ସ୍ତରୀୟ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷେ ଅଭିଯୋଗକାରୀ ବୃନ୍ଦାବନ ମିଶ୍ର ଏ ନେଇ ଲୋକାୟୁକ୍ତ ଓଡିଶାଙ୍କ ନିକଟରେ ଗତ ଅଗଷ୍ଟ ମାସରେ ଲିଖିତ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଗତ ୧୬ ତାରିଖ ମାମଲାର ଶୁଣାଣି କରି ବିନିକା ବିଡିଓଙ୍କ ସମେତ ଫୁଲମୁଠି ଗ୍ରାମର ଆବାସ ଯୋଜନାର ହିତାଧିକାରୀ ନରସିଂହ ମିଶ୍ର ଓ ହାଡୁ ଚରଣ ମିଶ୍ରଙ୍କୁ ନୋଟିସ ଜାରି କରି ୬ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଡିସେମ୍ବର ୨୭ତରେ ଏହି ଅଭିଯୋଗର ପରବର୍ତ୍ତୀ ଶୁଣାଣି ପାଇଁ ଲୋକାୟୁକ୍ତ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri